Assam CM Himanta Biswa Sarma: ନିର୍ବାଚନ ବେଳେ କଂଗ୍ରେସ ଦଳକୁ ସମାଲୋଚନା କରି ଚର୍ଚ୍ଚାକୁ ଆସିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ପୁଣି ଥରେ ସେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଏନେଇ ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେମାନେ ହେଉଛନ୍ତି 'ଅମୁଲ ବେବିଜ' (Amul Babies)। ଗାନ୍ଧୀ ପରିବାରକୁ ଦେଖିଲେ କ'ଣ ଲାଭ ହେବ? ସେମାନେ ଅମୁଲ ବିଜ୍ଞାପନ ପାଇଁ ଉପଯୁକ୍ତ। ସେଥିପାଇଁ ସେମାନେ ହେଉଛନ୍ତି 'ଅମୁଲ ବେବିଜ'। ତାଙ୍କୁ ଦେଖିବା ଅପେକ୍ଷା କାଜିରଙ୍ଗା ଗଣ୍ଡା ଦେଖିବା ଭଲ। କଂଗ୍ରେସ ସାଂସଦ ପ୍ରାର୍ଥୀ ଗୌରବ ଗୋଗୋଇଙ୍କ ସମର୍ଥନରେ ଏକ ରୋଡ୍ ସୋ ଆୟୋଜନ କରିବା ପାଇଁ ପ୍ରିୟଙ୍କା ଗାନ୍ଧୀ ଆସାମ ଜୋରହାଟ ଠାରେ ପହଞ୍ଚିବା ପରେ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବା ଶର୍ମା।


COMMERCIAL BREAK
SCROLL TO CONTINUE READING

ଆସାମ ମୁଖ୍ୟମନ୍ତ୍ରୀ (Assam CM Himanta Biswa Sarma) କଟାକ୍ଷ କରି କହିଛନ୍ତି ଯେ  ନିର୍ବାଚନ ପ୍ରଚାରରେ ଭାଇ-ଭଉଣୀ ଯୋଡି ଦେଖିବା ଅପେକ୍ଷା ଆସାମବାସୀ (Assamese People) କାଜିରଙ୍ଗା (Kaziranga National Park) ଠାରେ ବାଘ ଏବଂ ଗଣ୍ଡା ଦେଖିବାକୁ ପସନ୍ଦ କରିବେ। କେବଳ ଏତିକି ନୁହେଁ ହିମନ୍ତ ବିଶ୍ୱ ଶର୍ମା ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ସଭାରେ କେବଳ ଦୁଇରୁ ତିନି ହଜାର ଲୋକ ପହଞ୍ଚିଥିଲେ। ଲୋକେ ପ୍ରିୟଙ୍କା ଗାନ୍ଧୀଙ୍କୁ ଦେଖିବାକୁ କାହିଁକି ଆସିବେ? ଏହା ବଦଳରେ ଲୋକେ ବାଘ ଏବଂ ଗଣ୍ଡା (Kaziranga National Park Tiger and Rhino) ଦେଖିବା ପାଇଁ କାଜିରଙ୍ଗା ଜାତୀୟ ଉଦ୍ୟାନ ଚାଲିଯିବେ।


ଗୌରବ ଗୋଗୋଇଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ ଆସାମ ମୁଖ୍ୟମନ୍ତ୍ରୀ
କେବଳ ଏତିକି ନୁହେଁ ଗୌରବ ଗୋଗୋଇଙ୍କୁ (Congress Leader Gaurav Gogoi) ମଧ୍ୟ ଟାର୍ଗେଟ କରିଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ଆପଣଙ୍କୁ କହିରଖୁଛୁ ଯେ ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ନେତା ଗୌରବ ଗୋଗୋଇ ଆସାମ ଜୋରହାଟ ଆସନରୁ (Jorhat Lok Sabha Seat Assam) ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତାଙ୍କୁ କଟାକ୍ଷ କରି ସେ ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟକୁ ଏପରି କୌଣସି ସାଂସଦଙ୍କ ଆବଶ୍ୟକତା ନାହିଁ। ଯିଏ ରାହୁଲ ଗାନ୍ଧୀ ଜିନ୍ଦାବାଦ ସ୍ଲୋଗାନ ଦେଉଛନ୍ତି। ଆମକୁ ଜଣେ ସାଂସଦ ଦରକାର ଯିଏ ଆସାମର ସମସ୍ୟା ଉଠାଇ ପାରିବେ। ଗୌରବ ଗୋଗେଇ ହେଉଛନ୍ତି ଗାନ୍ଧୀ ପରିବାରର ମୁଖପାତ୍ର। ସେ ଆସାମବାସୀଙ୍କ ପାଇଁ ଗୋଟିଏ ଶବ୍ଦ କହି ନାହାଁନ୍ତି କିମ୍ବା ସେମାନଙ୍କ ପାଇଁ କିଛି କରିନାହାଁନ୍ତି।


ଜୋରହାଟ ଠାରେ ରୋଡ ଶୋ କରିଥିଲେ ପ୍ରିୟଙ୍କା ଗାନ୍ଧୀ
ଗତ ମଙ୍ଗଳବାର କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ (Congress Leader Priyanka Gandhi) ଆସମ ଜୋରହାଟ ଠାରେ ଦଳର ସାଂସଦ ପ୍ରାର୍ଥୀ ଗୌରବ ଗୋଗୋଇଙ୍କ ସମର୍ଥନରେ ଏକ ରୋଡ୍ ସୋ ଆୟୋଜନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଯଦି ବିରୋଧି ଦଳ ଲୋକସଭା ନିର୍ବାଚନରେ ​​ଜିତେ ତାହେଲେ ଚା ବଗିଚାରେ କାମ କରୁଥିବା କର୍ମଚାରୀଙ୍କ ଦୈନିକ ମଜୁରୀ ବୃଦ୍ଧି କରାଯିବ। ଏହା ସହିତ ସେ ରୋଡ୍ ସୋ ସମୟରେ ଜନସାଧାରଣଙ୍କୁ ସମ୍ବୋଧିତ କରିବା ବେଳେ ଦାବି କରିଛନ୍ତି ଯେ ଶାସକ ଦଳ ମଧ୍ୟ ସମ୍ବିଧାନକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ଯଦି ଏପରି ହୁଏ ତାହେଲେ ଦେଶର ସାଧାରଣ ଲୋକ ଅଧିକ କ୍ଷତି ସହିବେ।