ଲକ୍ଷ୍ନୌ: ହିନ୍ଦୁ ଧର୍ମ ଉପରେ ବିବାଦୀୟ ଦେଇ ବନ୍ଧା ହୋଇଛନ୍ତି ସମାଜବାଦୀ ପାର୍ଟି  ଯୁବ ନେତା ଅନଦାନ ଖାନ। ଏହି ଘଟଣାରେ ତାଙ୍କୁ ଗିରଫ କରାଯାଇ ଜେରା କରାଯାଉଥିବା ଉତ୍ତର ପ୍ରଦେଶ ଆମ୍ବେଦକର ନଗର ଜିଲ୍ଲା ପୋଲିସ ପକ୍ଷରୁ କୁହାଯାଇଛି। ସୋସିଆଲ ମିଡିଆରେ ସେ ହିନ୍ଦୁ ଧର୍ମ ଉପରେ କରିଥିବା ଏକ ବିବାଦୀୟ ପୋଷ୍ଟ ଭାଇରାଲ ହେବା ପରେ ତାଙ୍କ ବିରୁଦ୍ଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।    
 
ସମାଜବାଦୀ ପାର୍ଟି ନେତା ଅନଦାନ ଖାନ ଧର୍ମ ଉପରେ ବିବାଦୀୟ ପୋଷ୍ଟ କରିବା ସହ ହିନ୍ଦୁଙ୍କୁ ସୀମା ମଧ୍ୟରେ ରହିବା ପାଇଁ ଧମକ ଦେଇଥିଲେ। ତାଙ୍କର ଏହି ବିବାଦୀୟ ଫେସବୁକ ପୋଷ୍ଟ ଭାଇରାଲ ହେବା ପରେ ଆମ୍ବେଦକର ନଗର ଜିଲ୍ଲା ପୋଲିସ ଏ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।


COMMERCIAL BREAK
SCROLL TO CONTINUE READING

Also Read: ପଟ୍ଟ ବଦଳାଇଲେ OP Rajbhar; BJP ନୁହେଁ ଏହି ଦଳ ସହ କରିବେ ମେଣ୍ଟ


ହିନ୍ଦୁ ଧର୍ମ ଉପରେ ବିବାଦୀୟ ପୋଷ୍ଟ କରି ଗିରଫ ହୋଇଥିବା ସମାଜବାଦୀ ପାର୍ଟି ନେତା ଜଣଙ୍କ ରାଜ୍ୟର ଆମ୍ବେଦକର ନଗର ଜିଲ୍ଲାରେ (Ambedkar Nagar) ଅବସ୍ଥିତ ଟାଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀ ଲାଗି ଦଳୀୟ ଯୁବ ଶାଖା ସଭାପତି ଭାବେ କାର୍ଯ୍ୟ କରୁଥିଲେ। ସେ ଫେସବୁକରେ ଏଭଳି ପୋଷ୍ଟ କରି ପ୍ରାୟ ୭୦ ଜଣ ଲୋକଙ୍କୁ ଟ୍ୟାଗ କରିଥିଲେ। ଏହି ପୋଷ୍ଟ ଜରିଆରେ ଧମକ ଦେଇ ସେ କହିଥିଲେ ହିନ୍ଦୁ ନିଜ ଔକାତ ମଧ୍ୟରେ ରୁହନ୍ତୁ। ଅଖିଳେଶ ଭାଇ ଆସନ୍ତୁ ସମସ୍ତେ ଜେଲକୁ ଯିବେ। ଏହା ପରେ ଯୋଗୀ ଘଣ୍ଟି ବଜାଇବ। ହିନ୍ଦୁ ମହିଳା ଆମ ଦାସୀ ଥିଲେ। ପଶୁକୁ ପୂଜା କରୁଥିବା ଲୋକ ହେଉଛନ୍ତି ପଶୁ। ଜୟ ସମାଜବାଦ। ଜୟ ଅଖିଲେଶ ଯାଦବ ଜିନ୍ଦବାଦ। ମୁଲାୟମ ଜିନ୍ଦାବାଦ। 


ଏହି ପୋଷ୍ଟ ଭାଇରାଲ ହେବା ପରେ ସେ ଏପରି ପୋଷ୍ଟ କରିନଥିବା ପ୍ରଥମେ କହିଥିଲେ ଅନଦାନ ଖାନ। ଏନେଇ ସ୍ଥାନୀୟ ପୋଲିସ ଅଧିକ୍ଷକଙ୍କୁ ଲେଖିଥିବା ପତ୍ରରେ ସେ କହିଥିଲା ଗତ ଅକ୍ଟୋବର ୨୧-୨୨  ତାରିଖରେ ତାଙ୍କ ଫେସବୁକ ଆଇଡି ହ୍ୟାକ୍ ହୋଇଥିଲା। ଯେତେବେଳେ ସେ ଏ ଘଟଣା ବାବଦରେ ଜାଣିଲେ ସେ ନିଜ ଫେସବୁକ ଆକାଉଣ୍ଟ ପାସୱାର୍ଡ ପରିବର୍ତ୍ତନ କରି ଏଭଳି ପୋଷ୍ଟ ଡିଲିଟ କରିଦେଇଥିଲେ। ଏହା ସହିତ  ଅଭିଯୋଗ ଆଣି ସେ ଆହୁରି କହିଛନ୍ତି କିଛି ଲୋକ ସେହି ପୋଷ୍ଟ ସ୍କ୍ରିନସଟ ବ୍ୟବହାର କରି ମାହୋଲ ଖରାପ କରିବାକୁ ଚେଷ୍ଟା କରିପାରନ୍ତି। 


Also Read: SP ମୁଖିଆଙ୍କୁ UP ଉପମୁଖ୍ୟମନ୍ତ୍ରୀଙ୍କ ଜବାବ, 'ରାଜ୍ୟରେ ଅଛି ଯୋଗ୍ୟ ସରକାର, ସମସ୍ତଙ୍କର ହେଉଛି ବିକାଶ'


ଅନ୍ୟ ଏକ ଫେସବୁକ୍ ପୋଷ୍ଟ ଜରିଆରେ ସେ କହିଛନ୍ତି କିଛି ଅସାମାଜିକ ତତ୍ତ୍ୱଙ୍କ ମୋର ଫେସବୁକ୍ ଆକାଉଣ୍ଟ ବ୍ୟବହାର କରି ଧର୍ମକୁ ନେଇ କିଛି ବିବାଦୀୟ ପୋଷ୍ଟ ପ୍ରସ୍ତୁତ କରିଥିଲା। ଏଭଳି ଅସୁବିଧା ପାଇଁ ଦୁଃଖିତ। ଭବିଷ୍ୟତରେ ଏପରି ପରିସ୍ଥିତି କିମ୍ବା ଅଭିଯୋଗ ପାଇଁ ସୁଯୋଗ ସୃଷ୍ଟି ହେବ ନାହିଁ। ଗିରଫ ସମାଜବାଦୀ ପାର୍ଟି ନେତା ଜଣକ ନିଜ ଫେସବୁକ୍  ଆକାଉଣ୍ଟରେ ଲାଲ୍ ଟୋପି ପିନ୍ଧିଥିବା ଦଳୀୟ ଫଟୋ ରଖିଛନ୍ତି। ଏକ ଫଟୋରେ ସେ ଦଳର ମୁଖ୍ୟ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସହ ମଧ୍ୟ ନଜର ଆସୁଛନ୍ତି।


Also Read: ଆସନ୍ତା ବିଧାନସଭା ନିର୍ବାଚନରେ ହାରିଲେ ଇଭିଏମକୁ ଦୋଷ ଦେବେ ବିରୋଧି: UP CM Yogi


ହିନ୍ଦୁ ଧର୍ମ ଉପରେ ବିବାଦୀୟ ପୋଷ୍ଟ କରି ବନ୍ଧା ହୋଇଥିବା ଅଦନାନ ଖାନ ଅଦ୍ଦୁ ନାମରେ ପରିଚିତ। ଯିଏ ସମାଜବାଦ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କ ସହ ଦୀର୍ଘ ଦିନ ଧରି ଯୋଗାଯୋଗରେ ଥିଲେ। ଗତ ବର୍ଷ ଅକ୍ଟୋବରରେ ତାଙ୍କୁ ରାଜ୍ୟର ଟାଣ୍ଡା ବିଧାନସଭା ଆସନ ଲାଗି ଦଳର ଯୁବ ଶାଖା ସମାଜବାଦୀ ଯୁବାଜନ ସଭା ସଭାପତି ଦାୟିତ୍ୱ ପ୍ରଦାନ କରାଯାଇଥିଲା। ତାଙ୍କୁ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ଯାଦବ ନିଯୁକ୍ତ କରି ତାଙ୍କୁ ବୁଥ ସ୍ତରରେ ଦଳକୁ ମଜବୁତ କରିବାର ଦାୟିତ୍ ମଧ୍ୟ ପ୍ରଦାନ କରିଥଲେ। ସେ ଆମ୍ବେଦକର ନଗର ଜିଲ୍ଲାର ବାଶାରୀ ବ୍ଲକର ବାସିନ୍ଦା।