SP MP on PFI Ban: ପୁଣି ଥରେ ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ସମ୍ଭଲ ସାଂସଦ ଶଫିକୁର୍ର ରେହମାନ ବର୍କ। ଏବେ ନିଷିଦ୍ଧ ସଙ୍ଗଠନ ପିଏଫଆଇ ଉପରେ ଲଗା ଯାଇଥିବା ବ୍ୟାନ ଉପରେ ପ୍ରତିକ୍ରିୟା ରଖି ବିବାଦୀୟ ହୋଇପଡ଼ିଛନ୍ତି। ପିଏଫଆଇ ଭଳି ସଂସ୍ଥାକୁ ଏକ ଦେଶପ୍ରେମୀ ସଙ୍ଗଠନ ବୋଲି କହିଛନ୍ତି ସମାଜବାଦୀ ପାର୍ଟି ସାଂସଦ। ଏନେଇ ସାଂସଦ ଅଭିଯୋଗ କରିଛନ୍ତି ଯେ ମୁସଲମାନଙ୍କ ସ୍ୱରକୁ ଦମନ କରିବାକୁ ଯାଇ ବିଜେପି ପିଏଫଆଇ ଉପରେ ପ୍ରତିବନ୍ଧକ ଲଗାଇଛି। ହେଲେ ଏହି କାରଣରୁ ମୁସଲମାନ ନତମସ୍ତକ ହେବାକୁ ଯାଉ ନାହାଁନ୍ତି। ବରଂ ସେମାନେ ସେମାନଙ୍କର ସ୍ୱରକୁ ଆହୁରି ଅଧିକ ଶାଣିତ କରିବେ। ପିଏଫଆଇ ବଦଳରେ ଆରଏସଏସ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି  ସମାଜବାଦୀ ପାର୍ଟି ସାଂସଦ।  


COMMERCIAL BREAK
SCROLL TO CONTINUE READING

ଶଫିକୁର୍ର ରେହମାନ ବର୍କ (Shafiqur Rahman Barq) କହିଛନ୍ତି ଦେଶର ମୁସଲମାନଙ୍କୁ (Muslim) ବିଜେପି (BJP) ହଇରାଣ କରୁଛି। ସେମାନଙ୍କୁ ଭୟଭୀତ କରିବା ପାଇଁ ବିଭିନ୍ନ ପ୍ରକାର କଥା ବିସ୍ତାର କରାଯାଉଛି। ପିଏଫଆଇ (PFI) ଭଳି ସଂସ୍ଥାକୁ ଦେଶ ବିରୋଧୀ ଦର୍ଶାଇ ଏହାକୁ ନିଷିଦ୍ଧ କରାଯାଇଛି। ହେଲେ ଏହି ସଙ୍ଗଠନ ବିରୋଧରେ କୌଣସି ପ୍ରମାଣ ନାହିଁ। ପିଏରଫଆଇ କୌଣସି ଦେଶଦ୍ରୋହୀ ସଙ୍ଗଠନ ନୁହେଁ। ଯଦି ସରକାର କାହାକୁ ନିଷିଦ୍ଧ କରିବାକୁ ଚାହିୁଁଛନ୍ତି ତାହେଲେ ଆରଏସଏସ (RSS) ଉପରେ ପ୍ରତିବନ୍ଧକ ଲଗାନ୍ତୁ। ଆରଏସଏସର କାର୍ଯ୍ୟ ହେଉଛି ମୁସଲମାନଙ୍କ ଉପରେ ଅତ୍ୟାଚାର କରିବା। ଏହି କାର୍ଯ୍ୟକୁ ବହୁତ ଭଲ ଭାବରେ କରିଆସୁଛି ଆରଏସଏସ।


