Odisha News: ଭୁବନେଶ୍ୱର: କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ପ୍ରସଙ୍ଗକୁ ଆଜି ବିରୋଧି ଦଳର ବିଧାୟକମାନେ ଆଲୋଚନା ପାଇଁ ଉଠାଇଛନ୍ତି। ଶୂନ୍ୟକାଳରେ  ବିଜେଡି ବିଧାୟକ ମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ଏହି ପ୍ରସଙ୍ଗ ଉଠାଇଥିଲେ। କିନ୍ତୁ ଗୃହର ପରମ୍ପରା ଅନୁସାରେ କୌଣସି ଅଣ ସଦସ୍ୟଙ୍କ ଦ୍ୱାରା ଗୃହ ବାହାରେ ଦିଆଯାଇଥିବା ମନ୍ତବ୍ୟକୁ ନେଇ ଆଲୋଚନା କରିବା ପରମ୍ପରା ବିରୋଧୀ ବୋଲି କୁହାଯାଇଥିଲା। ଅପରପକ୍ଷେ କେନ୍ଦ୍ରମନ୍ତ୍ରୀଙ୍କ ବୟାନ ରାଜ୍ୟରେ ଛାତ୍ର ଆନ୍ଦୋଳନକୁ ତେଜିବାକୁ ଯାଉଛି ବୋଲି ଅଭିଯୋଗ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ଆଜି ପ୍ରଶ୍ନକାଳ ସୁରୂଖୁରୁରେ ଶେଷ ହେବା ପରେ  ଆରମ୍ଭ ହୋଇଥିବା ରେଭେନ୍ସା ତାତି। ଇଂରେଜ ଶାସନ କାଳରେ ଓଡ଼ିଶାର କମିଶନର ଥିବା ଥୋମାସ୍‍ ଏଡଓ୍ୱାର୍ଡ ରେଭେନ୍ସାଙ୍କୁ ନେଇ ଗୃହ ସରଗରମ ହୋଇଥିଲା। ତାଙ୍କୁ ୧୮୬୬ ମସିହାର ନ’ଙ୍କ ଦୁର୍ଭିକ୍ଷ ପାଇଁ ସମ୍ପୂର୍ଣ୍ଣ ଭାବେ ଦାୟୀ କରିବା ଠିକ୍‍ ନୁହେଁ ଏବଂ ଏହାଦ୍ୱାରା ସାରା ପୂରାତନ ଛାତ୍ର, ବୁଦ୍ଧିଜୀବୀ ଏବଂ ଏବେକାର ଛାତ୍ରଙ୍କୁ ଆଘାତ ପହଞ୍ଚିଛି। ଏହା ଏକ ଛାତ୍ର ଆନ୍ଦୋଳନର ରୂପ ନେବାକୁ ଯାଉଛି। ଆସନ୍ତା କିଛିଦିନ ଭିତରେ ଏହା ସାରା ରାଜ୍ୟକୁ ପ୍ରସାରିତ ହେବାକୁ ଯାଉଛି ବୋଲି ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି। 


ସେ କହିଛନ୍ତି, ‘ଗତ କିଛିଦିନ ତଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସାର ନାମ ପରିବର୍ତ୍ତନ ପାଇଁ ଯେଉଁ ବକ୍ତବ୍ୟ ରଖିଥିଲେ, ତାହା  ଆଜି ଅଗଣିତ ପୂର୍ବତନ ଛାତ୍ରଛାତ୍ରୀ, ଛାତ୍ରଛାତ୍ରୀଙ୍କ ମନରେ ପ୍ରକ୍ରତିକ୍ରିୟା ସୃଷ୍ଟି କରିଛି। ରେଭେନ୍ସା ଜଣେ ବ୍ୟକ୍ତି ନୁହାନ୍ତି, ସେ ଉଚ୍ଚଶିକ୍ଷାର ଏକ ବ୍ରାଣ୍ଡ। ୧୫୬ ବର୍ଷର ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଛି। ଏହି ବ୍ରାଣ୍ଡ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିଛି।  କର୍ମବୀର ଗୌରୀ ଶଙ୍କର, ଫକୀର ମୋହନ ରେଭେନ୍ସାଙ୍କୁ ଅନେକ ସମୟରେ ପ୍ରଶଂସା କରିଛନ୍ତି। ସ୍ୱାଧୀନତା ସଂଗ୍ରାମୀ କେବେ ଏହି ନାଁ ବଦଳାଇବା କଥା ଉଠାଇ ନହାନ୍ତି। ଓଡ଼ିଶାର ପ୍ରଥମ ବିଧାନସଭା ରେଭେନ୍ସାରେ ବସିଥିଲା ହେଲେ ନାମ ବଦଳାଇବା କଥା କେବେ ହୋଇ ନାହିଁ। ଆଜି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ରାୟ।
 
ଅପରପକ୍ଷେ, ଭିନ୍ନମତ ଦେବା ଗଣତନ୍ତ୍ରର ସୌନ୍ଦର୍ଯ୍ୟ। ଏହା ଉଠିକା ଉଚିତ ବୋଲି କହିଛନ୍ତି ବିଜେପି ବିଧାୟକ ଇରାଶୀଷ ରାୟ। କେନ୍ଦ୍ରମନ୍ତ୍ରୀ ଯେଉଁକଥା ଉଠାଇଛନ୍ତି ତାହା ତାଙ୍କ ବ୍ୟକ୍ତିଗତ ମତ ବୋଲି ସେ କହିବା ସହ ନାମ ପରିବର୍ତ୍ତନ ପାଇଁ ତର୍ଜମା ଯୋଗ୍ୟ ବୋଲି ସେ କହିଥିବା କହିଛନ୍ତି ଇରାଶୀଷ।  ତର୍ଜମା କରିବା, ବିତର୍କ କରିବା, ନୂଆ କଥା ସାମ୍ନାକୁ ଆଣିବା ଏକ ଗଣତାନ୍ତ୍ରିକ ପଦ୍ଧତି। ଏଣୁ ଏଥିରେ ଆପତ୍ତି କେଉଁଠି ବୋଲି ସେ ପରୋକ୍ଷ ପ୍ରଶ୍ନ କରିଛନ୍ତି। 


ସେ କହିଛନ୍ତିନ୍ତି ‘ ପ୍ରସଙ୍ଗ ଉଠାଇଥିବା ବରିଷ୍ଠ ସଦସ୍ୟ ଜାଣିବା ଦରକାରର ଯେ,  ଗୃହର ଯିଏ ସଦସ୍ୟ ନାହାନ୍ତି ତାଙ୍କ ନାଁ ନେଇ ଆଲୋଚନା କରିବା ବିଷୟ ନୁହେଁ।  ଅପରପକ୍ଷେ ବିରୋଧୀ କହୁଛନ୍ତି ରେଭେନ୍ସା ଓଡ଼ିଶାର ସ୍ୱାଭିମାନ। କିନ୍ତୁ ଯାହାଙ୍କ ଶାସନ କାଳରେ ୩୦ ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣ ଯାଇଥିଲା, ନ’ଙ୍କ ଦୁର୍ଭିକ୍ଷ ଓଡ଼ିଶାରେ ଘଟିଥିଲା ସେ ବ୍ୟକ୍ତି କିପରି ସ୍ୱାଭିମାନ ହୋଇପାରନ୍ତି ବୋଲି  ପ୍ରଶ୍ନ କରିଛନ୍ତି ଇରାଶୀଷ।