Entertainment News: ବଲିଉଡରୁ ଆସିଲା ଏକ ବଡ଼ ଖବର। ଗୁଳି ଫୁଟି ଆହତ ହେଲେ ଅଭିନେତା ଗୋବିନ୍ଦା । ତାଙ୍କ ଗୋଡ଼ରେ ଗୁଳି ବାଜିଥିବା ଜଣାପଡିଛି। ଏନେଇ ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଭୁଲବଶତଃ ଗୁଳି ଫୁଟିଥିବା ସୂଚନା ମିଳିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଜି ସକାଳ ପ୍ରାୟ ୫ଟା ବେଳେ ଏହି ଅଘଟଣ ଘଟିଛି।
ସୂଚନା ଅନୁସାରେ, ବଲିଉଡ ଅଭିନେତା ଗୋବିନ୍ଦା ଆଜି ସକାଳେ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକଟିକୁ ସଫା କରୁଥିଲେ। କିନ୍ତୁ ଅସାବଧାନତା ହେତୁ ବନ୍ଧୁକରୁ ଗୁଳି ଫୁଟି ଯାଇଥିଲା। ଆଉ ଏହି ଗୁଳିଟି ତାଙ୍କ ଗୋଡରେ ବାଜିଥିଲା। ଏହାପରେ ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ମୁମ୍ବାଇର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ଗୁଳିଟିକୁ ତାଙ୍କ ଗୋଡରୁ ବାହାର କରି ଦେଇଛନ୍ତି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଥିବା ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନା ସୂଚନା ଦେଇଛନ୍ତି ।
୯୦ ଦଶର ଜଣ ଭେଟେରାନ ଅଭିନେତା ହେଉଛନ୍ତି ଗୋବିନ୍ଦା। ଯଦିଓ ସେ ଏବେ ଅଭିନୟ ଠାରୁ ଦୂରେଇ ରହିଛନ୍ତି କିନ୍ତୁ ତାଙ୍କୁ କେତେକ ରିୟଲିଟି ସୋରେ ଜଜ୍ ଭାବେ ଦେଖିବାକୁ ମିଳୁଛି। ସେ ରାଜାବାବୁ, କୁଲି ନଂ ଓ୍ବାନ୍, ଆଙ୍ଖେ, ଦିଓ୍ବାନା ମସ୍ତାନା, ହିରୋ ନଂ-୧, ସଜନ ଚାଲେ ଶଶୁରାଲ୍, ସୋଲେ ଆୈର ସବନମ୍, ଭାଗମ୍ ଭାଗ୍,ଦୁଲେ ରାଜା, ହତ୍ୟା ଓ ବଡ଼େ ମିଆଁ ଛୋଟୋ ମିଆଁ ଭଳି ହିଟ୍ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଛି।
Add Zee News as a Preferred Source