ସମାଜବାଦୀ ପାର୍ଟି ସାଂସଦ (Samajwadi Party MP) କହିଛନ୍ତି ହରିଦ୍ୱାର ତଥା ଅନ୍ୟାନ୍ୟ ସ୍ଥାନରେ ଅନୁଷ୍ଠିତ ଧର୍ମ ସଂସଦରେ ଏକଥା ସ୍ପଷ୍ଟ ଭାବରେ କୁହାଯାଇଥିଲା ଯେ ମୁସଲମାନଙ୍କୁ ହତ୍ୟା କରାଯିବା ଆବଶ୍ୟକ। ସେଠାରେ ଅନେକ ଦାୟିତ୍ୱହୀନ କଥା କୁହା ଯାଇଥିଲା। ଯେଉଁଥିପାଇଁ ପରିସ୍ଥିତି ଅଧିକ ଖରାପ ହୋଇଛି। ସେମାନଙ୍କୁ କାହିଁକି ବାରଣ କରାଗଲା ନାହିଁ? ବାସ୍ତବରେ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ସମଗ୍ର ଦେଶରେ ମୁସଲମାନଙ୍କ ବିରୋଧରେ ଏକ ମାହୋଲ ସୃଷ୍ଟି କରାଯାଉଛି। ପିଏଫଆଇ ବିରୋଧରେ ନିଷେଧାଦେଶ ମଧ୍ୟ ଏପରି ଏକ ମିଥ୍ୟା ପ୍ରଚାର। 


Also Read: NIA ED Raid: ପିଏଫଆଇ ସମର୍ଥନରେ ଆସିଲେ ସମାଜବାଦୀ ପାର୍ଟି ସାଂସଦ ସଫିକୁର ରେହମାନ ବର୍କ


ସମାଜବାଦୀ ପାର୍ଟି ସାଂସଦଙ୍କ ବୟାନ ଉପରେ ତାଙ୍କୁ ପାଲଟା ଜବାବ ଦେଇଛନ୍ତି ବିଜେପି ସାଂସଦ ସତ୍ୟଦେବ ପଚୌରୀ (BJP MP Satyadev Pachauri)। ଏନେଇ ବିଜେପି ସାଂସଦ କହିଛନ୍ତି, ଶଫିକୁର୍ର ରେହମାନ ବର୍କ ସେହି ସଙ୍ଗଠନ ବାବଦରେ ଅବଗତ ନୁହଁନ୍ତି କିମ୍ବା ତାଙ୍କର ଆଭିମୁଖ୍ୟ ସଂକୀର୍ଣ୍ଣ। ତାଲିମ ପାଇଁ ପିଏଫଆଇ ଲୋକଙ୍କୁ ପାକିସ୍ତାନ ପଠାଯାଇଛି। ପିଏଫଆଇ ହେଉଛି ଏକ ବିଦେଶୀ ଅନୁଦାନପ୍ରାପ୍ତ ସଂସ୍ଥା। ସେମାନେ ବିଦେଶରୁ ପାଣ୍ଠି ମିଳିଥାଏ। ଏହି ସଙ୍ଗଠନ କେବଳ ଦେଶରେ ଭାଙ୍ଗିବା କାର୍ଯ୍ୟ ପାଇଁ ଜଣାଶୁଣା। ହେଲେ ଆରଏସଏସ ଲୋକଙ୍କୁ ଯୋଡ଼ିବା  କାର୍ଯ୍ୟ କରିଥାଏ। କୌଣସି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସଂଘ ସ୍ବୟଂସେବକ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଜରୁରୀକାଳୀନ ପରିସ୍ଥିତି ଏବଂ ଗାନ୍ଧିଜୀଙ୍କ ହତ୍ୟା ପରେ କଂଗ୍ରେସ ଆରଏସଏସ ଉପରେ ନିଷେଧାଦେଶ ଜାରି କରିଥିଲା। ସେତେବେଳେ ମଧ୍ୟ ସ୍ୱୟଂସେବକଙ୍କୁ ଅଟକା ଯାଇନଥିଲା। ଆରଏସଏସ ସମାଜର ପ୍ରତ୍ୟେକ ବର୍ଗକୁ ନେଇ ସାଥିରେ ଚାଲିଥାଏ।