ତମାଲ ବାକଚିନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ତିକ୍ତତା ଜାରି ରହିଛି । ଏହି ସମୟରେ ପୁଣି ଥରେ ମୋଦି ସରକାର(Modi Government)ଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ(Congress)ର ପୂର୍ବତନ ଅଧ୍ୟକ୍ଷ ତଥା ବାୟନାଡ ସାଂସଦ ରାହୁଲ ଗାନ୍ଧୀ(Rahul Gandhi) । ଏଥର ହଜିଯାଇଥିବା ଡକ୍ୟୁମେଣ୍ଟ ପ୍ରସଙ୍ଗରେ ମୋଦି ସରକାରଙ୍କୁ ଘେରିଛନ୍ତି ସେ । ରାହୁଲ କହିଛନ୍ତି ଯେ ଯେତେ ଯେବେ ଦେଶ ଭାବପ୍ରବଣ ହୋଇଯାଏ, ଫାଇଲଗୁଡ଼ିକ ଅଦୃଶ୍ୟ ହୋଇଯାଇଥାଏ ।



COMMERCIAL BREAK
SCROLL TO CONTINUE READING

ଚୀନ୍ ପ୍ରସଙ୍ଗରେ ରାହୁଲ ସରକାରଙ୍କୁ ନିରନ୍ତର ପ୍ରଶ୍ନ ପଚାରି ଆସୁଛନ୍ତି । ବର୍ତ୍ତମାନ ସେ ଟ୍ୱିଟ୍ କରି କହିଛନ୍ତି ଯେ, "ଯେତେ ଯେବେ ଦେଶ ଭାବପ୍ରବଣ ହୁଏ, ଫାଇଲଗୁଡ଼ିକ ଅଦୃଶ୍ୟ ହୋଇଯାଏ । ମାଲ୍ୟା କିମ୍ବା ରାଫେଲ, ମୋଦି କିମ୍ବା ଚୋକସୀ... ନିଖୋଜ ତାଲିକାରେ ଲେଟେଷ୍ଟ ହେଉଛି ଚାଇନାର ଅନୁପ୍ରବେଶର ଦସ୍ତାବିଜ । ଏହା ଏକ ସଂଯୋଗ ନୁହେଁ, ଏହା ହେଉଛି ମୋଦି ସରକାରଙ୍କ ଗଣତନ୍ତ୍ର ବିରୋଧୀ ପରୀକ୍ଷଣ ।"


ଅଧିକ ପଢ଼ନ୍ତୁ:-ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ଖୁବ୍ ଶୀଘ୍ର ଏହି ଉପହାର ଦେବାକୁ ଯାଉଛନ୍ତି ମୋଦି ସରକାର


ୱାୟନାଡର କଂଗ୍ରେସ ସାଂସଦ ବର୍ତ୍ତମାନ ଚୀନ୍ ସହ ଜଡିତ ଦସ୍ତାବିଜ ଉପରେ ମୋଦି ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି । ବାସ୍ତବରେ ନିକଟରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଦସ୍ତାବିଜକୁ ନେଇ ଅନେକ ବିବାଦ ଦେଖାଦେଇଛି । ବିବାଦ କାରଣରୁ ଏହି ଦସ୍ତାବିଜକୁ ମନ୍ତ୍ରଣାଳୟର ୱେବସାଇଟରୁ ହଟାଇ ଦିଆଯାଇଛି ।


ଏହା ପୂର୍ବରୁ କଂଗ୍ରେସ ନେତା କହିଥିଲେ ଯେ, "ଭୁଲିଯାଅ ଯେ ଆମେ ଚୀନ୍ ସାମ୍ନାରେ ଠିଆ ହୋଇପାରିବା । ଚୀନର ନାମ ନେବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କର ସାହସ ନାହିଁ । ଚୀନର ଅନୁପ୍ରବେଶକୁ ସ୍ୱୀକାର କରୁଥିବା ଡକ୍ୟୁମେଣ୍ଟକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ୱେବସାଇଟରୁ ହଟାଇ ଦିଆଯାଇଛି ।"


ଅଧିକ ପଢ଼ନ୍ତୁ:-ଭାରତରେ ମାତ୍ର ୨୨୫ ଟଙ୍କାରେ ମିଳିବ ଅକ୍ସଫୋର୍ଡର କୋରୋନା ଟୀକା !


ଏଠାରେ କହି ରଖୁଛୁ ଯେ, ପ୍ରଥମ ଥର ପାଇଁ ଚାଇନାର ଅନୁପ୍ରବେଶକୁ ସ୍ୱୀକାର କରି ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଆନୁଷ୍ଠାନିକ ଭାବରେ ଏହି ସୂଚନା ୱେବସାଇଟରେ ଉପଲବ୍ଧ କରାଇଥିଲା । ତେବେ ରାଜନୈତିକ ସ୍ତରରେ ବିବାଦ ବୃଦ୍ଧି ପାଇବା ପରେ ୱେବସାଇଟରୁ ଏହି ଦସ୍ତାବିଜଗୁଡ଼ିକୁ ହଟାଇ ଦିଆଯାଇଥିଲା । ଏଥିସହ ବିରୋଧୀ ଦଳର ଏକ ପ୍ରଶ୍ନ ଥିଲା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସମ୍ୱୋଧନରେ ଦେଶକୁ ମିଛ କହିଛନ୍ତି କି ?