ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଦଳର ନେତୃତ୍ୱ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଗୁରୁବାର ରାଜ୍ୟର ମୋରଦାବାଦ ଠାରେ ଆୟୋଜିତ ହୋଇଥିବା ଏକ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ଧର୍ମକୁ ନେଇ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଏନେଇ ସେ କହିଛନ୍ତି  ଯେ ପର୍ଯ୍ୟନ୍ତ ଜନସାଧାରଣ ବିକାଶ ପ୍ରସଙ୍ଗ ଉଠାଇବେ ନାହିଁ ସେ ପର୍ଯ୍ୟନ୍ତ ଧର୍ମକୁ ନେଇ ଏଭଳି ରାଜନୀତି ଜାରି ରହିବ। ମୋରଦାବାଦ ଠାରେ ଆୟୋଜିତ ହୋଇଥିବା ପ୍ରତିଜ୍ଞା ରାଲିରେ ଯୋଗ ଦେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି। ଏନେଇ ସେ କହିଛନ୍ତି  ଜନସାଧାରଣଙ୍କ ପ୍ରତି ତାଙ୍କର ରହିଥିବା ଉତ୍ତରଦାୟିତ୍ୱକୁ ମୁଖ୍ୟମନ୍ତ୍ରୀ ବୁଝନ୍ତି ନାହିଁ। ନିର୍ବାଚନ ସମୟରେ ସେମାନେ ଧର୍ମିଗତ ରାଜନୀତି କରିଥାନ୍ତି। ଯେ ପର୍ଯ୍ୟନ୍ତ ଜନସାଧାରଣ ସରକାରଙ୍କ ଠାରୁ ଉତ୍ତର ମାଗିବେ ନାହିଁ ସେ ପର୍ଯ୍ୟନ୍ତ ରାଜନୀତିରେ ଏହି ପ୍ରକ୍ରିୟା ଜାରି ରହିବ। 


Also Read: ରାଜସ୍ଥାନ ବେକାରୀଙ୍କ ଧାରଣା ଜାରି; ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ତଳେ କଲେ ଦଣ୍ଡବତ ପ୍ରଣାମ


ଯେପର୍ଯ୍ୟନ୍ତ ଲୋକେ ବିକାଶ କଥା ଉଠାଇବେ ନାହିଁ ସେ ପର୍ଯ୍ୟନ୍ତ ଧର୍ମ ଜାତିକୁ ନେଇ ରାଜନୀତି ଜାରି ରହିବ। ମୋରଦାବାଦ ରାଲିକୁ ସମ୍ବୋଧିତ କରିବାବେଳେ ସେ ଯେ ପର୍ଯ୍ୟନ୍ତ ଆପଣ ଆପଣଙ୍କ ଗାଁ ରାସ୍ତା, ରୋଜଗାର ଏବଂ ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଶ୍ନ କରିବେ ନାହିଁ ସେ ପର୍ଯ୍ୟନ୍ତ ଆପଣ ଏଭଳି ପ୍ରକାର ରାଜନୀତିରେ ଫସି ରହିବେ। କଂଗ୍ରେସ କେବଳ ବିକାଶ ପ୍ରସଙ୍ଗରେ ନିର୍ବାଚନ ଲଢିବାକୁ ଚାହୁଁଛି। ଆମେ ପ୍ରତିଜ୍ଞା ଆପଣଙ୍କ ବିକାଶ ଏବଂ ଆପଣଙ୍କ ଜୀବନ ସହି ଜଡିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଅଛି। ଆପଣ ଆପମଙ୍କ ସମସ୍ୟା ବାବଦରେ କଥାବାର୍ତ୍ତା କରନ୍ତୁ।


Also Read: UP Elections 2022 କୁ Priyanka Gandhi ଙ୍କ ବଡ ଘୋଷଣା


ନିକଟରେ କେନ୍ଦ୍ର ସରକାରକଙ୍କ ଦ୍ୱାରା କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର ହେବା ପ୍ରସଙ୍ଗର ପ୍ରିୟଙ୍କା ଗାନ୍ଧୀ କହିଛନ୍ତି କୃଷକ ଆନ୍ଦୋଳନ ହେଉଛି ଏହାର ଏକ ପ୍ରମାଣ। ଯେତେବେଳେ ଆପଣ ନିଜେ ନିଷ୍ପତ୍ତି ନେଇ ଲଢିବା ଆରମ୍ଭ କରନ୍ତି ସେତେବେଳେ ସରକାରଙ୍କୁ ମଧ୍ୟ ମୁଣ୍ଡ ନୂଆଁଇବାକୁ ପଡିଛି। କୃଷି ଆଇନ ପ୍ରତ୍ୟାହାର କରିବାକୁ କୃଷକ ବଳିଦାନ ଦେଇଥିଲେ। ଏହି ଆନ୍ଦୋଳନରେ ୭ ଶହରୁ ଅଧିକ କୃଷକ ଶହୀଦ ହୋଇଥିଲେ। ସେହି ଶହୀଦ କୃଷକଙ୍କ ପାଇଁ ପ୍ରଧାନମନ୍ତ୍ରୀ ସଂସଦରେ ମଧ୍ୟ ଦୁଇ ମିନିଟ ନୀରବ ପ୍ରାର୍ଥନା ମଧ୍ୟ କରିନଥିଲେ। ଗତ ଅକ୍ଟୋବରରେ ଲଖିମପୁର ଖେରୀ ଠାରେ ହୋଇଥିବା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହା ଉପରେ ଏକ ଶବ୍ଦ କହିନଥିଲେ। ଦୀର୍ଘ ସମୟ ପରେ ଶାଶୁଘର ମୋରାଦାବାଦ ଠାରେ ପହଞ୍ଚିଥିବାରୁ ଦୁଃଖ ପ୍ରକାଶ କରିଥିଲେ ପ୍ରିୟଙ୍କା ଗାନ୍ଧୀ।