Rajasthan Govt Mobile Scheme: ନିଜ ଇଚ୍ଛା ଅନୁଯାୟୀ କିଣନ୍ତୁ ମୋବାଇଲ ଫୋନ। ଆଉ ଫୋନ କିଣିବା ପଇସା ଆପଣ ନୁହେଁ ବରଂ ସରକାର ଦେବେ। ଏଭଳି ସୁବିଧା ଖୋଦ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଛି।  ଆଉ ଏହି ସୁବିଧା ରାଜସ୍ଥାନ ସରକାର ପ୍ରଦାନ କରୁଛନ୍ତି। 


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ଶେଷ ଆଡ଼଼କୁ ହେବାକୁ ଯାଉଛି ରାଜସ୍ଥାନ ବିଧାନସଭା ନିର୍ବାଚନ (Rajasthan Assembly Election 2023) । ହେଲେ ଏହା ପୂର୍ବରୁ ରାଜ୍ୟରେ କ୍ଷମତାସୀନ କଂଗ୍ରେସ ସରକାର ପୁଣି ଥରେ କ୍ଷମତାକୁ ଫେରିବା ଲକ୍ଷ୍ୟରେ ରହିଛି। ଏନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କ (Rajasthan CM Ashok Gehlot) ସରକାର ରାଜ୍ୟର ମହିଳାଙ୍କ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ଆଣିଛନ୍ତି। ଏହି ଯୋଜନା ମୋବାଇଲ୍ ଫୋନ ସହ ଜଡିତ ରହିଛି। ଯେଉଁଥିରେ ମହିଳା ନିଜ ପସନ୍ଦର ମୋବାଇଲ୍ ଫୋନ କିଣିବାକୁ ସକ୍ଷମ ହେବେ। ଏନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ କହିଛନ୍ତି ଯେ ସରକାର ଏହି ଯୋଜନା ଅଗଷ୍ଟ ମାସରେ ରକ୍ଷାବନ୍ଧନ (Raksha Bandhan 2023) ଅବସରରେ ଆରମ୍ଭ କରିବେ। ଆମେ ସ୍ମାର୍ଟଫୋନ୍ (Smart Phone) ବଦଳରେ ମହିଳାଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣର ନଗଦ ରାଶି ପ୍ରଦାନ କରିବୁ।


ମୋବାଇଲ୍ ଯୋଜନା ବିଷୟରେ କ'ଣ କହିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତ 
ମୋବାଇଲ୍ ଯୋଜନା (Rajasthan Free Mobile Yojana) ସମ୍ପର୍କରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କହିଛନ୍ତି, ରାଜସ୍ଥାନ ସରକାର ଗୋଟିଏ ପ୍ରକାରର ମୋବାଇଲ୍ ଦେଇପାରିବେ। ହେଲେ ବଜାରରେ ଅନେକ ପ୍ରକାରର ମୋବାଇଲ୍ ଉପଲବ୍ଧ ହେଉଛି। ଆମେ ଲୋକଙ୍କୁ ଏକ ବିକଳ୍ପ ଦେବୁ। ଯାହା ଦ୍ୱାରା ସେମାନେ ସେମାନଙ୍କର ଇଚ୍ଛା ଅନୁଯାୟୀ ମୋବାଇଲ ଫୋନ କିଣିପାରିବେ। ଫୋନ୍ କିଣିବା ପାଇଁ ସରକାର ଏକ ନିର୍ଦ୍ଦିଷ୍ଟ ପରିମାଣ ନଗଦ ରାଶି ପ୍ରଦାନ କରିବେ।


ଆପଣଙ୍କୁ କହିରଖୁଛୁ ଯେ କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ କହିଥିଲେ ଯେ ଆମ ସରକାର ଆପଣଙ୍କୁ ଏକ ମାଗଣା ସ୍ମାର୍ଟଫୋନ୍ ଦେବେ। ଯେଉଁଥିରେ ଆପଣଙ୍କୁ ୩ ବର୍ଷ ପାଇଁ ମାଗଣା ଇଣ୍ଟରନେଟ୍ ସୁବିଧା ମିଳିବ। ଗତ ୨୦୨୧ ବର୍ଷର ବଜେଟ ଉପସ୍ଥାପନ ବେଳେ ରାଜ୍ୟର ୧.୩୫ କୋଟି ମହିଳାଙ୍କୁ ସ୍ମାର୍ଟଫୋନ୍ ଦେବାକୁ ଘୋଷଣା କରିଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ। କିଛି ସମୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତ କହିଥିଲେ  ଚଳିତ ବର୍ଷ ଅଗଷ୍ଟ ୩୦ ତାରିଖ ରକ୍ଷାବନ୍ଧନ ଠାରୁ ପର୍ଯ୍ୟାୟକ୍ରମେ ସ୍ମାର୍ଟଫୋନ୍ ପ୍ରଦାନ କରାଯିବ। 



ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ମୋବାଇଲ ଯୋଜନା ବିଷୟରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତ। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ମୋବାଇଲ୍ ଏପରି ଏକ ଜିନିଷ, ଯଦି ଆପଣ ଏହାକୁ ବଜାରରେ କିଣିବାକୁ ଯାଆନ୍ତି, ତେବେ ଆପଣ ଏହାକୁ ନିଜ ପସନ୍ଦ ଅନୁସାରେ ପାଇବେ। ଯେପରି କେତେ ଜିବି କ୍ଷମତାର ମୋବାଇଲ୍ କିଣିବାକୁ ହେବ। ଆପଣ କେଉଁ ବ୍ରାଣ୍ଡ କିଣିବାକୁ ପସନ୍ଦ କରନ୍ତି। କେଉଁ ମଡେଲ୍ କିଣିବାକୁ ଚାହାଁନ୍ତି?


ରାଜସ୍ଥାନ ମୁଖ୍ୟମନ୍ତ୍ରୀ କହିଛନ୍ତି ଆମେ ଏହି ପ୍ରସଙ୍ଗରେ ବିଭିନ୍ନ ମୋବାଇଲ ନିର୍ମାତା କମ୍ପାନୀ ସହିତ କଥାବାର୍ତ୍ତା କରୁଛୁ। କମ୍ପାନୀ ମହଙ୍ଗା ଆଶ୍ୱସ୍ତି ଶିବିର ଭଳି କାଉଣ୍ଟର ସ୍ଥାପନ କରିବା ଆବଶ୍ୟକ ଏବଂ ଲୋକଙ୍କୁ ବିକଳ୍ପ ଦେବା ଉଚିତ୍। ସ୍ମାର୍ଟଫୋନ୍ ଦେବାର ଉଦ୍ଦେଶ୍ୟ ହେଉଛି ମହିଳା ସଶକ୍ତିକରଣ।