ନୂଆଦିଲ୍ଲୀ: ମୁଖ୍ୟ ପ୍ରସଙ୍ଗ ଆସିବା ମାତ୍ରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଆରଜେଡି ନେତା ତେଜସ୍ୱୀ ଯାଦବ ଏବଂ ଏଲଜେପି ମୁଖ୍ୟ ଚିରାଗ ପାସୱାନ ହନିମୁନ୍‌ ମନାଇବାକୁ ଯାଆନ୍ତି ବୋଲି କହିଛନ୍ତି ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ଅଧ୍ୟକ୍ଷ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମଞ୍ଝୀ । ବୁଧବାର ମାଞ୍ଝୀ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକ ପରେ ପାଟନାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ହେଉଥିବା ବେଳେ ସେ ଏହା କହିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଟିକାକରଣ ଉପରେ ମତ ରଖିଲେ ସୁର, କହିଲେ-ପିଏମ ମୋଦି ପ୍ରଥମେ ନିଅନ୍ତୁ ଟିକା, ତା'ପରେ...


ସେ କହିଛନ୍ତି ଯେ, "୨୦୧୯ରେ ଲୋକସଭା ନିର୍ବାଚନ ପରେ ତେଜସ୍ୱୀ ଯାଦବ ନିଖୋଜ ହୋଇଯାଇଥିଲେ । ସେତେବେଳେ ଆମେ ମହାମେଣ୍ଟରେ ଥିଲୁ । ଯେତେବେଳେ ଗଣମାଧ୍ୟମରେ ଏହି ବିଷୟରେ ଚର୍ଚ୍ଚା ଆରମ୍ଭ ହେଲା, ସେତେବେଳେ ଆମେ କହିଥିଲୁ ଯେ ପରାଜୟ କାରଣରୁ ଏବେବି ଦିଲ୍ଲୀରେ ଅଛନ୍ତି । ମୁଁ କହୁଛି ତେଜସ୍ୱୀ ଯାଦବ ଲାଲୁ କିମ୍ବା ଜିତନ୍ ରାମ ମାଞ୍ଝୀ ନୁହଁନ୍ତି । ଅଭିଜ୍ଞତାର ଅଭାବ ରହିଛି । ସେ ବିରୋଧୀ ଦଳର ନେତା । ଦିଲ୍ଲୀ ଯାଆନ୍ତୁ କିନ୍ତୁ ତାଙ୍କୁ ପାଟନାରେ ରହିବା ଉଚିତ୍ । ବିହାର ଛାଡିବା ଉଚିତ୍ ନୁହେଁ ।"


ଅଧିକ ପଢ଼ନ୍ତୁ:-ପ୍ରଣବ ମୁଖାର୍ଜୀ ନିଜ ପୁସ୍ତକରେ 'ମୋଦିଙ୍କ ପାକିସ୍ତାନ ଗସ୍ତ' ଓ 'ବିମୁଦ୍ରୀକରଣ' ଉପରେ କ'ଣ ଲେଖିଛନ୍ତି? ଜାଣନ୍ତୁ...



ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ବି କୌଣସି ମୁଖ୍ୟ ପ୍ରସଙ୍ଗ ଆସେ । ହିନ୍ଦୁସ୍ତାନର.. ବିହାରର ତିନି ଯୁବରାଜ.. ସେ ରାହୁଲ ଗାନ୍ଧୀ, ଚିରାଗ ପାସୱାନ୍ କିମ୍ବା ତେଜସ୍ୱୀ ଯାଦବ ହେଉ ନା କାହିଁକି, ଠିକ୍ ସମୟରେ ତିନି ଜଣ କୌଣସି ସ୍ଥାନରେ ହନିମୁନ୍ ମନାଇବାକୁ ଯାଆନ୍ତି ବା ଜଣା ନାହିଁ କ'ଣ କରିବାକୁ ଯାଆନ୍ତି ।