ନୂଆଦିଲ୍ଲୀ: Puducherry Political Crisis: ଶେଷରେ ପୁଡୁଚେରୀ ବିଧାନସଭାରେ କଂଗ୍ରେସ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିପାରିଲା ନାହିଁ । ସୋମବାର ବାଚସ୍ପତି ଘୋଷଣା କରିଛନ୍ତି ଯେ ନାରାୟଣସାମୀ ସରକାର ପାଖରେ ସଂଖ୍ୟାଗରିଷ୍ଠତା ନାହିଁ । ଏହା ପରେ ଭି ନାରାୟଣସାମୀଙ୍କ ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ହେବା ସ୍ଥିର ହୋଇଯାଇଛି । ଉଲ୍ଲେଖନୀୟ କଥା ହେଉଛି, ବିଧାନସଭାରେ କଂଗ୍ରେସ ପାଖରେ ୯ ଜଣ ବିଧାୟକଙ୍କ ବ୍ୟତୀତ ୨ ଡିଏମକେ ଏବଂ ଜଣେ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-କାହିଁକି ବଢୁଛି ପେଟ୍ରୋଲ-ଡିଜେଲ ଦର? ଧର୍ମେନ୍ଦ୍ର ପ୍ରଧାନ କହିଲେ ଏହି ଦୁଇଟି ବଡ଼ କାରଣ


ଅର୍ଥାତ୍ କଂଗ୍ରେସ ପାଖରେ ୧୧ ଜଣ ବିଧାୟକଙ୍କ ସମର୍ଥନ ରହିଛି (ବାଚସ୍ପତିଙ୍କୁ ନେଇ ୧୨) । ଅନ୍ୟପଟେ ବିଧାନସଭାର ବର୍ତ୍ତମାନର ସ୍ଥିତି ଅନୁଯାୟୀ ସଂଖ୍ୟାଗରିଷ୍ଠତା ପାଇଁ ୧୪ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ତେବେ ପ୍ଲୋର ଟେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ନାରାୟଣସାମୀ ଦାବି କରିଥିଲେ ଯେ ତାଙ୍କ ସମର୍ଥନରେ ଅଧିକାଂଶ ନିର୍ବାଚିତ ବିଧାୟକ ଅଛନ୍ତି ।