Rajasthan Assembly Elections 2023 Voting: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ୨୪ ତାରିଖରେ ହେବାକୁ ଯାଉଛି ମତଦାନ। ଭୋଟ ଗ୍ରହଣ ପୂର୍ବରୁ ନିର୍ବାଚନ ଆୟୋଗ ଭାରତ-ପାକିସ୍ତାନ ସୀମାରେ ରହିଥିବା ଗ୍ରାମରେ ଏକ ମତଦାନ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି। ଏହି ମତଦାନ କେନ୍ଦ୍ର ରାଜସ୍ଥାନର ବାଡେମର ଜିଲ୍ଲାରେ ଅବସ୍ଥିତ। ଯେଉଁଠି ମାତ୍ର ୩୫ ଜଣ ମତଦାତା ମତଦାନ କରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ମତଦାନ କେନ୍ଦ୍ରରେ ଭୋଟ ଦେବାକୁ ଯାଉଥିବା ସମସ୍ତ ଭୋଟର ହେଉଛନ୍ତି ଗୋଟିଏ ପରିବାରର ସଦସ୍ୟ।


COMMERCIAL BREAK
SCROLL TO CONTINUE READING

ରାଜସ୍ଥାନର ବାଡେମର ଜିଲ୍ଲାରେ (Barmer District Rajasthan) ବାଡେମର୍ କା ପାର୍ ନାମକ ଏକ ପରିଚିତ ଗାଁ (Barmer Ka Par Village Rajasthan) ଅବସ୍ଥିତ ରହିଛି। ନିର୍ବାଚନ ସମୟରେ ଗ୍ରାମବାସୀ ଏକ ବଡ଼ ଆହ୍ୱାନର ସାମ୍ନା କରିବାକୁ ପଡୁଥିଲା। କାରଣ ଏଠାକାର ଲୋକଙ୍କୁ ଭୋଟ୍ ଦେବା ପାଇଁ ନିକଟସ୍ଥ ମତଦାନ କେନ୍ଦ୍ରରେ ପହଞ୍ଚିବା ଲାଗି ପ୍ରାୟ ୨୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ପଡୁଥିଲା। ଏହି କଠିନ ଯାତ୍ରା ମହିଳା ତଥା ବୃଦ୍ଧ ଲୋକଙ୍କ ପାଇଁ କୌଣସି ଏକ ବଡ଼ ଆହ୍ୱାନ ଠାରୁ କମ ନଥିଲା। ଏହି ଦୂରତା ଅତିକ୍ରମ କରିବା ପାଇଁ ପାଦରେ ଚାଲିବାକୁ କିମ୍ବା ଓଟ ବ୍ୟବହାର କରିବାକୁ ପଡୁଥିଲା। ଏପରି ସମସ୍ୟା ହେତୁ ବିଗତ ନିର୍ବାଚନରେ ​କେବଳ ପୁରୁଷ ମତଦାତଙ୍କ ଦ୍ୱାରା ମତଦାନ କରାଯାଉଥିଲା। ମାତ୍ର ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନ ପାଇଁ (Rajasthan Assembly Elections 2023) ନିର୍ବାଚନ ଆୟୋଗ (Election Commission) ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଦ୍ୱାରା ସମସ୍ତ ଗ୍ରାମବାସୀ ଉପକୃତ ହେବେ।


ମତଦାନ କେନ୍ଦ୍ର ପ୍ରତିଷ୍ଠା ହେବା ଦ୍ୱାରା ବେଶ ଖୁସି ଅଛନ୍ତି ମହିଳା
ବାଡେମର୍ କା ପାର୍ ଠାରେ ମତଦାନ କେନ୍ଦ୍ର ପ୍ରତିଷ୍ଠା ହେବା ଦ୍ୱାରା ଗ୍ରାମବାସୀ ବିଶେଷକରି ମହିଳା ବେଶ ଖୁସିବ୍ୟକ୍ତ କରିଛଛି। ଗ୍ରାମର ମହିଳା ବର୍ତ୍ତମାନ ଏହି ଗଣତାନ୍ତ୍ରିକ କାର୍ଯ୍ୟକ୍ରମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଏବଂ ଏହାକୁ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଗ୍ରାମରେ ପଞ୍ଜୀକୃତ ହୋଇଥିବା ୩୫ ଜଣ ମତଦାତାଙ୍କ ମଧ୍ୟରୁ ୧୭ ଜଣ ହେଉଛନ୍ତି ମହିଳା ଏବଂ ବାକି ୧୮ ଜଣ ହେଉଛନ୍ତି ପୁରୁଷ।


ନଭେମ୍ବର ୨୫ ତାରିଖରେ ହେବ ମତଦାନ; ଡିସେମ୍ବର ୩ ତାରିଖରେ ପ୍ରକାଶ ପାଇବ ଫଳାଫଳ
ରାଜସ୍ଥାନ ବିଧାନସଭା ନିର୍ବାଚନ ୨୦୨୩ ପାଇଁ ନଭେମ୍ବର ୨୫ ତାରିଖରେ ଅନୁଷ୍ଠିତ ହେବ ମତଦାନ। ସେହିପରି ଆସନ୍ତା ଡିସେମ୍ବର ୩ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ।