୧୯୧୪-୧୮ ପର୍ଯ୍ୟନ୍ତ ଚାଲିଥିବା ପ୍ରଥମ ବିଶ୍ୱଯୁଦ୍ଧର ପରିସମାପ୍ତି ପରେ ୧୯୨୨ ଗଠିତ ହୋଇଥିଲା କେନ୍ଦ୍ରୀୟ ସମାଜବାଦୀ ସୋଭିଏତ ସାଧାରଣତନ୍ତ୍ର ଅର୍ଥାତ ୟୁଏସଏସଆର ନାମରେ ଏକ ନୂତନ ରାଷ୍ଟ୍ର। ଯାହା ସୋଭିଏତ ସଂଘ ନାମରେ  ବିଶ୍ୱ ମାନଚିତ୍ରରେ ସ୍ଥାନୀତ ହୋଇଥିଲା। ହେଲେ ୧୯୯୧ ମସିହାରେ ବିଭାଜିତ ହୋଇ ୧୫ ସ୍ୱାଧିନ ରାଷ୍ଟ୍ରରେ ପରିଣତ ହୋଇଥିଲା ୟୁଏସଏସଆର। 


COMMERCIAL BREAK
SCROLL TO CONTINUE READING

ଗତ ବିଂଶ ଶତାବ୍ଦୀରେ ବିଭାଜିତ ହୋଇ ୧୫ ସ୍ୱାଧିନ ରାଷ୍ଟ୍ରରେ ପରିଣତ ହୋଇଥିବା ସୋଭିଏତ ସଂଘ (Soviet Union) ଏକବିଂଶ ଶତାବ୍ଦୀରେ ପୁଣି ଥରେ ଏହାର ମୂଳ ରୂପକୁ ଫେରିବା ପାଇଁ ଜୋରଦାର ପ୍ରୟାସ କରୁଛି। ଯାହା ବର୍ତ୍ତମାନ ତାଲିଥିବା ଋଷିଆ-ୟୁକ୍ରେନ ଯୁଦ୍ଧରୁ (Russia-Ukraine War) ପ୍ରତୀୟମାନ ହେଉଛି।


Also Read: ୟୁରୋପ ମହାଦେଶରେ ଶୁଭିଲା ମହାଯୁଦ୍ଧର ପଦଧ୍ୱନି: ଋଷିଆ-ୟୁକ୍ରେନ କିଏ କାହାକୁ କରିବ ସମର୍ଥନ


ଗତ ୧୯୯୧ ମସିହାରେ ସୋଭିଏତ ସଂଘରୁ ବିଭାଜିତ ହୋଇ ଗଠିତ ହୋଇଥିବା ୧୫ ସ୍ୱାଧିନ ରାଷ୍ଟ୍ର


  • ଋଷିଆ (Russia)

  • ୟୁକ୍ରେନ (Ukraine)

  • ବେଲାଋଷ (Belarus)

  • ଲିଥୁଆନିଆ (Lithuania)

  • ଲାଟଭିଆ (Latvia)

  • ଇସ୍ତୋନିଆ (Estonia)

  • ମଲଡୋଭା (Moldova)

  • ଉଜବେକିସ୍ତାନ (Uzbekistan)

  • କାଜାଖସ୍ତାନ (Kazakhstan)

  • କିରଗିଜସ୍ତାନ (Kyrgyzstan)

  • ତାଜିକିସ୍ତାନ (Tajikistan)

  • ତୁର୍କମେନିସ୍ତାନ (Turkmenistan)

  • ଜର୍ଜିଆ (Georgia)

  • ଆଜରବୈଜାନ (Azerbaijan)

  • ଆର୍ମେନିଆ (Armenia)


ସୋଭିଏତ ସଂଘର ବିଭାଜନ ପରେ ସ୍ୱାଧିନ ରାଷ୍ଟ୍ରମଣ୍ଡଳ (Commonwealth of Independent States) ସିଆଇଏସ (CIS) ନାମରେ ଉପରୋକ୍ତ ଦେଶଙ୍କ ମଧ୍ୟରୁ ଅନେକ ଏକ ନୂଆ ସଂଘ ଗଠନ କରିଥିଲେ। ଏହି ସଂଘରେ ତୁର୍କୀମେନିସ୍ତାନ ସହଯୋଗୀ ସଦସ୍ୟ ଭାବେ ରହିଛି। ସିଆଇଏସ ସଂଘ ରାଷ୍ଟ୍ର ହେଉଛନ୍ତି 


