ଜୟପୁର: ରାଜସ୍ଥାନ (Rajasthan) ରେ ପୌର ନିର୍ବାଚନ (Local bodies Election results) ରେ କଂଗ୍ରେସ (Congress) ସଂଖ୍ୟାଗରିଷ୍ଠତା ହାସଲ କରିଛି । ଶାସକ ଦଳ ୩,୦୩୪ଟି ୱାର୍ଡ ମଧ୍ୟରୁ ୧୧୯୪ଟିରେ ଜିତିବାରେ ସଫଳ ହୋଇଛି । ଅନ୍ୟପଟେ ବିଜେପି (BJP) ୧୧୪୬ଟି ୱାର୍ଡରେ ଜିତିଛି । ସେହିପରି ୬୩୧ ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି, ଅର୍ଥାତ ସେମାନଙ୍କ ସମର୍ଥନ ବିନା ସଂସ୍ଥାଗୁଡ଼ିକରେ କଂଗ୍ରେସ ବୋର୍ଡ ଗଠନ କରିପାରିବ ନାହିଁ । ବୋର୍ଡର ଅଧ୍ୟକ୍ଷଙ୍କ ପାଇଁ ମତଦାନ ଫେବୃଆରୀ ୭ରେ ହେବ । କେବଳ ଏହା ପରେ କହିହେବ ଯେ ସ୍ୱାଧୀନ ବିଜୟୀ ପ୍ରାର୍ଥୀମାନେ କେଉଁ ଦଳକୁ ସମର୍ଥନ କରିବେ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଗୁଜୁରାଟରେ ବିଜେପିକୁ ଝଟକା, କଂଗ୍ରେସ ଜିତିଲା ୧୧ରୁ ୮ଟି ଆସନ


ତେବେ କଂଗ୍ରେସ ଦାବି କରିଛି ଯେ ସେ ୯୦ଟି ବୋର୍ଡରୁ ୫୦ଟି ବୋର୍ଡ ସ୍ୱାଧୀନ ବିଜୟୀ ପ୍ରାର୍ଥୀଙ୍କ ସମର୍ଥନରେ ଗଠନ କରିବ । ଅଜମେର ମ୍ୟୁନିସିପାଲିଟି କର୍ପୋରେସନରେ ବିଜେପି ଜିତିଛି । ସେପଟେ ରାଜସମନ୍ଦରେ କଂଗ୍ରେସ ପ୍ରଥମ ଥର ପାଇଁ ଜିତିଛି, ଯେଉଁଠାରେ ନିକଟରେ ବିଧାୟକ କିରଣ ମହେଶ୍ୱରୀଙ୍କ କୋଭିଡ କାରଣରୁ ଦେହାନ୍ତ ହୋଇଥିଲା ।


ଅଧିକ ପଢ଼ନ୍ତୁ:-ଆସିଯାଇଛି ଫେବୃଆରୀ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍


ରାଜ୍ୟର ୨୦ଟି ଜିଲ୍ଲା ଅଜମେର, ବାନ୍ସୱାରା, ବିକାନେର, ଭିଲୱାରା, ବୁନ୍ଦି, ପ୍ରତାପଗଡ, ଚିତ୍ତରଗଡ, ଚରୁ, ଡଙ୍ଗରପୁର, ହନୁମାନଗଡ, ଜୈସଲମେର, ଜାଲୋର, ଝାଲାୱାର,ଝୁନଝୁନ, ନାଗୌର, ପାଲି, ରାଜସମନ୍ଦ, ସୀକର, ଟୋଙ୍କ ଏବଂ ଉଦୟପୁରର ୯୦ଟି ପୌର ସଂସ୍ଥାର ନିର୍ବାଚନୀ ପରିଣାମ ଘୋଷଣା କରାଯାଇଛି ।


ଅଧିକ ପଢ଼ନ୍ତୁ:-ଭୁଶୁଡ଼ି ପଡ଼ିବ କି ଦିଦିଙ୍କ ଗଡ, ନା ବିଜେପିର ସ୍ୱପ୍ନକୁ ଧୂଳିସାତ କରିଦେବ ଲୋକପ୍ରିୟତା?


ରାଜ୍ୟ ନିର୍ବାଚନ ଆୟୋଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୩୦୩୫ ୱାର୍ଡ ମଧ୍ୟରୁ ୩୦୩୪ ୱାର୍ଡ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । କଂଗ୍ରେସ ୧୧୯୭ଟି ୱାର୍ଡ ଜିତିଛି । ବିଜେପି ୧୧୪୦ଟି ୱାର୍ଡ, ସ୍ୱାଧାନ ପ୍ରାର୍ଥୀ ୬୩୪, ଏନସିପି ୪୬, ଆରଏଲପି ୧୩, ସିପିଏମ ୩ ଏବଂ ବିଏସପିରୁ ଜଣେ ପ୍ରାର୍ଥୀ ଜିତିଛନ୍ତି ।