Weather Update: ଆସୁଛି ଆଉ ଏକ ଲଘୁଚାପ, ନେଇପାରେ ବାତ୍ୟାର ରୂପ!
Advertisement
Article Detail0/zeeodisha/odisha2524777

Weather Update: ଆସୁଛି ଆଉ ଏକ ଲଘୁଚାପ, ନେଇପାରେ ବାତ୍ୟାର ରୂପ!

Weather Update: ରାଜ୍ୟରେ ଏବ ଶୀତ ଅଧିକ ଅନୁଭବ ହେଉଛି। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଚକିତ କଲାପରି ଖବର ଦେଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । 

 Weather Update: ଆସୁଛି ଆଉ ଏକ ଲଘୁଚାପ, ନେଇପାରେ ବାତ୍ୟାର ରୂପ!
Weather Update: ରାଜ୍ୟରେ ଏବ ଶୀତ ଅଧିକ ଅନୁଭବ ହେଉଛି। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଚକିତ କଲାପରି ଖବର ଦେଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଅଧିକ ଘନୀଭୂତ ହୋଇ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ୨୪ ତାରିଖରେ ଏହା ଅବପାର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ବିଭାଗ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ  ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଯଦି ଏହା ବାତ୍ୟାର ରୂପ ନେବ, ତେବେ ୨୯ ତାରିଖ ବେଳକୁ ତାମିଲନାଡୁ ଉପକୂଳ ଆଡକୁ ମୁହାଁଇବ। ଏହାର ପ୍ରଭାବ ଓଡି଼ଶା ଉପରେ ରହିବ ନାହିଁ। ସେପଟେ, ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗରେ କୌଣସି ପ୍ରକାର ପରିବର୍ତ୍ତନ ସୃଷ୍ଟି ହେବ ନାହିଁ।
 
 
 
ସେପଟେ, ଗୁରୁବାର ଦିନ ଜି. ଉଦୟଗିରିରେ ରାତିର ତାପମାତ୍ରା ସର୍ବନିମ୍ନ ୭.୪ ଡିଗ୍ରୀ ରେକର୍ଡ଼ କରାଯାଇଛି। ଏହା ଛଡା କୋରାପୁଟ୍ ଜିଲ୍ଲାର ସେମିଳିଗୁଡାରେ ୮.୧ , ଫୁଲବାଣୀରେ ୯, ଦାରିଙ୍ଗିବାଡିରେ ୧.୧, କୋରାପୁଟରେ ୧୧.୫, ଭବାନୀପାଟଣାରେ ୧୨, ଝାରସୁଗୁଡା ଓ ନବରଙ୍ଗପୁରରେ ୧୨.୪,  ସୁନ୍ଦରଗଡରେ ୧୨.୫, ଅନୁଗୁଳରେ ୧୩ ଡିଗ୍ରୀ ରେକର୍ଡ କରାଯାଇଛି। ରାଉରକେଲାରେ ୧୩.୩ ଓ କେନ୍ଦୁଝରରେ ୧୩.୪  ବଲାଙ୍ଗୀରରେ ୧୩.୫ ଡିଗ୍ରୀ ରେକର୍ଡ କରାଯାଇଥିଲା।   ଆସନ୍ତା ୨ ଦିନ ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, କନ୍ଧମାଳ ଓ କଳାହାଣ୍ତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କୁହୁଡି ଦୃଶ୍ୟମାନ ହୋଇଥିଲା।