ଜୟପୁର: ଗତ ସୋମବାର ଆୟୋଜିତ ହୋଇଥିବା ଏକ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ରଖିଥିବା ବୟାନକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ରାଜସ୍ଥାନ ଶିକ୍ଷାମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟସାରା। ଯାହାର ଭିଡି଼ଓ ସୋସିଆଲ ମଡି଼ଆରେ ବେଶ ଭାଇରାଲ ହେବାରେ ଲାଗିଛି।


COMMERCIAL BREAK
SCROLL TO CONTINUE READING

ଏହି ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମକୁ (Women Empowerment Programme) ସମ୍ବୋଧିତ କରିବା ଅବସରରେ ରାଜସ୍ଥାନ ଶିକ୍ଷାମନ୍ତ୍ରୀ (Rajastahan Education Minister) ଗୋବିନ୍ଦ ସିଂହ ଡୋଟସାରା (Govind Singh Dotasra) ମହିଳାଙ୍କୁ ମୁଣ୍ଡ ବ୍ୟଥାର (Hedadche) କାରଣ ବୋଲି କହି ଦେଇଥିଲେ। ହେଲେ ନିଜେ ରଖିଥିବା ବୟାନ ଉପରେ ସଫେଇ ଦେବାକୁ ପ୍ରୟାସ କରିଥିଲେ ମନ୍ତ୍ରୀ। 



ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଜସ୍ଥାନ ଶିକ୍ଷାମନ୍ତ୍ରୀ କହିଥିଲେ ମହିଳା କର୍ମଚାରୀ ପରସ୍ପର ସହିତ ବହୁତ ଲଢେଇ କରିଥାନ୍ତି। ରାଜ୍ୟ ସରକାର ମହିଳାଙ୍କ ପାଇଁ ଏକ ନୀତି ପ୍ରଣୟନ କରି ସେମାନଙ୍କୁ ପ୍ରାଥମିକତା ଦେଉଛନ୍ତି ହେଲେ ମହିଳା କର୍ମଚାରୀଙ୍କ ମଧ୍ୟରେ ବିବାଦ ରହୁଛି। 


ଯେଉଁଠାରେ ମହିଳା କର୍ମଚାରୀ ଅଛନ୍ତି ସେଠାକାର ପ୍ରଧାନ ଶିକ୍ଷକ କିମ୍ବା ଶିକ୍ଷକ 'ସେରିଡନ୍' ବଟିକା ନିଅନ୍ତି। ମୁଣ୍ଡବିନ୍ଧା ପାଇଁ ଏହି ଔଷଧ ବ୍ୟବହାର କରାଯାଏ। ମହିଳାଙ୍କୁ ପରାମର୍ଶ ଦେଇ ରାଜସ୍ଥାନ ଶିକ୍ଷାମନ୍ତ୍ରୀ କହିଛନ୍ତି ଯଦି ସେମାନେ ପରସ୍ପର ବିବାଦ କରିବାର ଦୂରେଇ ରୁହନ୍ତି ତାହେଲେ ସେମାନେ ପୁରୁଷଙ୍କ ଠାରୁ ଆଗରେ ରହିବେ।


Also Read: ଗୋବିନ୍ଦ ସିଂହ ଡଟସାରା ନୂତନ ରାଜସ୍ଥାନ କଂଗ୍ରେସ ସଭାପତି ନିଯୁକ୍ତ


ରାଜସ୍ଥାନ ସରକାର (Rajastahan Govt) ସର୍ବଦା ମହିଳାଙ୍କ ସୁରକ୍ଷା ଏବଂ ଆରାମକୁ ସୁନିଶ୍ଚିତ କରିଛନ୍ତି ଏବଂ ସେମାନଙ୍କୁ ଚାକିରିରେ ପସନ୍ଦଯୋଗ୍ୟ ନିଯୁକ୍ତି ଦେଇଛନ୍ତି। ଚାକିରି, ଚୟନ ଏବଂ ପଦୋନ୍ନତି କ୍ଷେତ୍ରରେ ଆମେ ମହିଳାଙ୍କୁ ଅଗ୍ରାଧିକାର ଦେଇଛୁ। ଅନେକ ଲୋକ କୁହନ୍ତି ଯେ ଆମେ ସହର ଏବଂ ଏହାର ଆଖପାଖରେ ସର୍ବାଧିକ ସଂଖ୍ୟକ ମହିଳା ନିୟୋଜିତ କରିଛୁ।