ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ (Punjab Polls 2022) ରେ ​​ପରାଜୟ ପରେ କଂଗ୍ରେସ (Congress) ର ରାଜ୍ୟ ୟୁନିଟରେ ଝଡ଼ ସୃଷ୍ଟି ହୋଇଛି । ପୂର୍ବତନ ରାଜ୍ୟ ସଭାପତି ସୁନୀଲ ଜାଖର (Sunil Jakhar) ଦଳ ଛାଡିବା ପରେ ବହୁ ବଡ଼ ନେତା ମଧ୍ୟ କଂଗ୍ରେସ ଛାଡିବାକୁ ଯାଉଛନ୍ତି । ସୁନୀଲ ଜାଖରଙ୍କ ପରେ ବର୍ତ୍ତମାନ ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ବାଦଲ (Manpreet Badal) ମଧ୍ୟ କଂଗ୍ରେସକୁ ବିଦାୟ କହିପାରନ୍ତି । ତେବେ ମନପ୍ରୀତ ଏପର୍ଯ୍ୟନ୍ତ କୌଣସି ଖୋଲାଖୋଲି ବୟାନ ଦେଇନାହାଁନ୍ତି ।


COMMERCIAL BREAK
SCROLL TO CONTINUE READING

ମନପ୍ରୀତ ବାଦଲ (Manpreet Badal) ଙ୍କ ନିକଟତରଙ୍କ ଅନୁଯାୟୀ, ସେ ଖୁବ୍ ଶୀଘ୍ର କଂଗ୍ରେସ (Congress) ଛାଡ଼ିବାକୁ ପଦକ୍ଷେପ ନେଇପାରନ୍ତି । ମନପ୍ରୀତ ବାଦଲଙ୍କ ଘନିଷ୍ଠ ସମ୍ପର୍କୀୟ ଜୟଜିତ ସିଂ ଜୋହଲ ଓରଫ୍ ଜୋଜୋଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟରୁ ଏହି ସଙ୍କେତ ମିଳୁଛି । ଏହି ପୋଷ୍ଟରେ ଜୋହଲ ଅମରିନ୍ଦର ସିଂ ରାଜା ୱାରିଂ (Amarinder Singh Raja Warring) ଙ୍କୁ କଂଗ୍ରେସର ରାଜ୍ୟ ସଭାପତି ଓ ଭରତ ଭୂଷଣ ଆଶୁଙ୍କୁ ରାଜ୍ୟର କାର୍ଯ୍ୟକାରୀ ସଭାପତି ଭାବରେ ଦାୟିତ୍ୱ ପ୍ରଦାନ କରିବା ନେଇ ପ୍ରଶ୍ନ ଉଠାଇଛନ୍ତି । ଏଥିସହିତ ମଙ୍ଗଳବାର କଂଗ୍ରେସ ଭବନରେ ମନପ୍ରୀତ ବାଦଲ ଓ ଅମରିନ୍ଦର ରାଜାଙ୍କ ସମର୍ଥକଙ୍କ ମଧ୍ୟରେ ଅନେକ ଗଣ୍ଡଗୋଳ ହୋଇଥିଲା ।


ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ, ମନପ୍ରୀତ ବାଦଲଙ୍କ ଘନିଷ୍ଠ ସମ୍ପର୍କୀୟ ଜୋଜୋଙ୍କ ଦ୍ୱାରା କଂଗ୍ରେସ ନେତାଙ୍କୁ ପ୍ରଶ୍ନ ପଚରାଯିବା ଏହାର ଏହି ସଙ୍କେତ ମିଳୁଛି  ଯେ ମନପ୍ରୀତ ମଧ୍ୟ ଜାଖରଙ୍କ ଭଳି ଦଳ ଛାଡ଼ିପାରନ୍ତି । ଜୋହଲ ତାଙ୍କ ପୋଷ୍ଟରେ କହିଛନ୍ତି ଯେ, ନିର୍ବାଚନ ସମୟରେ ସେ ନିରବ ରହିଥିଲେ । ସେତେବେଳେ ସେ ମନପ୍ରୀତ ବାଦଲଙ୍କ ବିରୋଧରେ ବୟାନ ଦେଇଥିବା ଅମରିନ୍ଦର ସିଂ ରାଜା ୱାରିଙ୍ଗଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେଇ ପ୍ରସଙ୍ଗ ଉଠାଇବାକୁ ଚାହୁଁନଥିଲେ । ବିଧାନସଭା ନିର୍ବାଚନ ସମୟରେ ​ୱାରିଙ୍ଗ ନିଜ ମଞ୍ଚରୁ ଖୋଲାଖୋଲି ଭାବରେ କହିଥିଲେ ଯେ, ବଠିଣ୍ଡାଠାରେ କଂଗ୍ରେସ ବିରୋଧରେ ଭୋଟ୍ କରନ୍ତୁ ।


ଏହା ବି ପଢ଼ନ୍ତୁ:-ଋଷର ଯୁଦ୍ଧ ଧମକକୁ ବେଖାତିର! ୭୦ ବର୍ଷୀୟ ପୁଟିନଙ୍କ ସହ ମୁକାବିଲା କରିବାକୁ ପ୍ରସ୍ତୁତ ଦୁନିଆର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ


ଏହା ବି ପଢ଼ନ୍ତୁ:-ଗୁଜୁରାଟ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା, ହାତ ଛାଡ଼ିଲେ ହାର୍ଦ୍ଦିକ


ଏହା ବି ପଢ଼ନ୍ତୁ:-ମାଗଣା ରାସନକୁ ନେଇ କଠୋର ହେଲେ ସରକାର, ଯଦି ଏସବୁ ଲୋକ କାର୍ଡ ସରେଣ୍ଡର ନ କରନ୍ତି ତ ରୁଜୁ ହେବ FIR


 


ଜୋହଲ ଏହା ମଧ୍ୟ କହିଛନ୍ତି ଯେ ,ଏହା ପରେ ଭାରତ ଭୂଷଣ ଆଶୁଙ୍କ ଅଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ମନପ୍ରୀତ ବାଦଲଙ୍କ ବିରୋଧରେ ଭୋଟ୍ ଦେବା କଥା କହିଥିଲେ । ବର୍ତ୍ତମାନ ଜଣଙ୍କୁ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଓ ଅନ୍ୟ ଜଣଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଛି । ଜୋଜୋ ଲେଖିଛନ୍ତି ଯେ, ଉଦୟପୁରରେ ଚିନ୍ତନ ଶିବିରରେ ଏହା ଭାବିବା ଉଚିତ୍ ଥିଲା ଯେ ଯଦି କେହି ନିଜ ଦଳର ପ୍ରାର୍ଥୀଙ୍କ ବିରୋଧରେ କଥା ହୁଅନ୍ତି ତ ତାଙ୍କୁ ପଦ ପ୍ରଦାନ କରାଯାଇଥାଏ ଏବଂ ଜାଖରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥାଏ । ଯଦି ଏପରି ହୁଏ, ତେବେ ଦଳର ଯେକୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ କହିବାର ସ୍ୱାଧୀନତା ରହିବା ଉଚିତ୍ ।