Odisha News: ଗୁଡୁପୋଖରୀ ଗ୍ରାମରେ ଗୋଷ୍ଠୀ ସଙ୍ଘର୍ଷ ଘଟଣା, ୭ ଜଣକୁ ଗିରଫ କଲା ପୋଲିସ
Advertisement
Article Detail0/zeeodisha/odisha2443043

Odisha News: ଗୁଡୁପୋଖରୀ ଗ୍ରାମରେ ଗୋଷ୍ଠୀ ସଙ୍ଘର୍ଷ ଘଟଣା, ୭ ଜଣକୁ ଗିରଫ କଲା ପୋଲିସ

Odisha News:  ଘଟଣା ସ୍ଥଳରେ BNS ୧୬୩ ବଳବତ୍ତର ଥିବାରୁ ଗୁଡୁପୋଖରୀ ବଜାର ଓ ଅରୁଣ ବଜାରର ସମସ୍ତ ଦୋକାନ ଓ ସମସ୍ତେ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ମଦରାସା ବନ୍ଦ ରହିଛି। ଉକ୍ତ ଘଟଣାରେ ଗୁଡୁପୋଖରୀ ଗ୍ରାମ ଏବେ ପୁରୁଷ ଶୂନ୍ୟ ହୋଇଥିବାବେଳେ ଘଟଣା ସ୍ଥଳରେ ୬ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଥିବା ବେଳେ ଧାମନଗର ଏସଡିଓ ଆଇଆଇସି ଧୂଷୁରୀ ଓଆଇସି ଓ ଧାମନଗର ତହସିଲଦାର ଘଟଣା ସ୍ଥଳରେ ପେଟ୍ରୋଲିଙ୍ଗ ଜାରି ରଖିଛନ୍ତି।

Odisha News: ଗୁଡୁପୋଖରୀ ଗ୍ରାମରେ ଗୋଷ୍ଠୀ ସଙ୍ଘର୍ଷ ଘଟଣା, ୭ ଜଣକୁ ଗିରଫ କଲା ପୋଲିସ

Odisha News: (ଅଭୟ ମହାନ୍ତି) ଗତ କାଲି(ରବିବାର) ପତାକା ଉପଡାବି ଘଟଣାକୁ ନେଇ ଲାଗିଥିବା ଗୋଷ୍ଠୀ ସଙ୍ଘର୍ଷ ଘଟଣାରେ ୭ ଜଣକୁ ଗିରଫ କରିଛି ପୋଲିସ।ତେବେ ଘଟଣା ସ୍ଥଳରେ BNS ୧୬୩ ବଳବତ୍ତର ଥିବାରୁ ଗୁଡୁପୋଖରୀ ବଜାର ଓ ଅରୁଣ ବଜାରର ସମସ୍ତ ଦୋକାନ ଓ ସମସ୍ତେ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ମଦରାସା ବନ୍ଦ ରହିଛି। ଉକ୍ତ ଘଟଣାରେ ଗୁଡୁପୋଖରୀ ଗ୍ରାମ ଏବେ ପୁରୁଷ ଶୂନ୍ୟ ହୋଇଥିବାବେଳେ ଘଟଣା ସ୍ଥଳରେ ୬ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଥିବା ବେଳେ ଧାମନଗର ଏସଡିଓ ଆଇଆଇସି ଧୂଷୁରୀ ଓଆଇସି ଓ ଧାମନଗର ତହସିଲଦାର ଘଟଣା ସ୍ଥଳରେ ପେଟ୍ରୋଲିଙ୍ଗ ଜାରି ରଖିଛନ୍ତି।

ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଆଜି ଅପରାହ୍ନରେ ଧାମନଗର ପଞ୍ଚାୟତ ସମିତି ଗୃହରେ ଉପଜିଲ୍ଲାପାଳଙ୍କ ଅଧକ୍ଷତାରେ ଶାନ୍ତି କମିଟି ଡାକି ଆଲୋଚନା କରିବା ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି ।