Rajya Sabha Politics: ଭୁବନେଶ୍ୱର: ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଇସ୍ତଫା ପରେ ଏବେ ବିଜେଡି ରାଜନୀତିରେ ଯଥେଷ୍ଟ ପରିବର୍ତ୍ତନର ଆଶଙ୍କା ଜନ୍ମିଛି।  ଲୋକସଭାରେ ଶୂନ୍ୟ ହେବା ପରେ ରାଜ୍ୟସଭାରେ ଦଳର ସଂଖ୍ୟା ହ୍ରାସ ପାଇବା ଦଳ ପାଇଁ ସତର୍କ ଘଣ୍ଟି ବଜାଇଛି। ଆଗକୁ ଆହୁରି ଦୁଇଜଣ ସାଂସଦ ଇସ୍ତଫା ଦେବେ ବୋଲି ବି ଚର୍ଚ୍ଚା ହେଉଛି। ସେଥିରେ ଜଣେ ଆଦିବାସୀ ସାଂସଦ ରହିଥିବାବେଳେ ଆଉ ଜଣେ ସଂଖ୍ୟାଲଘୁ ସାଂସଦଙ୍କ ନାଁ ରହିଛି। ତେବେ ଏହା ଗୋଟଇଏ ଦିନରେ ହେବ ନାହିଁ। ରାଜ୍ୟସଭାର ସଂଖ୍ୟା ଗଣିତକୁ ହିସାବ କଲେ ଏଥିପାଇଁ ଅନେକ ଦିନ ଲାଗିବା ସ୍ୱଭାବିକ। ଏ ଭିତରେ ଚର୍ଚ୍ଚାକୁ ପ୍ରଶମିତ କରିବା ତଥା ନିଜ ସାଂସଦଙ୍କୁ ନିଜ ମୁଣିରେ ବାନ୍ଧି ରଖିବା ଲାଗି ବିଜେଡିକୁ ପର୍ଯ୍ୟାପ୍ତ ସମୟ ବି ମିଳିବ। 


COMMERCIAL BREAK
SCROLL TO CONTINUE READING

 



ସଦ୍ୟ ଚର୍ଚ୍ଚାରେ ଥିବା ଏହି ଦୁଇ ସାଂସଦ ଗଲା କିଛିଦିନ ହେଲା ଦଳ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉ ନାହାନ୍ତି। ଏହି ଦୁଇଜଣଙ୍କ ଭିତରୁ ସଂଖ୍ୟାଲଘୁ ସାଂସଦ ଜଣକ ଅନେକ ସମୟରେ ମୁଖର ରହୁଥିଲେ। ତାଙ୍କୁ ଦଳର ବିଭିନ୍ନ ମିଡିଆ ଆଗରେ କହିବା ପାଇଁ ଅନୁମତି ଥିଲେ ମଧ୍ୟ ଏବେ ଆଉ ତାଘଙ୍କୁ ଟିଭି ପର୍ଦ୍ଦାରେ ଦେଖିବାକୁ ମିଳୁ ନାହିଁ। ୬ ବର୍ଷ ପାଇଁ ଦ୍ୱିତୀୟଥର ସେ ନିର୍ବାଚିତ ହୋଇଛନ୍ତି। ଏବେ ଆହୁରି ଚାରିବର୍ଷ ତାଙ୍କ ସମୟ ରହିଛି। ତଥାପି ସେ ଇସ୍ତଫା ଦେଇ ସାଂସଦ ମମତା ମହାନ୍ତଙ୍କ ମାର୍ଗ ଧରିବେ ବୋଲି ଚର୍ଚ୍ଚା ହେଉଛି। 


ନିକଟରେ ମମତାଙ୍କ ଭଳି କଳାହାଣ୍ଡିର ବାସିନ୍ତା ସୁଜିତ କୁମାର ଦଳ ଛାଡ଼ିଛନ୍ତି। ମମତା ପୁଣିଥରେ ବିଜେପି ଟିକଟରେ ବାକି ସମୟ ସାଂସଦ ହେବା ଲାଗି ନିର୍ବାଚିତ ହୋଇଛନ୍ତି।  ଏବେ ସୁଜିତ ସେ ସୁଯୋଗ ପାଇବେ ବୋଲି ବି ଚର୍ଚ୍ଚା ହେଉଛି। ହେଲେ ନା ବିଜେପି ନା ବିଜେଡିପ କ୍ଷରୁ ଏ ବାବଦରେ କିଛି କୁହାଯାଇ ନାହିଁ। 
ରାଜ୍ୟ ବିଧାନସଭାରେ ଏବେ ବିଜେପି ସଂସଖ୍ୟା ଗରିଷ୍ଠ ରହିଥିଲେ ବି ରାଜ୍ୟସଭା ନିର୍ବାଚନ ବେଳେ ଜଣେ ମାତ୍ର ପ୍ରାର୍ଥୀଙ୍କୁ ନିର୍ବାଚିତ କରିପାରିବ। ଯଦି ଦୁଇଟି ପଦବୀ ଲାଗି ଭୋଟ ହୁଏ  ତେବେ ଜଣେ ପ୍ରାର୍ଥୀ ବିଜେଡିରୁ ନିର୍ବାଚିତ ହେବା ପକ୍କା। ଅର୍ଥାତ ଏକକ ସ୍ଥାନାନ୍ତରୀତ ଭୋଟ ଦ୍ୱାରା ଅନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥାରେ ହେଉଥିବା ଏହି ନିର୍ବାଚନ ଲାଗି ବିଜେପି ପାଖରେ ଦୁଇ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବା ଲାଗି କ୍ଷମତା ନାହିଁ। 


ଏହି ସମୀକରଣକୁ ଆଖି ଆଗରେ ରଖି ରାଜ୍ୟସଭାରେ ରାଜ୍ୟ ପ୍ରତିନିଧିତ୍ୱକୁ ପ୍ରୋତ୍ସାହିତ କରୁଛି ବିଜେପି। ଏହିକ୍ରମରେ ସମ୍ବେଦନଶୀଳ ଥିବା ବିଜେଡି ଅଧିକ ପ୍ରଭାବିତ ହୋଇଛି। ପ୍ରଥମେ ମମତା ମହାନ୍ତଙ୍କ ଇସ୍ତଫା ଓ ନିର୍ବାଚନ ପରେ ଏବେ ସୁଜିତକୁମାରଙ୍କ ଇସ୍ତଫା ପରେ ବିଜେପିରେ ଯୋଗ ଦେବା ବିଜେପିକୁ ଏ ସମୀକରଣ ସୃଷ୍ଟିକାରୀ ଭାବେ ଗ୍ରହଣ କରାଯାଇପାରେ। ଏହିକ୍ରମରେ ଆଗକୁ ରାଜ୍ୟ ବିଜେଡିର ଆଉ ଦୁଇଜଣଙ୍କୁ ନିଜ ଦଳକୁ ନେବା ପାଇଁ ଦଳ ଯୋଜନା ରଖିଛି। 


 



