ମହାରାଷ୍ଟ୍ର ରାଜନୀତିରେ ଦେବେନ୍ଦ୍ର ଫଡ଼ନାଭୀସଙ୍କୁ ସବୁଠାରୁ ବଡ କଳାକାର: ଏକନାଥ ସିନ୍ଦେ
Advertisement
Article Detail0/zeeodisha/odisha1245645

ମହାରାଷ୍ଟ୍ର ରାଜନୀତିରେ ଦେବେନ୍ଦ୍ର ଫଡ଼ନାଭୀସଙ୍କୁ ସବୁଠାରୁ ବଡ କଳାକାର: ଏକନାଥ ସିନ୍ଦେ

Maharashtra Politics: ମହାରାଷ୍ଟ୍ର ରାଜନୀତିରେ ଦେବେନ୍ଦ୍ର ଫଡ଼ନାଭୀସଙ୍କୁ ସବୁଠାରୁ ବଡ କଳାକାର ବୋଲ କହିଛନ୍ତି ଏକନାଥ ସିନ୍ଦେ।

ମହାରାଷ୍ଟ୍ର ରାଜନୀତିରେ ଦେବେନ୍ଦ୍ର ଫଡ଼ନାଭୀସଙ୍କୁ ସବୁଠାରୁ ବଡ କଳାକାର: ଏକନାଥ ସିନ୍ଦେ

Maharashtra Politics: ମହାରାଷ୍ଟ୍ରରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକେରଙ୍କ ନେତୃତ୍ୱାଧିନ ମହାବିକାଶ ଅଘାଡି଼ ସରକାର ଗାଦିଚ୍ୟୁତ ହେବା ପରେ ବିଜେପି ସମର୍ଥନରେ ବିଦ୍ରୋହୀ ଶିବସେନା ବିଧାୟକଙ୍କ ଦ୍ୱାରା ସରକାର ଗଠନ କରିବାରେ ଏକନାଥ ସିନ୍ଦେ ଏବଂ ଦେବେନ୍ଦ୍ର ଫଡନାଭୀସ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମହାରାଷ୍ଟ୍ରର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିଜେ ଏକଥା ସ୍ପଷ୍ଟ କରିଛନ୍ତି। ନିକଟରେ ଶିବସେନାରେ ବିଦ୍ରୋହ ସମୟରେ ବିଜେପି କେଉଁ ଭୂମିକା ଗ୍ରହଣ କରିଥିଲା ​​ଏବଂ ସେମାନେ କିପରି ଏହାକୁ ଗୁପ୍ତ ଭାବେ କାର୍ଯ୍ୟକାରୀ କରିଥିଲେ ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ।

ସୋମବାର ସର୍ବସାଧାରଣରେ ଏକନାଥ ସିନ୍ଦେ ଏକଥା କହିଛନ୍ତି ଯେ ଶିବସେନା ନେତୃତ୍ୱ ବିରୋଧରେ ସେ କରିଥିବା ବିଦ୍ରୋହ ପଛରେ ବିଜେପିର ସକ୍ରିୟ ଭୂମିକା ରହିଥିଲା। ଗୁଜୁରାଟରୁ ଗୌହାଟି ଯିବା ପରେ ସେ ତାଙ୍କ ଦଳର ବିଧାୟକ ଶୋଇଥିବା ସମୟରେ ଦେବେନ୍ଦ୍ର ଫଡନାଭୀସଙ୍କୁ ଭେଟିଥିଲେ। ହେଲେ ବିଧାୟକ ଉଠିବା ପୂର୍ବରୁ ସେ ଗୌହାଟିରୁ ଗୁଜୁରାଟ ଫେରି ଆସୁଥିଲେ।

ସୋମବାର ମହାରାଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କରିଥିବା ଏକନାଥ ସିନ୍ଦେଙ୍କ ଏହି ମନ୍ତବ୍ୟ ଏହା ସ୍ପଷ୍ଟ କରୁଛି ଯେ ଏହି ସମୟ ମଧ୍ୟରେ ବିଜେପି ନେତା ତଥା ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ ସିନ୍ଦେଙ୍କ ନେତୃତ୍ୱାଧିନ ଗୋଷ୍ଠୀର କାର୍ଯ୍ୟକଳାପରେ ସକ୍ରିୟ ଭାବେ ଜଡିତ ରହିଥିଲେ। ସିନ୍ଦେ ଗୋଷ୍ଠୀର ବିଧାୟକ ଗତ ମାସ ଶେଷରେ ଗୌହାଟିସ୍ଥିତ ଏକ ବିଳାସପୂର୍ଣ୍ଣ ହୋଟେଲ ଠାରେ ଅବସ୍ଥାନ କରୁଥିଲେ। ହେଲେ ସେତେବେଳେ ଖବର ଆସିଥିଲା ​​ଯେ ଗୌହାଟିରୁ ଗୁଜୁରାଟରେ ପହଞ୍ଚିବା ପରେ ଏକନାଥ ସିନ୍ଦେ ଦେବେନ୍ଦ୍ର ଫଡନାଭୀସଙ୍କ ସହ ଏକ ଗୁପ୍ତ ବୈଠକ କରିଥିଲେ। ଏହି ଖବରରେ ଦାବି କରାଯାଇଛି ଯେ ସକାଳ ହେବା ପୂର୍ବରୁ ସିନ୍ଦେ ଗୌହାଟି ହୋଟେଲ ଫେରିଥିଲେ ଯେଉଁଠାରେ ତାଙ୍କ ଗୋଷ୍ଠୀର ୪୦ ଜଣ ଜଣ ବିଧାୟକଙ୍କ ସହ ସେ ଅବସ୍ଥାନ କରୁଥିଲେ।

ଏକନାଥ ସିନ୍ଦେ କହିଛନ୍ତି ବିଜେପି ତୁଳନାରେ ଆମ ସଂଖ୍ୟା କମ୍ ରହିଥିଲା ହେଲେ ପ୍ରଧାନମନ୍ତ୍ରୀ ମୋଦି ଆମକୁ ଆଶୀର୍ବାଦ ଦେଇଛନ୍ତି। ଶପଥ ନେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ସେ ମୋତେ ସବୁ ପ୍ରକାରରେ ସାହାଯ୍ୟ କରିବେ। ସେ ଆମ ପଛରେ ପଥର ପରି ଠିଆ ହେବେ ବୋଲି ଅମିତ ଶାହ ମୋତେ କହିଥିଲେ। ଦେବେନ୍ଦ୍ର ଫଡନାଭୀସଙ୍କ ଉଦ୍ଦେଶ୍ୟରେ ଏକନାଥ ସିନ୍ଦେ କହିଛନ୍ତି ଯେ ସେ ହେଉଛନ୍ତି ସବୁଠାରୁ ବଡ କଳାକାର। ଯେତେବେଳେ ମୋ ସହିତ ଗୌହାଟି ୟାଇଥିବା ବିଧାୟକ ଶୋଇ ଯାଉଥିଲେ ଏବଂ ସେମାନେ ଉଠିବା ପୂର୍ବରୁ ମୁଁ ଗୌହାଟି ଫେରି ଆସୁଥିଲୁ।

Also Read: Maharashtra Cabinet: କିଏ ହେବେ ମନ୍ତ୍ରୀ? କେବେ ହେବ ମନ୍ତ୍ରୀମଣ୍ଡଳ ବିସ୍ତାର?