ବର୍ତ୍ତମାନ ପରିସ୍ଥିତିରେ ବ୍ରଜରାଜନଗର ଉପନିର୍ବାଚନ ଉଭୟ  ବିଜେଡି ଓ ବିଜେପି ପାଇଁ ନିଜର ନାକର ଲଢେଇ ଭାବରେ ଉଭା ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଖବର ଅନୁସାରେ ବିଜେପି ପୁଣି ଥରେ ରାଧାରାଣୀ ପଣ୍ଡାଙ୍କୁ ଏଠାରେ ପୁଣି ନିଜର ପାର୍ଥି ଘୋଷଣା ପରେ ବ୍ରଜରାଜନଗର ରାଜନୀତିରେ ଉଷ୍ମତା ହଠାତ ବଢି ଯାଇଛି। କିଛି ଦିନ ହେବ ବିଜେପି କାହାକୁ ପାର୍ଥି କରିବ ଏ ନେଇ ଦଳ ଭିତରେ ଅନେକ ଅନ୍ତର୍ଦ୍ୱନ୍ଦ ଦେଖିବାକୁ ମିଳିଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଓଡିଶା ରାଜନୀତିରେ ବିଜେପି ଯେଉଁଭଳି ଭାବରେ ଵ୍ୟାକଫୁଟରେ ଅଛି। ଏହାକୁ ନଜରରେ ରଖି ବିଜେପି କାଳ ବିଳମ୍ବ ନକରି ରାଧାରାଣୀ ପଣ୍ଡାଙ୍କୁ ବ୍ରଜରାଜନଗର ନିର୍ବାଚନ ପାଇଁ ନିଜର ପାର୍ଥି ଭାବରେ ଘୋଷଣା କରିଛି ।


COMMERCIAL BREAK
SCROLL TO CONTINUE READING

ବ୍ରଜରାଜନଗର ନିର୍ବାଚନରେ ଯଦି କଂଗ୍ରେସ କଥା କହିବା, କଂଗ୍ରେସ ବହୁ ଦୂରରେ ଥିବା ଜଣାପଡିଛି। କାରଣ କଂଗ୍ରେସ ନିଜର ପିସିସି ସଭାପତିଙ୍କୁ ନେଇ ଦଳ ଭିତରେ ଚାଲିଥିବା ଅନ୍ତର୍ଦ୍ୱନ୍ଦ ବର୍ତ୍ତମାନ ଦିଲ୍ଲୀ ଦରବାରରେ ପହଂଚିଛି। ଏହି ପରିସ୍ଥିତିରେ କଂଗ୍ରେସ ପାଇଁ ପାର୍ଥି ସ୍ଥିର କରିବା ବଡ କଷ୍ଟକର ବ୍ୟାପାର ହୋଇଯାଇଛି। ଅନ୍ୟପକ୍ଷରେ ଟପ ଗିୟରରେ ଚାଲିଥିବା ବିଜେଡି ଜଗି ରଖି ନିଜର ପାର୍ଥି ଚୟନ ପାଇଁ ବର୍ତ୍ତମାନ ଅଙ୍କ କସା ଜାରି ରଖିଛି। ଯଦି ବିଜେଡି ଦଳ କଥା କହିବା ଗତ ପଚାୟତ ନିର୍ବାଚନ ଠାରୁ ଆରମ୍ଭ କରି ପୌର ନିର୍ବାଚନରେ ଯେଉଁ ଐତିହାସିକ ବିଜୟ ଲାଭ କରିଥିଲା। ଏହାକୁ ନେଇ ବିଜେଡ଼ିକୁ ବ୍ରଜରାଜନଗର ନିର୍ବାଚନ କୌଣସି ବାଧା ସୃଷ୍ଟି କରିବନି ବୋଲି ମନେ ମନେ ବିଚାର କରୁଛି ।