  • ଆର୍ମେନିଆ

  • ଆଜରବୈଜାନ

  • ବେଲାଋଷ

  • କାଜାଖସ୍ତାନ 

  • କିରଗିଜସ୍ତାନ

  • ମଲଡୋଭା

  • ଋଷିଆ

  • ତାଜିକିସ୍ତାନ

  • ଉଜବେକିସ୍ତାନ


ଋଷିଆ-ୟୁକ୍ରେନ ମଧ୍ୟରେ ବିବାଦ ହେଉଛି ବହୁତ ପୁରୁଣା | ୟୁକ୍ରେନ ଏକଦା ଋଷୀୟ ସାମ୍ରାଜ୍ୟର ଅଂଶବିଶେଷ ଥିଲା। ହେଲେ ୧୯୯୧ ମସିହାରେ ସୋଭିଏତ୍ ସଂଘର ବିଭାଜନ ପରେ ୟୁକ୍ରେନ ସ୍ୱାଧିନତା ହାସଲ କରିବା ଋଷିଆ ପ୍ରଭାବ କବଳରୁ ମୁକ୍ତ ହେବା ପାଇଁ ଚେଷ୍ଟା କରିଥିଲା। ଏଥିପାଇଁ ୟୁକ୍ରେନ ପାଶ୍ଚାତ୍ୟ ଦେଶଙ୍କ ସହିତ ଘନିଷ୍ଠତା ବଢାଇବାରେଲା। ଭିକ୍ଟର ୟାନୁକୋଭିକ୍ ୟୁକ୍ରେନର ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଋଷିଆ କଥିତ ବିଚ୍ଛିନ୍ନତାବାଦୀଙ୍କ ସହାୟତାରେ ୟୁକ୍ରେନର କ୍ରୀମିୟା ଉପଦ୍ୱୀପକୁ ଦଖଲ କରି ନେଇଥିଲା। ୟାନୁକୋଭିକ ଋଷିଆ ସପକ୍ଷବାଦୀ ନେତା ଥିଲେ ଏବଂ ଏହି କାରଣରୁ ଦେଶରେ ତାଙ୍କ ବିରୁଦ୍ଧରେ ଅସନ୍ତୋଷ ବଢିବାକୁ ଲାଗିଲା।


Also Read: War on Preparation: ୟୁକ୍ରେନ୍-ଚେଚେନ୍-ତାଲିବାନ୍ ସହ ଲଢିବେ ଋଷିଆନ୍


ୟୁକ୍ରେନ ଏବଂ ପାଶ୍ଚାତ୍ୟ ଦେଶ ପକ୍ଷରୁ କୁହାଯାଇଛି ଋଷିଆ କ୍ରୀମିୟା ଉପଦ୍ୱୀପର ବିଚ୍ଛିନ୍ନତାବାଦୀଙ୍କୁ ସହାୟତାର ପ୍ରଦାନ କରି ସ୍ଥାନୀୟ ସରକାରଙ୍କୁ ଅସ୍ଥିର କରିବାକୁ କାର୍ଯ୍ୟ କରୁଛି। ହେଲେ ଋଷିଆ ଏହି ଅଭିଯୋଗକୁ ଅସ୍ୱୀକାର କରିଛି। ଗତ ୨୦୧୪ ବର୍ଷରେ ହୋଇଥିବା ଏକ ବିମାନ ଦୁର୍ଘଟଣା ପାଇଁ ଋଷିଆ ସମଗ୍ର ବିଶ୍ୱର ଟାର୍ଗେଟକୁ ଆସିଥିଲା। ୨୦୧୪ ଜୁଲାଇ ୧୭ ତାରିଖ ପୂର୍ବ ୟୁକ୍ରେନ ଠାରେ କୁଆଲାଲାମ୍ପୁର ଅଭିମୁଖେ ଯାଉଥିବା ମାଲେସିଆ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ଏକ ବିମାନକୁ ଗୁଳି କରି ଆକ୍ରମଣ କରାଯାଇଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୨୯୮ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏନେଇ ଅଭିଯୋଗ ହୋଇଥିଲା ଋଷିଆ ସମର୍ଥିତ ବିଦ୍ରୋହୀ ସେମାନଙ୍କ ନିୟନ୍ତ୍ରଣାଧିନ ଅଞ୍ଚଳରୁ ଏକ ଋଷୀୟ କ୍ଷେପଣାସ୍ତ୍ର ସହାୟତାରେ ଏହି ବିମାନ ଉପରେ ଆକ୍ରମଣ କରିଥିଲେ। ଆମେରିକା ନେତୃତ୍ୱାଧିନ ପାଶ୍ଚାତ୍ୟ ଦେଶ ଋଷିଆ ଉପରେ ସମସ୍ତ ପ୍ରତିବନ୍ଧକ ଲଗାଇଛନ୍ତି। 


ବର୍ତ୍ତମାନ ପୂର୍ବ ୟୁକ୍ରେନ ସୀମାରେ ଡୋନେସ୍କ ପିପୁଲ୍ସ ରିପବ୍ଲିକ୍ ଏବଂ ଲୁହାନସ୍କ ପିପୁଲ୍ସ ରିପବ୍ଲିକ୍ ନାମକ ୨ ଅଞ୍ଚଳକୁ ସ୍ବାଧୀନ ଘୋଷଣା କରିବାକୁ ନିଷ୍ପତ୍ତି ନିଆଯିବ ବୋଲି କୁହାଯିବା ପରେ ଋଷିଆ-ୟୁକ୍ରେନ ଯୁଦ୍ଧ ଆହୁରି ଭୟାନକ ହେବାକୁ ଯାଉଛି। 


