ନୂଆଦିଲ୍ଲୀ: Rahul Gandhi Defamation Case: ଏକ  ମାନହାନୀ ମାମଲାରେ ଆରଏସଏସ ନେତା ରାଜେଶ କୁନ୍ତେ (RSS Leader Rajesh Kunte) କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ (Congress Leader Rahul Gandhi) ଙ୍କୁ ୧୫୦୦ ଟଙ୍କାର ଜରିମାନା ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟ ତରଫରୁ ମଧ୍ୟ ସ୍ପଷ୍ଟ କରିଛି ଯେ ରାଜେଶ କୁନ୍ତେଙ୍କଠାରୁ ୧୫୦୦ ଟଙ୍କା ଟଙ୍କାର ମନି ଅର୍ଡର ମିଳିଛି । ରାହୁଲ ଗାନ୍ଧୀଙ୍କୁ ୧୫୦୦ ଟଙ୍କା ଜରିମାନା ଦେବାକୁ ଭିୱଣ୍ଡି କୋର୍ଟ ରାଜେଶ କୁନ୍ତେଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲାରେ ଏପ୍ରିଲ ୨୧ରେ ଶୁଣାଣି ବେଳେ ରାଜେଶ କୁନ୍ତେ କୋର୍ଟରେ ସ୍ଥଗିତାଦେଶ ଯାଚିକା ଦାଖଲ କରିଥିଲେ । ଏହା ଉପରେ ରାହୁଲ ଗାନ୍ଧୀ (Rahul Gandhi) ଙ୍କୁ ୧୦୦୦ ଟଙ୍କା ଜରିମାନା ଦେବାକୁ କୋର୍ଟ କୁନ୍ତେଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଜରିମାନା ବ୍ୟତୀତ ମାର୍ଚ୍ଚରେ ମାମଲାର ଶୁଣାଣି ସମୟରେ କୁନ୍ତେ (Rajesh Kunte) କୋର୍ଟରେ ଅନୁରୋଧ କରିଥିଲେ ଯେ ସେ ଅନ୍ୟ ଜଣେ ନୋଟାରୀ ସାକ୍ଷୀଙ୍କୁ ଉପସ୍ଥାପନ କରିବାକୁ ଚାହୁଁଛନ୍ତି, କିନ୍ତୁ ତାଙ୍କ ଦାବିକୁ ଖାରଜ କରି କୋର୍ଟ ଶୁଣାଣି ସ୍ଥଗିତ ରଖିଥିଲେ । ସେତେବେଳେ କୋର୍ଟ ରାହୁଲ ଗାନ୍ଧୀ (Rahul Gandhi) ଙ୍କୁ ୫୦୦ ଟଙ୍କା ଜରିମାନା ଦେବାକୁ କୁନ୍ତେଙ୍କୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ସେତେବେଳେ କୁନ୍ତେ ରାହୁଲ ଗାନ୍ଧୀଙ୍କୁ ୫୦୦ ଟଙ୍କା ଦେଇ ନଥିଲେ । ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନୀ ମାମଲା (Rahul Gandhi Defamation Case) ର ଶୁଣାଣି ପ୍ରତିଦିନ କରାଯିବାରଥିଲା, କିନ୍ତୁ କୋର୍ଟ ଅନେକ ଥର ସ୍ଥଗିତ ହୋଇଥିଲେ ଏବଂ ପୂର୍ବ ୫୦୦ ଟଙ୍କା ସମେତ ଜରିମାନା ରାଶି ୧୫୦୦ ଟଙ୍କାକୁ ବୃଦ୍ଧି ପାଇଥିଲା ।


ଏହି ପ୍ରସଙ୍ଗରେ ରାଜେଶ କୁନ୍ତେଙ୍କ ଓକିଲ ଗଣେଶ ଧର୍ଗାଲକର କହିଛନ୍ତି ଯେ, କୋର୍ଟ ଆମକୁ ଦୁଇଥର ଜରିମାନା ଦେବାକୁ କହିଛନ୍ତି, ତେଣୁ ଆମେ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟକୁ ପୋଷ୍ଟ ମାଧ୍ୟମରେ ୧୫୦୦ ଟଙ୍କା ପଠାଇଛୁ । 


ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ (Rahul Gandhi) ଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ଥିବା ଓକିଲ ନାରାୟଣ ଆୟର କହିଛନ୍ତି ଯେ, "ଏପ୍ରିଲ ୨୧ରେ ଅଭିଯୋଗକାରୀ କୁନ୍ତେ ସ୍ଥଗିତାଦେଶ ଯାଚିକା ଉପସ୍ଥାପନ କରାଯାଇଥିଲା କିନ୍ତୁ କୋର୍ଟ ତାଙ୍କ ଆବେଦନକୁ ଖାରଜ କରି ତାଙ୍କ ଉପରେ ୧୦୦୦ ଟଙ୍କା ଜରିମାନା ଲଗାଇଛନ୍ତି । ଲଗାତାର ଦ୍ୱିତୀୟ ଥର ପାଇଁ ଅଭିଯୋଗକାରୀ କୋର୍ଟରେ ସ୍ଥଗିତାଦେଶ ଆବେଦନ କରିଥିଲେ । ମୁଁ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟ ତରଫରୁ ଜାଣିବାକୁ ପାଇଛି ଯେ ଅଭିଯୋଗକାରୀଙ୍କ ଦ୍ୱାରା ୧୫୦୦ ଟଙ୍କା ଜରିମାନା ପଠାଯାଇଛି । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତିଦିନ ଏହି ମାମଲାର ଶୁଣାଣି ହେବ ବୋଲି ଆମେ ଆଶା କରୁଛୁ । ମେ ୧୦ରେ ଶୁଣାଣି ସମୟରେ ଅଭିଯୋଗକାରୀଙ୍କୁ ତାଙ୍କ ସାକ୍ଷୀ ଓ ପ୍ରମାଣ ଉପସ୍ଥାପନ କରିବାକୁ କୋର୍ଟ କହିଛନ୍ତି ।"


ଏହା ବି ପଢ଼ନ୍ତୁ:-ମଦ୍ୟପଙ୍କ ପାଇଁ ଗୁଡ ନ୍ୟୁଜ୍! ରାଜଧାନୀରେ ଆହୁରି ଶସ୍ତା ହେଲା ମଦ


ଏହା ବି ପଢ଼ନ୍ତୁ:-ପିଏମ ମୋଦିଙ୍କ ପରେ ବିଜେପିର ଉତ୍ତରାଧିକାରୀ କିଏ? ପ୍ରଶାନ୍ତ କିଶୋର ଦେଲେ ଏପରି କିଛି ଜବାବ


ଏହା ବି ପଢ଼ନ୍ତୁ:-ନିର୍ବାଚନର ଗୋଟିଏ ବର୍ଷ ପୂର୍ବରୁ ବିଜେପି ମେଣ୍ଟକୁ ଲାଗିଲା ଲଟେରୀ, ବିରୋଧୀ ଦଳର ୨୫ରୁ ୨୧ ବିଧାୟକ ସରକାରରେ ସାମିଲ


 


ସୂଚନାଯୋଗ୍ୟ ଯେ, ରାହୁଲ ଗାନ୍ଧୀ (Rahul Gandhi) ୨୦୧୪ରେ ନିଜ ଭାଷଣରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (RSS) ଉପରେ ମହାତ୍ମା ଗାନ୍ଧୀ (Mahatma Gandhi) ଙ୍କୁ ହତ୍ୟା କରିବାର ଅଭିଯୋଗ କରିଥିଲେ । ଏହି ଭାଷଣ ସମ୍ପର୍କରେ ରାଜେଶ କୁନ୍ତେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଭିୱଣ୍ଡି କୋର୍ଟରେ ମାନହାନୀ ମକଦ୍ଦମା ଦାୟର କରିଥିଲେ । ୨୦୧୮ରେ ରାହୁଲ ଗାନ୍ଧୀଙ୍କ ବିରୋଧରେ କୋର୍ଟ ଅଭିଯୋଗ ସ୍ଥିର କରିଥିଲେ ।