ଚର୍ଚ୍ଚା ହେଉଥିବା ଏ ଦୁଇଜଣ ସାଂସଦଙ୍କ ଭିତରେ ରହିଛନ୍ତି ଆଦିବାସୀ ନେତା ନିରଞ୍ଜନ ବିଶି ଏବଂ ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର। ଏହି ଦୁଇଜଣ ୨୦୨୨ ମସିହାରେ ନିର୍ବାଚିତ ହୋଇଥିଲେ।  ନିରଞ୍ଜନଙ୍କ କାର୍ଯ୍ୟକାଳ ୨୦୨୬ରେ ଶେଷ ହେବାକୁ ଥିବାବେଳେ ସସ୍ମିତଙ୍କ କାର୍ଯ୍ୟକାଳ ୨୦୨୮ରେ ଶେଷ ହେବ। ଶ୍ରୀ ପାତ୍ର ବିଜେଡି ମହଲରେ ଏତେ ପରିଚିତ ଯେ ସେ ବିଜେପିରେ ଯୋଗଦେବେ ତାହା ହଜମ କରିବା କଷ୍ଟକର। କିନ୍ତୁ ଯାହା ଚର୍ଚ୍ଚା ହେଉଛି ସେହି ଅନୁସାରେ ବିଜେପି କିଛି ବଡ଼ ନାକୁ ସାମ୍ନାକୁ ଆଣିବାକୁ ଚାହୁଁଛି। ଏହାଦ୍ୱାରା ବିଜେଡିରେ ବ୍ୟାପକ ଅସନ୍ତୋଷ ରହିଛି ବୋଲି ବାର୍ତ୍ତା ସାମ୍ନାକୁ ଆସିବ। ଶ୍ରୀ ପାତ୍ର ବିଗତ କିଛିଦିନ ହେଲେ ଦଳର ଗଣମାଧ୍ୟମ ସମ୍ମିଳନୀରେ ଆଗକୁ ଆସିବା ଏହି ଚର୍ଚ୍ଚାକୁ ଅଧିକ ଖୋରାକି ଦେଇଛନ୍ତି। ଏପରିକି ନିକଟରେ ଶେଷ ହୋଇଥିବା ଦଳର ସଂଖ୍ୟାଲଘୁ ସମ୍ମିଳନୀରେ ସେ ମଧ୍ୟ ନଜରକୁ ଆସି ନାହାନ୍ତି। 


ଡ. ଅଚ୍ୟୁତ ସାମନ୍ତଙ୍କ ନେତୃତ୍ୱରେ ପରିଚାଳିତ କିସ୍‍ ବିଶ୍ୱବିଦ୍ୟାଳୟର ପରାମର୍ଶଦାତା କମିଟିର ସଦସ୍ୟ ରହିଛନ୍ତି ଆଦିବାସୀ ନେତା ଶ୍ରୀ ବିଶି।  ସାଂସଦ ହେବା ପୂର୍ବରୁ ସେ ବିଜେଡିକୁ ବିରୋଧ କରୁଥିଲେ। ଏବେ ଡ. ସାମନ୍ତ ମଧ୍ୟ ଦଳରୁ ସନ୍ୟାସ ନେଇଛନ୍ତି। ଏହିକ୍ରମରେ ଶ୍ରୀ ବିଶି ଅସନ୍ତୁଷ୍ଟ ରହିଥିବା ଚର୍ଚ୍ଚା ହେଉଛି। ତେବେ ବିଜେପି ଗଣିତରେ ଏହି ଚର୍ଚ୍ଚା କେତେ ଫଳପ୍ରଦ ତାହାକୁ ଅପେକ୍ଷା। ପୁଣି ଏହା କୌଣସି ଗୋଟିଏ ଦିନରେ ସଫଳ ହେବ ନାହିଁ। ରାଜ୍ୟସଭାର ସଂଖ୍ୟା ଗଣିତକୁ ଦେଖିଲେ ଜଣେ ସାଂସଦ ଇସ୍ତଫା ଦେଇ ନିର୍ବରଚନ ସଚିବା ପରେ ଆଉ ଜଣା ଇସ୍ତଫା ଦେଇ ନିର୍ବାଚନକୁ ଅପେକ୍ଷା କରିବେ। ଏଣୁ ଏହା ଏକ ସମୟସାପେକ୍ଷ ବ୍ୟାପର ହୋଇଥିବାରୁ ଆଗକୁ ବି ସମୀକରଣଯେ ବଦଳିବ ନାହିଁ ତାହାକୁ କିଏ କହିବ!