ଜାଣନ୍ତୁ Russia-Ukraine War Update 


  • ୟୁକ୍ରେନ ଉପରେ ଋଷିଆ ପକ୍ଷର ସମ୍ଭାବ୍ୟ ଆକ୍ରମଣ ରୋକିବା ପାଇଁ ହୋଇଥିବା ଉଦ୍ୟମକୁ ୨୦୨୨ ୨୧ ଫେବୃଆରୀରେ ଲାଗିଛି ପ୍ରଥମ ଧକ୍କା

  • ଡୋନେସ୍କ ପିପୁଲ୍ସ ରିପବ୍ଲିକ୍ (Donetsk Peoples Republic) ଏବଂ ଲୁହାନସ୍କ ପିପୁଲ୍ସ ରିପବ୍ଲିକ୍ (Luhansk Peoples Republic) ଅଞ୍ଚଳର ସ୍ୱାଧୀନତା ଏବଂ ସାର୍ବଭମତ୍ୱକୁ ସ୍ୱୀକୃତି ଦେଲା ଋଷିଆ

  • ବିଚ୍ଛିନ୍ନତାବାଦୀଙ୍କ ସହ ପୂର୍ବ ୟୁକ୍ରେନ ଠାରେ ପ୍ରବଳ ଗୁଳି ବିନିମୟ ଯୋଗୁ ଉତ୍ତେଜନା ବୃଦ୍ଧି 

  • ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଅଭିଯୋଗ କରିଛନ୍ତି ଋଷିଆ ଶାନ୍ତି ପ୍ରୟାସକୁ ନଷ୍ଟ କରିଛି

  • କ୍ରେମଲିନ ଠାରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଋଷ ସପକ୍ଷବାଦୀ ବିଦ୍ରୋହୀ ନେତାଙ୍କ ସହ ପାରସ୍ପରିକ ସହାୟତା ଏବଂ ବନ୍ଧୁତା ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି

  • କୂଟନୈତିକ ସ୍ତରରେ ଆଲୋଚନା କରିବାକୁ ମସ୍କୋ ପ୍ରସ୍ତୁତ, ବିଚ୍ଛିନ୍ନତାବାଦୀ ଅଞ୍ଚଳର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ: ମିଳିତ ଜାତିସଂଘରେ ଋଷର ଦୂତ ଭାସିଲି ନେବେଞ୍ଜିଆ 

  • ୟୁକ୍ରେନ ସୀମାରେ ସକ୍ରିୟା ଥିବା ବିଦ୍ରୋହୀଙ୍କୁ ସମର୍ଥନ ନକରିବା ପାଇଁ ପାଶ୍ଚାତ୍ୟ ଦେଶ ପକ୍ଷରୁ ଋଷିଆ ଉଦ୍ଦେଶ୍ୟରେ ଜାରି ହେଲା ଚେତାବନୀ 

  • ୟୁକ୍ରେନ, ଆମେରିକା, ମେକ୍ସିକୋ ସମେତ ୫ ୟୁରୋପୀୟ ଦେଶର ଅନୁରୋଧ କ୍ରମେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଜରୁରୀ ବୈଠକ ଅନୁଷ୍ଠିତ

  • UNSC ବୈଠକରେ ଭାରତ ରୁଷ୍-ୟୁକ୍ରେନ୍ ସଙ୍କଟ ଦୂର କରିବାକୁ ଆହ୍ବାନ ଦେଇଛି। ଆମେ ସବୁ ପାର୍ଶ୍ୱରେ ସଂଯମତା ପାଇଁ ଆହ୍ବାନ କରୁଛୁ: ଭାରତ

  • ପୂର୍ବ ୟୁକ୍ରେନ ଠାରେ ଋଷିଆ ଦ୍ୱାରା ନୂତନ ଭାବରେ ସ୍ୱୀକୃତିପ୍ରାପ୍ତ ବିଦ୍ରୋହୀ ଅଞ୍ଚଳ ଉପରେ ଆମେରିକା ପକ୍ଷରୁ ଆର୍ଥିକ ପ୍ରତିବନ୍ଧକ ଘୋଷଣା

  • ୟୁକ୍ରେନ ସୀମା ଠାରୁ ମାତ୍ର କିଛି କିଲୋମିଟର ଦୂରରେ ଅଛନ୍ତି ଅସ୍ତ୍ରଶସ୍ତ୍ର ସହିତ ଋଷୀୟ ସୈନ୍ୟ

  • ୟୁକ୍ରେନ ଅଭିମୁଖେ ଉଡାଣ ଭରିଛି ଏୟାର ଇଣ୍ଡିଆ ବିମାନ। ସପ୍ତାହକ ଭିତରେ ୩ ବିମାନରେ ସ୍ୱଦେଶ ଫେରିବେ ପ୍ରବାସୀ ଭାରତୀୟ