ଏପରି ସ୍ଥିତି ଯଦି ରହିବ ତେବେ ବିଜେପିର ଡଙ୍ଗା ବୁଡ଼ିବାରୁ କେହି ରକ୍ଷା କରିପାରିବେ ନାହିଁ: BJP ନେତା
ହାଇକମାଣ୍ଡଙ୍କୁ ସତର୍କ କରାଇ ବିଜେପି ନେତାମାନେ ଏକ ବୟାନ ଦେଇଛନ୍ତି । ନେତାମାନେ କହିଛନ୍ତି ଯେ ବ୍ୟକ୍ତିବିଶେଷଙ୍କ ନିର୍ଦ୍ଦେଶରେ ବିଜେପି ଗଡ଼କୁ ଧରାତଳରୁ ରସାତଳକୁ ପହଞ୍ଚାଯାଇଛି ।
ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିରେ ବିଜେପି (BJP) ଓ କଂଗ୍ରେସ (Congress) ର ବିଦ୍ରୋହୀ ନେତାମାନେ ଉଭୟ ଦଳର ଟେନସନ୍ ବଢ଼ାଇବାରେ ଲାଗିଛି । ରାଜ୍ୟର ୨୦ ଜିଲ୍ଲାର ୯୦ଟି ପୌର ନିର୍ବାଚନ ପାଇଁ ହୋଇଥିବା ଅଧ୍ୟକ୍ଷ ପଦ ନିର୍ବାଚନର ପରିଣାମ ରବିବାର ଘୋଷଣା କରାଯାଇଛି । ଏଥିର ଶାସକ ଦଳ କଂଗ୍ରେସ ୪୮ଟି ସଂସ୍ଥାରେ ଓ ୩୭ଟି ସଂସ୍ଥାରେ ବିଜେପି ବୋର୍ଡ ଗଢ଼ିଛି । ଏହି ନିର୍ବାଚନ ଫଳାଫଳ ପରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ (Vasundhara Raje) ଙ୍କ ପ୍ରତି ବିଶ୍ୱସ୍ତ ବିଧାୟକଙ୍କ ସମେତ ବିଜେପି ନେତାଙ୍କ ଏକ ସମୂହ ହାଡାଉଟି ଅଞ୍ଚଳରେ ହୋଇଥିବା କ୍ଷତି ପାଇଁ ଦଳର ରାଜ୍ୟ ସଂଗଠନକୁ ଦାୟୀ କରିଛି ।
ଅଧିକ ପଢ଼ନ୍ତୁ:-ପିଏମ ମୋଦିଙ୍କ 'ଆନ୍ଦୋଳନଜୀବୀ' ମନ୍ତବ୍ୟକୁ ନେଇ ଏହି ଅନ୍ଦାଜରେ କଟାକ୍ଷ କଲେ ରାହୁଲ
ହାଇକମାଣ୍ଡଙ୍କୁ ସତର୍କ କରାଇ ବିଜେପି ନେତାମାନେ ଏକ ବୟାନ ଦେଇଛନ୍ତି । ନେତାମାନେ କହିଛନ୍ତି ଯେ ବ୍ୟକ୍ତିବିଶେଷଙ୍କ ନିର୍ଦ୍ଦେଶରେ ବିଜେପି ଗଡ଼କୁ ଧରାତଳରୁ ରସାତଳକୁ ପହଞ୍ଚାଯାଇଛି । ଯଦି ପରିସ୍ଥିତି ଏପରି ରହିବ, ତେବେ ବିଜେପିକୁ ବୁଡ଼ିଯିବାରୁ କେହି ରକ୍ଷା କରିପାରିବେ ନାହିଁ । ଏହି ମିଳିତ ବୟାନ ଛବ୍ରା ବିଧାୟକ ପ୍ରତାପ ସିଂ ସିଂଘବୀ, ପୂର୍ବତନ ବିଧାୟକ ବାବୁଲାଲ ବର୍ମା, ଭବାନୀ ସିଂ ରାଜୱାତ, ପ୍ରହ୍ଲାଦ ଗୁଞ୍ଜଲ ଏବଂ ବିଦ୍ୟା ଶଙ୍କର ନନ୍ଦୱାନା ଏବଂ ବିଜେପି ନେତା ଶ୍ରୀ କିଶନ ପାଟିଦାରଙ୍କ ନାମରେ ଏହି ବୟାନ ଜାରି କରାଯାଇଛି ।
ଅଧିକ ପଢ଼ନ୍ତୁ:-ବାଇଡେନ ସରକାର କହିଲା ତା' ପାଇଁ ଭାରତ କାହିଁକି ଏତେ ଖାସ୍
କୋଟା, ବୁନ୍ଦୀ, ବାରାଂ ଏବଂ ଝାଲାୱାର ଜିଲ୍ଲାରେ ଅନୁଷ୍ଠିତ ମ୍ୟୁନିସିପାଲିଟି ପରିଷଦ ଏବଂ ପୌରପାଳିକା ନିର୍ବାଚନରେ କଂଗ୍ରେସ ବିଜେପିକୁ ବଡ ବ୍ୟବଧାନରେ ମାତ୍ ଦେଇଛି । ବୟାନରେ କୁହାଯାଇଛି ଯେ ରାଜେଙ୍କ ନିର୍ବାଚନ ମଣ୍ଡଳୀ ଝାଲୱାରରେ ଦଳ ଭଲ ପ୍ରଦର୍ଶନ କରିପାରିଥାନ୍ତେ, କାରଣ ସେଠାରେ ତାଙ୍କ ସ୍ଥିତି ମଜଭୁତ ରହିଛି । ସେମାନେ କହିଛନ୍ତି ଯେ, ବ୍ୟକ୍ତିବିଶେଷଙ୍କ ନିର୍ଦ୍ଦେଶରେ ରାଜ୍ୟ ସଂଗଠନ ଜନାଧାରହୀନ ଲୋକଙ୍କୁ ନିର୍ବାଚନ ଦାୟିତ୍ୱରେ ରଖିଥିଲା । ସେମାନଙ୍କ ଆଦେଶରେ ଟିକେଟ୍ ବଣ୍ଟନ କରାଯାଇଥିଲା ଏବଂ ସେତେବେଳେ ହିଁ ଏହି ପରିସ୍ଥିତି ଉପୁଜିଥିଲା, ନଚେତ୍ ରାଜସ୍ଥାନରେ କୋଟା ହେଉଛି ବିଜେପିର ଏକ ଅଭେଦ୍ୟ ଗଡ଼ । ଯାହାକୁ କଂଗ୍ରେସ କେବେ ବି ଭେଦ୍ୟ କରିପାରିବ ନାହିଁ ।