ନୂଆଦିଲ୍ଲୀ: PM Modi’s security breach: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷା ତ୍ରୁଟି ପ୍ରସଙ୍ଗ ବିଜେପି ଜୋରସୋରରେ  ଉଠାଉଛି । ବିଜେପି (BJP) ର ଅନେକ ବଡ଼ ନେତା ମଧ୍ୟ ଏହି ପ୍ରସଙ୍ଗରେ ଅନେକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । କିନ୍ତୁ ବର୍ତ୍ତମାନ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି (Punjab CM Charanjit Singh Channi) ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କ ଆଗରେ ଦୁଃଖ ପ୍ରକାଶ କରିଛନ୍ତି । କୋରୋନା ଭୂତାଣୁକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସିଏମ ଚନ୍ନି ପଞ୍ଜାବ ଗସ୍ତ ସମୟରେ ଯାହା ଘଟିଛି ସେଥିପାଇଁ ଦୁଃଖ ପ୍ରକାଶ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଦେଶରେ ବଢ଼ୁଥିବା କୋରୋନା ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି (PM Modi) ଙ୍କ ସହ ଅନେକ ରାଜ୍ୟ ବୈଠକ କରିଛନ୍ତି । ଏହି ବୈଠକରେ ପଞ୍ଜାବର ପର୍ଯ୍ୟାୟ ଆସିବା ପରେ ମୁଖ୍ୟମନ୍ତ୍ରୀ ଚନ୍ନି (Punjab CM Channi) ପ୍ରଧାନମନ୍ତ୍ରୀ ମୋଦିଙ୍କ ପଞ୍ଜାବ ଗସ୍ତ ବିଷୟରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଜୀ ଆପଣ ସମ୍ମାନୀୟ, ଆପଣଙ୍କ ପଞ୍ଜାବ ଗସ୍ତ ସମୟରେ ଯାହା ଘଟିଲା ସେଥିପାଇଁ ମୁଁ ଦୁଃଖିତ । କେବଳ ଏତିକି ନୁହେଁ, ସିଏମ ଚନ୍ନି ମଧ୍ୟ ଏକ ଏହା ମଧ୍ୟ କହିଛନ୍ତି ଯେ- "ଆପଣ ପ୍ରଳୟ ଆସିବା ପର୍ଯ୍ୟନ୍ତ ସୁରକ୍ଷିତ ରୁହନ୍ତୁ ଓ ଭଗବାନ ଆଶୀର୍ବାଦ କରନ୍ତୁ ଯେ ପ୍ରଳୟ ନ ଆସୁ ।" (ତୁମ୍ ସଲାମତ୍ ରହୋ କୟାମତ୍ ତକ୍ ଅର୍ ଖୁଦା କରେ କି କୟାମତ୍ ନା ହୋ) 


ଅଧିକ ପଢ଼ନ୍ତୁ:-ପିଏମ ମୋଦିଙ୍କ ସୁରକ୍ଷା ତ୍ରୁଟିକୁ ନେଇ ASL ରିପୋର୍ଟରେ ବଡ଼ ଖୁଲାସା, ଜାଣନ୍ତୁ କେଉଁଠାରେ ହୋଇଛି ବଡ଼ ଭୁଲ


ସୂଚନାଯୋଗ୍ୟ, ଜାନୁଆରୀ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଙ୍କୁ ପଞ୍ଜାବରେ ଏକ ଜନସଭାକୁ ସମ୍ବୋଧନ କରିବାର ଥିଲା । ଖରାପ ପାଗ ଯୋଗୁଁ ସେ ହେଲିକପ୍ଟର ପରିବର୍ତ୍ତେ ରାସ୍ତାରେ ଯାଉଥିଲେ, କିନ୍ତୁ ପରେ ପିଏମ ମୋଦିଙ୍କ କନଭୋ ଫିରୋଜପୁରଠାରୁ କିଛି ଦୂରରେ ଫ୍ଲାଏ ଓଭର ଉପରେ ଅଟକି ଯାଇଥିଲା । କାରଣ କୃଷକମାନେ ଆଗକୁ ରାସ୍ତା ଅବରୋଧ କରିଥିଲେ । ପିଏମ ମୋଦିଙ୍କ କନଭେନ ଏହି ଫ୍ଲାଏ ଓଭରରେ ପ୍ରାୟ ୨୦ ମିନିଟ୍ ଅଟକି ରହିଥିଲା ଓ ଏହା ପରେ ସେ ଦିଲ୍ଲୀ ଫେରି ଆସିଥିଲେ ।  ଏହା ପରେ ବିଜେପି ନେତାମାନେ ଏହି ପ୍ରସଙ୍ଗକୁ ବହୁତ ଉଠାଉଛନ୍ତି । ଏଥି ସହିତ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Congress interim president Sonia Gandhi) ମଧ୍ୟ ଏ ବିଷୟରେ ଚିନ୍ତା ପ୍ରକଟ କରି ପଞ୍ଜାବ ସରକାରଙ୍କଠାରୁ ରିପୋର୍ଟ ମାଗିଛନ୍ତି ।