Revolt in ShivSena: ଦଳରେ କାହିଁକି ସୃଷ୍ଟି ହେଲା ବିଦ୍ରୋହ ତାହାର ପର୍ଦ୍ଦାଫାଶ କରିଛନ୍ତି ମହାରାଷ୍ଟ୍ର ଔରଙ୍ଗାବାଦ ଜିଲ୍ଲାର ବୈଜାପୁର ଆସନର ବିଦ୍ରୋହୀ ଶିବସେନା ବିଧାୟକ ରମେଶ ବୋରନାରେ। ଏନେଇ ପ୍ରତିକ୍ରିୟା ରଖି ଶିବସେନା କହିଛନ୍ତି ତାଙ୍କ ଦଳର ଉଦ୍ଧବ ଠାକରେଙ୍କୁ ଘେରି ରହିଥିବା ୪ ଜଣଙ୍କ ଏକ ଗୋଷ୍ଠୀ କାରଣରୁ ବିଦ୍ରୋହ ହୋଇଥିଲା। ଗତ ସୋମବାର ମହାରାଷ୍ଟ୍ର ବିଧାନସଭାରେ ବିଜେପି ସମର୍ଥିତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ସରକାର ସହଜରେ ଆସ୍ଥା ଭୋଟ ଜିତିବାର ଗୋଟିଏ ଦିନ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ବୈଜାପୁର ବିଧାୟକ ରମେଶ ବୋରନାରେ କହିଛନ୍ତି ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଶିବ ସୈନିକ ଖୁସି ଅଛନ୍ତି।


COMMERCIAL BREAK
SCROLL TO CONTINUE READING

ମାତ୍ର ବିଗତ ଅଢେଇ ବର୍ଷ ଧରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରହିଥିବା ଉଦ୍ଧବ ଠାକେରଙ୍କ କାର୍ଯ୍ୟକାଳ ମଧ୍ୟରେ ତାଙ୍କ ନିର୍ବାଚନମଣ୍ଡଳୀର ବିକାଶ କାର୍ଯ୍ୟ ବ୍ୟାହତ ହୋଇଛି ନା ନାହିଁ ସେ ପ୍ରଶ୍ନର କୌଣସି ଉତ୍ତର ଦେଇ ନାହାଁନ୍ତି ବିଦ୍ରୋହୀ ଶିବସେନା ବିଧାୟକ ରମେଶ ବୋରନାରେ। କାହା ନାଁ ନ ନେଇ ସେ କହିଛନ୍ତି ପ୍ରାୟ ୫୦ ଜଣ ବିଧାୟକ ଏକନାଥ ସିନ୍ଦେଙ୍କ ସପକ୍ଷରେ ଆସିଥିଲେ। ହେଲେ ଏହି ପରିସ୍ଥିତି ପାଇଁ ମୁଁ ଉଦ୍ଧବ ଠାକରେଙ୍କୁ ଦାୟୀ କରିପାରିବି ନାହିଁ। କାରଣ ଦଳରେ ଯେଉଁ ବିଦ୍ରୋହ ହୋଇଥିଲା ତାହା ଉଦ୍ଧବ ଠାକରେଙ୍କୁ ଘେରି ରହିଥିବା ୪ ଜଣିଆ ଗୋଷ୍ଠୀର ଲୋକଙ୍କ ଲାଗି ହୋଇଥିଲା। 


ଶିବସେନା ସଂସ୍ଥାପକ ବାଲା ସାହେବ ଠାକରେ ହେଉଛନ୍ତି ଆମର ଆଦର୍ଶ ଏବଂ ଆମେ ଠାକରେ ପରିବାରକୁ ଭୁଲି ପାରିବୁ ନାହିଁ। ମୁଁ ଏକନାଥ ସିନ୍ଦେ ଗୋଷ୍ଠୀରେ ଯୋଗ ଦେଇଛି। କାରଣ ବୈଜାପୁର  ନିର୍ବାଚନମଣ୍ଡଳୀର ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇପାରିବ। ଯଦି ଏହି ସମସ୍ୟାର ସମାଧାନ ନହୁଏ ତାହେଲେ ଆସନ୍ତା ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଲୋକେ ମୋତେ କ୍ଷମା କରିବେ ନାହିଁ ବୋଲି କହିଛନ୍ତି ବିଦ୍ରୋହୀ ଶିବସେନା ବିଧାୟକ ରମେଶ ବୋରନାରେ।


ଯେତେବେଳେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହୀ ଶିବସେନା ବିଧାୟକ ଗୌହାଟି ଠାରେ ଅବସ୍ଥାନ କରୁଥିଲେ ସେତେବେଳେ ଔରଙ୍ଗାବାଦ ଜିଲ୍ଲାରେ ହୋଇଥିବା ବିକ୍ଷୋଭ ସମ୍ପର୍କରେ ପ୍ରତିକ୍ରିୟା ରଖି ବିଦ୍ରୋହୀ ଶିବସେନା ବିଧାୟକ ରମେଶ ବୋରନାରେ କହିଛନ୍ତି ବିରୋଧ ପ୍ରଦର୍ଶନ କରୁଥିବା ଶିବ ସୈନିକଙ୍କୁ ଭ୍ରମିତ କରାଯାଇଥିଲା।


Also Read: ମହାରାଷ୍ଟ୍ର ରାଜନୀତିରେ ଦେବେନ୍ଦ୍ର ଫଡ଼ନାଭୀସଙ୍କୁ ସବୁଠାରୁ ବଡ କଳାକାର: ଏକନାଥ ସିନ୍ଦେ