ରାଜସ୍ଥାନରେ କଂଗ୍ରେସକୁ ଝଟକା, ବିଜେପି ଜିତିଲା ୨୧ରୁ ୧୩ଟି ଆସନ
ରାଜସ୍ଥାନରେ ଝାଲାୱାର ଜିଲ୍ଲା ପରିଷଦ ପ୍ରମୁଖ ପଦ ବିଜେପି ହାତକୁ ଯାଇଛି । ଏହା ସହିତ ୨୧ଟି ଜିଲ୍ଲା ପରିଷଦରେ ଅନୁଷ୍ଠିତ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି ।
ଜୟପୁର: ରାଜସ୍ଥାନରେ ହୋଇଥିବା ଜିଲ୍ଲା ପରିଷଦ ନିର୍ବାଚନ (Rajasthan Zilla Parishad Elections) ରେ କଂଗ୍ରେସ (Congress) କୁ ବଡ଼ ଝଟକା ଲାଗିଛି । ରାଜସ୍ଥାନର ୨୧ଟି ଜିଲ୍ଲା ପରିଷଦରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯାହାର ଫଳାଫଳ ଘୋଷଣା ହୋଇସାରିଛି । ଏହି ନିର୍ବାଚନରେ ବିଜେପି (BJP) ୧୩ଟି ଆସନ ଦଖଲ କରିଛି । ଅନ୍ୟପଟେ ୫ଟି ଜିଲ୍ଲା ପରିଷଦ ପ୍ରମୁଖ ପଦ କଂଗ୍ରେସକୁ ମିଳିଛି । ୩ ଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଜିଲ୍ଲା ମୁଖ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଏହାସହ ରାଜ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ (Ashok Gehlot) ଙ୍କୁ ଆଉ ଏକ ଝଟକା ଲାଗିଛି । ନିକଟରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ମଧ୍ୟ କଂଗ୍ରେସକୁ ଝଟକା ଲାଗିଥିଲା ।
ଅଧିକ ପଢ଼ନ୍ତୁ:-ଏନଡିଏରେ କୁଶୱାହାଙ୍କ ଏଣ୍ଟ୍ରି, ଚିରାଗଙ୍କୁ ବାହାରର ରାସ୍ତା! ଜାଣନ୍ତୁ ବିହାରର ନୂଆ ରାଜନୈତିକ ସମୀକରଣ
ରାଜସ୍ଥାନରେ ଝାଲାୱାର ଜିଲ୍ଲା ପରିଷଦ ପ୍ରମୁଖ ପଦ ବିଜେପି ହାତକୁ ଯାଇଛି । ଏହା ସହିତ ୨୧ଟି ଜିଲ୍ଲା ପରିଷଦରେ ଅନୁଷ୍ଠିତ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି । ୨୧ଟି ଜିଲ୍ଲା ପରିଷଦର ଘୋଷିତ ଫଳାଫଳ ଅନୁଯାୟୀ, ୧୩ଟି ଜିଲ୍ଲା ପରିଷଦ ପ୍ରମୁଖ ପଦ ବିଜେପି ହାତକୁ ଆସିଛି ।
ମଙ୍ଗଳବାର ଏବଂ ବୁଧବାର ରାଜ୍ୟରେ ୨୨୨ ପଞ୍ଚାୟତ ସମିତି ସଦସ୍ୟ ଓ ୨୧ ଜିଲ୍ଲା ପରିଷଦର ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି । ଏକ ବୁଥରେ ପୁନଃ ମତଦାନ ହେତୁ ଝାଲାୱର ଜିଲ୍ଲା ପରିଷଦ ସଦସ୍ୟଙ୍କ ଫଳାଫଳ ଅନ୍ୟ ଫଳାଫଳ ସହିତ ଘୋଷିତ ହୋଇପାରି ନଥିଲା । ଗୁରୁବାର ଝାଲାୱାରରେ ଏହି ନିର୍ବାଚନ ପୁଣି ଅନୁଷ୍ଠିତ ହୋଇଥିଲା ।
ଅଧିକ ପଢ଼ନ୍ତୁ:-ଜାନୁଆରୀ ୧ରୁ ଆପଣଙ୍କର ଡେବିଟ୍-କ୍ରେଡିଟ୍ କାର୍ଡ ସହ ଜଡିତ ବଦଳିବ ଏହି ନିୟମ
ଶୁକ୍ରବାର ଜିଲ୍ଲା ପ୍ରମୁଖଙ୍କ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଅନ୍ୟପକ୍ଷରେ ଶୁକ୍ରବାର ୨୨୨ ପଞ୍ଚାୟତ ସମିତିରେ ଉପ ପ୍ରଧାନ ଏବଂ ୨୦ ଜିଲ୍ଲା ପରିଷଦରେ ଉପ ଜିଲ୍ଲା ମୁଖ୍ୟ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଫଳାଫଳ ମଧ୍ୟ ଘୋଷଣା କରାଯାଇଥିଲା । ଝାଲୱାର ଜିଲ୍ଲା ପରିଷଦରେ ଉପ ପ୍ରଧାନ ପଦ ପାଇଁ ଶନିବାର ନିର୍ବାଚନ ଅନୁଷ୍ଠିତ ହେବ ।