ନୂଆଦିଲ୍ଲୀ: କବର ଖୋଳି ଚର୍ଚ୍ଚିତ ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାକୁ ବାହାର କରାଯାଇଛି। ଏହି ମାମଲାରେ ସୋମବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଇଡିରେ ହାଜର ହୋଇଛନ୍ତି। କିନ୍ତୁ କେନ୍ଦ୍ରୀୟ ସଂସ୍ଥାର ସମନକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ କରାଯାଉଛି। ଜଣେ କଂଗ୍ରେସ କର୍ମୀ ରାହୁଲ ଗାନ୍ଧୀଙ୍କୁ ରାମ ଓ କେନ୍ଦ୍ରର ଶାସକ ମୋଦି ସରକାରକୁ ରାବଣ ବୋଲି କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ପରିଶେଷରେ ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲା (National Herald corruption case) ରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି। ସେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭାଡ୍ରାଙ୍କ ସହ ଇଡି କାର୍ଯ୍ୟାଳୟକୁ ଯାଇଛନ୍ତି। ସେଠାରେ ତାଙ୍କର ବୟାନ ରେକର୍ଡ କରାଯିବ। କିନ୍ତୁ ରାହୁଲ (Rahul Gandhi) ଙ୍କୁ ଯେଉଁ ସମନ ଜାରି କରାଯାଇଥିଲା ତାହାକୁ କଂଗ୍ରେସ କର୍ମୀମାନେ ବିରୋଧ କରିଛନ୍ତି। ଦେଶବ୍ୟାପୀ ୨୫ଟି ଇଡି କାର୍ଯ୍ୟାଳୟ (ED) ଆଗରେ ସେମାନେ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।


Also Read: National Herald case : ଦିଲ୍ଲୀରେ ଲାଗିଲା 'ରାହୁଲ ଗାନ୍ଧୀ ଝୁକେଗା ନେହିଁ' ପୋଷ୍ଟର


କେନ୍ଦ୍ରୀୟ ସଂସ୍ଥା (Central Agency) ବିରୋଧରେ ରବିବାର ଠାରୁ କଂଗ୍ରେସର କ୍ୟାମ୍ପେନ ଆରମ୍ଭ ହୋଇଯାଇଛି। ରାତିରେ ରୁହଲଙ୍କ ସପକ୍ଷରେ ପୁଷ୍ପା ଡାଇଲଗ 'ଝୁକେଗା ନେହିଁ' ଓ ଅନ୍ୟାନ୍ୟ ଫିଲ୍ମ ଡାଇଲଗର ପୋଷ୍ଟର ଦିଲ୍ଲୀରେ ଲଗାଯାଇଥିଲା। ସୋମବାର ସକାଳେ ଦଳୀୟ ନେତା ଓ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜଣେ କଂଗ୍ରେସ କର୍ମୀ ନିଜକୁ ହନୁମାନ ବେଶରେ ସଜାଇ କହିଛନ୍ତି, 'ଶାସକ ଦଳ ରାବଣର ଭୂମିକା ତୁଲାଉଛନ୍ତି। ଆମେ ତାଙ୍କୁ କହିବାକୁ ଚାହୁଁଛୁ, ରାହୁଲ ଗାନ୍ଧୀ ଆମର ରାମ ଏବଂ ଆମେ ତାଙ୍କୁ ଭକ୍ତି କରୁ। ସେ ଇଡି କାର୍ଯ୍ୟାଳୟରୁ ନ ବାହାରିବା ପର୍ଯ୍ୟନ୍ତ ପ୍ରଡଦର୍ଶନ ଜାରି ରହିବ।'


 



କଂଗ୍ରେସ ନେତା ରଣଦୀପ ସୂର୍ଯେୱାଲା କହିଛନ୍ତି, 'ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ସତ୍ୟର ସଂଗ୍ରାମ ଜାରି ରହିବ। ସ୍ୱାଧିନତା ସଂଗ୍ରାମ ବେଳେ ବ୍ରିଟିଶମାନେ କଂଗ୍ରେସର ସ୍ୱର ଦମନ କରିନଥିଲେ, ଆଉ ଏହି ଶାସକ ଦଳ କିପରି କରିପାରିବ। ଆମେ ନଇଁବୁ ନାହିଁ କି ଡରିବୁ ନାହିଁ। ଆମେ ସମ୍ବିଧାନର ରକ୍ଷକ। ଭୀରୁ ମୋଦି ସରକାର ବିପୁଳ ସଂଖ୍ୟାରେ ପୋଲିସ ମୁତୟନ କରି କେନ୍ଦ୍ରୀୟ ଦିଲ୍ଲୀରେ ଅଘୋଷିତ ଜରୁରୀକାଳିନ ପରିସ୍ଥିତି ଲଗାଇଛନ୍ତି। ଆଉ ଏହା ପ୍ରମାଣ କରୁଛି ଯେ, କଂଗ୍ରେସକୁ ମୋଦି ସରକାର ଡରୁଛନ୍ତି।'


Also Read: Prophet Muhammad row : ନୁପୁର ଶର୍ମାଙ୍କ ସମର୍ଥନରେ ବିଜେପି ସାଂସଦ ଗୌତମ ଗମ୍ଭୀର


ସେହିପରି ସଚିନ ପାଇଲଟ (Sachin Pilot) ଙ୍କ କହିବା ହେଲା, କଂଗ୍ରେସ ଗାନ୍ଧୀବାଦୀ ଓ ଶାନ୍ତିପୂର୍ଣ୍ଣ ଭାବେ ଏକ ରାଲି କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଦିଲ୍ଲୀରେ ଅନୁମତି ମିଳିଲା ନହିଁ। ଏମାନେ କେନ୍ଦ୍ରୀୟ ସଂସ୍ଥାରେ କିପରି ଦୁରୋପଯୋଗ କରୁଛି ତାହା ଜଗତ ଜାଣିଛି। ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ଅନ୍ୟ ନେତାଙ୍କ ଉପରେ ୭-୮ ବର୍ଷରୁ ବନ୍ଦ ପଡିଥିବା କେସ୍ ପକାଯାଇଛି। କେଉଁଠି ନା କେଉଁଠି ରାଜନୈତିକ ବିରୋଧିଙ୍କ ଉପରେ ଚାପ ପକାଇବାର ରାଜନୀତି ଚାଲିଛି। ଗୁରୁତ୍ୱପୂର୍ଣ୍ଣ ମୁଦ୍ଦା ଅଚି କିନ୍ତୁ ଅଲଗା ବିଚାରଧାରାର ଲୋକଙ୍କ ଉପରେ ଚାପ ପକାଇବା କାର୍ଯ୍ୟ ଚାଲିଛି। କଂଗ୍ରେସ ନିକଟରେ ଲୁଚାଇବା ପାଇଁ କିଛି ନାହିଁ।'