Second Yogi Cabinet: ଶପଥ ଗ୍ରହଣ ପୂର୍ବରୁ ସାମ୍ନାକୁ ଆସିଲା ସମ୍ଭାବିତ ମନ୍ତ୍ରୀମଣ୍ଡଳ ତାଲିକା
ଯୋଗୀ ଆଦିତ୍ୟନାଥଙ୍କ ଦ୍ୱିତୀୟ ପାଳି ମନ୍ତ୍ରୀ ମଣ୍ଡଳରେ ପାଖାପାଖି ୨୪ ଜଣ କ୍ୟାବିନେଟ୍ ମନ୍ତ୍ରୀ ରହିପାରନ୍ତି। ପ୍ରାୟ ୧୨ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ସ୍ୱାଧିନ ଦାୟିତ୍ୱ ମିଳିପାରେ।
ଲକ୍ଷ୍ନୌ: ମାର୍ଚ୍ଚ ୨୫ ତାରିଖ ଶୁକ୍ରବାର ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ଯୋଗୀ ଆଦିତ୍ୟନାଥ। ମାର୍ଚ୍ଚ ୨୪ ତାରିଖ ଗୁରୁବାର ରାଜଧାନୀ ଲକ୍ଷ୍ନୌ ଠାରେ ଅନୁଷ୍ଠିତ ହୋଇଥିବା ବୈଠକରେ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି ସେ। ସରକାର ଗଠନ କରିବା ଲାଗି ଗୁରୁବାର ସନ୍ଧ୍ୟାରେ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲଙ୍କୁ ଭେଟି ଦାବି ଜଣାଇଛି ବିଜେପି।
ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ଦୀନେଶ ଶର୍ମା ତାଙ୍କର ଦ୍ୱିତୀୟ ପାଳି କାର୍ଯ୍ୟକାଳ ଆରମ୍ଭ କରିବାକୁ ଯାଉଥିବା ବେଳେ ଏଥର ମନ୍ତ୍ରୀ ମଣ୍ଡଳରେ କିଏ ପାଇବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଶୁକ୍ରବାର ଅନୁଷ୍ଠିତ ହେଉଥିବା ଶପଥ ଗ୍ରହଣ ସମାରୋହ ପୂର୍ବରୁ ସାମ୍ନାକୁ ଆସିଯାଇଛି ସମ୍ଭାବିତ ମନ୍ତ୍ରୀମଣ୍ଡଳ ତାଲିକା। କେବଳ ଏହା ଉପରେ ଦଳୀୟ ମୋହର ମାରିବା ବାକି ରହିଛି। ଶୁକ୍ରବାର ଦିନ ଶପଥ ଗ୍ରହଣ ସମାରୋହ ପରେ କେଉଁ ନେତାଙ୍କୁ ମନ୍ତ୍ରୀ କରାଯିବ ତାହା ସ୍ପଷ୍ଟ ହୋଇଯିବ।
Also Read: Second Yogi Ministry: ୨୫ ମାର୍ଚ୍ଚରେ ହେବ ଶପଥ ଗ୍ରହଣ, କିଏ ହେବେ ମନ୍ତ୍ରୀ?
ଯୋଗୀ ଆଦିତ୍ୟନାଥଙ୍କ ଦ୍ୱିତୀୟ ପାଳି ମନ୍ତ୍ରୀ ମଣ୍ଡଳରେ ପାଖାପାଖି ୨୪ ଜଣ କ୍ୟାବିନେଟ୍ ମନ୍ତ୍ରୀ ରହିପାରନ୍ତି। ପ୍ରାୟ ୧୨ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ସ୍ୱାଧିନ ଦାୟିତ୍ୱ ମିଳିପାରେ। ପ୍ରଥମ ପାଳି ଯୋଗୀ ସରକାରରେ ମନ୍ତ୍ରୀ ଥିବା ୩୩ ଜଣ ନେତା ଏଥର ପୁନର୍ବାର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦-୨୫ ଜଣଙ୍କୁ ପୁନର୍ବାର ମନ୍ତ୍ରୀ ପଦ ମିଳିପାରେ। ଦଳର ବରିଷ୍ଠ ନେତା ତଥା ପ୍ରଥମ ପାଳି ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ସୁରେଶ ଖାନ୍ନାଙ୍କୁ ଏଥର ବିଧାନସଭା ବାଚସ୍ପତି ପଦ ମିଳିପାରେ। ଅନ୍ୟ ପଟେ ନିର୍ବାଚନ ହାରିଥିବା ମନ୍ତ୍ରୀଙ୍କ ମଧ୍ୟରୁ ୩ ଜଣ ମନ୍ତ୍ରୀଙ୍କୁ ପୁଣି ଥରେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିପାରେ।
Also Read: Second Yogi Ministry: ୨୫ ମାର୍ଚ୍ଚରେ ହେବ ଶପଥ ଗ୍ରହଣ, କିଏ ହେବେ ମନ୍ତ୍ରୀ?
ସମ୍ଭାବିତ ମନ୍ତ୍ରୀମଣ୍ଡଳ ତାଲିକା
ସରିତା ଭଦୌରିୟା:ଇଟାୱା
ଜୟବୀର ସିଂହ: ମୈନପୁରୀ ସଦର
ଅଦିତି ସିଂହ: ରାୟବରେଲି
ଦୟାଶଙ୍କର ସିଂହ: ବଲିୟା
ଅପର୍ଣ୍ଣା ଯାଦବ
ଶଲଭମଣି
ଅସୀମ ଅରୁଣ: କନ୍ନୌଜ
ରାଜେଶ୍ୱର ସିଂହ: ସରୋଜିନୀ ନଗର
ରାମବିଳାସ ଚୌହାନ: ମଉ
ଡକ୍ଟର ସୁରଭି: ଫର୍ରୁଖାବାଦ
ଡକ୍ଟର ସଞ୍ଜୟ ନିଷାଦ
ବାଚସ୍ପତି ପ୍ରୟାଗରାଜ
ଅସୀମ ରାୟ
ସୁରେନ୍ଦ୍ର କୁଶୱାହା
ନୀତିନ ଅଗ୍ରୱାଲ
ପଙ୍କଜ ସିଂହ
ସୁନୀଳ ଶର୍ମା
ରାଜେଶ ତ୍ରିପାଠୀ
କେତକୀ ସିଂହ: ବଲିୟା
କୁୱଁର ବ୍ରଜେଶ: ଦେୱବନ୍ଦ
ରାମଚନ୍ଦ୍ର ଯାଦବ: ଅଯୋଧ୍ୟା
କେଶବ ମୌର୍ଯ୍ୟ
ଶ୍ରୀକାନ୍ତ ଶର୍ମା
ସୁରେଶ ଖାନ୍ନା
କପିଲ ଦେବ ଅଗ୍ରୱାଲ
ଜିତିନ ପ୍ରସାଦ
ରବୀନ୍ଦ୍ର ଜାୟସୱାଲ
ମହେନ୍ଦ୍ର ସିଂହ
ଭୂପେନ୍ଦ୍ର ଚୌଧରୀ
ସିଦ୍ଧାର୍ଥ ନାଥ ସିଂହ
ନନ୍ଦ ଗୋପାଳ ନନ୍ଦୀ
ଜୟ ପ୍ରକାଶ ସିଂହ
ସୂର୍ଯ୍ୟ ପ୍ରତାପ ଶାହୀ
ବୃଜେଶ ପାଠକ
ଆଶୁତୋଷ ଟଣ୍ଡନ
ସୁରେଶ ରାଣା
ମୋତି ସିଂହ
ଅନିଲ ରାଜଭର
ରାମ ନରେଶ ଅଗ୍ନିହୋତ୍ରୀ
ନୀଳକଣ୍ଠ ତିୱାରୀ
ସୀତଶ ମହାନା
ଅଶୋକ କଟାରିୟା
ନୀଳିମା କଟିୟାର
ମୋହସିନ ରାଜା
ଡକ୍ଟର ଦୀନେଶ ଶର୍ମା