ନୂଆଦିଲ୍ଲୀ: ମହାରାଷ୍ଟ୍ର ମହାସଙ୍କଟ ମଧ୍ୟରେ ରାଜସ୍ଥାନ ରାଜନୀତିରେ ଉଷ୍ମତା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଏବଂ ସଚିନ୍ ପାଇଲଟଙ୍କ ମଧ୍ୟରେ ବିବାଦ ଏକ ନୂଆ କଥା ନୁହେଁ। କିନ୍ତୁ ଗେହଲୋଟଙ୍କ ଦୁଇ ବର୍ଷ ପୁରୁଣା ବୟାନକୁ ସୋମବାର ପାଇଲଟ ତାଜା କରିଛନ୍ତି। ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ, ସିଏମ ଅଶୋକ ଗେହଲୋଟଙ୍କ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସୋମବାର ସେ କହିଛନ୍ତି, 'ସିଏମ୍ ଗେହଲୋଟ୍ ମୋତେ ପୂର୍ବରୁ ମଧ୍ୟ ଅଦରକାରୀ ବୋଲି କହିଥିଲେ।' 


COMMERCIAL BREAK
SCROLL TO CONTINUE READING

ସିଏମ ଅଶୋକ ଗେହଲୋଟଙ୍କ ଅଦରକାରୀ ଟିପ୍ପଣୀକୁ ନେଇ ସଚିନ ପାଇଲଟ କହିଛନ୍ତି ଯେ, ବିଗତ ଦିନରେ ତାଙ୍କ ପାଇଁ ଅଦରକାରୀ, ଅଯୋଗ୍ୟ ଭଳି ଅନେକ ଶବ୍ଦ ପ୍ରୟୋଗ କରାଯାଇଛି। କିନ୍ତୁ ସେଗୁଡିକୁ ସେ ନକାରତ୍ମକ ଭାବେ ନେଇନାହାନ୍ତି। ରାଜନୀତିରେ ହେବଲୋଟଙ୍କର ଅଭିଜ୍ଞତା ଅଧିକ ଅଛି ଓ ସେ ବାପା ସମାନ ବୋଲି ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହ ତାଙ୍କର ଧର୍ଯ୍ୟକୁ ନିକଟରେ ରାହୁଲ ଗାନ୍ଧୀ (Rahul Ganddhi) ପ୍ରଶଂସା କରିଛନ୍ତି। ବର୍ତ୍ତମାନ ତାଙ୍କ ଧ୍ୟାନ କେବଳ କଂଗ୍ରେସକୁ ଟ୍ରାକକୁ ଫେରାଇବା ଉପରେ ଅଛି ବୋଲି ପାଇଲଟ ପ୍ରକାଶ କରିଛନ୍ତି।


Also Read: ଉଦ୍ଧବ ଠାକରେ ଏକନାଥ ସିନ୍ଦେ ସମେତ ଏହି ସମସ୍ତ ବିଦ୍ରୋହୀ ମନ୍ତ୍ରୀଙ୍କ ବିରୋଧରେ ନେଲେ ବଡ଼ ଆକ୍ସନ


ଶନିବାର ସିଖର ଜିଲ୍ଲାର ଏକ ସଭାରେ ଏକ ସଭାରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ (Ashok Gehlot) ୨୦୨୦ ମସିହାରେ ରାଜସ୍ଥାନରେ ରାଜନୈତିକ ସଙ୍କଟ ପ୍ରସଙ୍ଗ ଉଠାଇଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ବିଜେପି ନେତା ତଥା କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ଶେଖାୱାତ ଏବଂ ରାଜସ୍ଥାନର ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ (Sachin Pilot) ସରକାରକୁ ହଟାଇବା ପାଇଁ ଷଡଯନ୍ତ୍ର କରିଥିଲେ। ଉଭୟଙ୍କ ବିଧାୟକଙ୍କ ଘୋଡା ବେପାର ବିଷୟରେ ଆଲୋଚନା ହୋଇଥିଲା। ଦୁର୍ନୀତି ନିବାରଣ ବ୍ୟୁରୋ ଦ୍ୱାରା ଭଏସ୍ ନମୁନା ଦାବିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଏବଂ ମନ୍ତ୍ରୀ ଗଜେନ୍ଦ୍ର ଶେଖାୱତଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି। 


ଅଭିଯୋଗ ହୋଇଛି ଯେ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ଶେଖାୱତ (Gajendra Sekhawat) ଦୁଇ ବର୍ଷ ପୂର୍ବେ ଗେହଲଟ ସରକାରଙ୍କ ବିଦ୍ରୋହ ସମୟରେ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ସହ ଯୋଗାଯୋଗରେ ଥିଲେ। ଏହା ସହ ଜଡିତ ଟେପ୍ ମଧ୍ୟ ଭାଇରାଲ୍ ହୋଇଥିଲା। ଏଭଳି ପରିସ୍ଥିତିରେ ଟେପ୍‌ର ସତ୍ୟତା ନିଶ୍ଚିତ କରିବାକୁ କେନ୍ଦ୍ର ମନ୍ତ୍ରୀଙ୍କଠାରୁ ସ୍ୱର ନମୁନା ମଗାଯାଇଥିଲା। ଯଦିଓ ଶେଖାୱାତ, ରାଜସ୍ଥାନ ACBରେ ହାଜର ହୋଇନାହାଁନ୍ତି, ତଥାପି ତାଙ୍କୁ ତାଙ୍କ ସ୍ୱର ନମୁନା ପ୍ରଦାନ କରିବାକୁ କୋର୍ଟ ମାଧ୍ୟମରେ ନୋଟିସ୍ ପ୍ରଦାନ କରାଯାଇଛି।


Also Read: ସିନ୍ଧିଆଙ୍କ ଫର୍ମୂଲାରେ ସିନ୍ଦେ ଗୋଷ୍ଠୀକୁ ଆଣିବାକୁ ପ୍ରସ୍ତୁତ ହେଉଛି ବିଜେପି, ଜାଣନ୍ତୁ ପ୍ଲାନ ବି


କୋର୍ଟଙ୍କ ନୋଟିସ ପରେ ରାଜ୍ୟରେ ଶାସକ କଂଗ୍ରେସ (congress) ଓ ବିଜେପି (BJP) ର ନେତାମାନେ ମୁହାଁମୁହିଁ ହୋଇଥିଲେ। ରାଜ୍ୟ ବିଜେପି ସଭାପତି ସତୀଶ ପୁନିଆ, କଂଗ୍ରେସ ସରକାରଙ୍କୁ ପୋଲିସ ଏବଂ ଅନ୍ୟାନ୍ୟ ରାଜ୍ୟ ଏଜେନ୍ସିର ଅପବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି। ଗେହଲଟ୍ କହିଛନ୍ତି ଯେ, ସରକାରକୁ ହଟାଇବାକୁ ଉଦ୍ୟମରେ ଶେଖାୱତ ମୁଖ୍ୟ ଚରିତ୍ର ଥିଲେ। ଅତିରିକ୍ତ ଜିଲ୍ଲା ତଥା ସେସନ କୋର୍ଟ ଗତ ସପ୍ତାହରେ ଏସିବିର ସଂଶୋଧନ ଆବେଦନ ଉପରେ ଶେଖୱାଟଙ୍କୁ ନୋଟିସ୍ ଜାରି କରିଛନ୍ତି।