Nationalist Congress Party Sharadchandra Pawar: ଫେବୃଆରୀ ୭ ତାରିଖ ବୁଧବାର ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଶରଦ ପାୱାରଙ୍କ ନେତୃତ୍ୱାଧିନ ଗୋଷ୍ଠୀକୁ ନୂତନ ନାମ ମିଳିଛି। ତାଙ୍କ ଦଳର ନୂତନ ନାମ "ଏନସିପି- ଶରଦ ଚନ୍ଦ୍ର ପାୱାର" ରଖାଯାଇଛି।ଏହା ପୂର୍ବରୁ ଶରଦ ପାୱାରଙ୍କ ଦଳ ପକ୍ଷରୁ ନିର୍ବାଚନ ଆୟୋଗଙ୍କୁ ସେମାନଙ୍କ ଦଳ ପାଇଁ ତିନୋଟି ନାମ ଏବଂ ନିର୍ବାଚନ ପ୍ରତୀକ ବିକଳ୍ପ ପରାମର୍ଶ ଦେଇଥିଲେ ନିର୍ବାଚନ ଆୟୋଗ ଅଜିତ ପାୱାର ଦଳକୁ ଜାତୀୟତାବାଦୀ କଂଗ୍ରେସ ପାର୍ଟି ଭାବରେ ଘୋଷଣା କରିବା ପରେ ଏହାକୁ ଦଳର ନିର୍ବାଚନ ପ୍ରତୀକ "କାନ୍ଥ ଘଣ୍ଟା" ଆବଣ୍ଟିତ କରିଥିଲେ। ଏହା ପରେ ଶରଦ ପାୱାରଙ୍କ ଦଳ ଏକ ନୂତନ ନାମ 
ପାଇଥିଲା।


COMMERCIAL BREAK
SCROLL TO CONTINUE READING

ଶରଦ ପାୱାର ଦଳକୁ ତିନୋଟି ନାମ ଏବଂ ନିର୍ବାଚନ ପ୍ରତୀକ ବିକଳ୍ପ ପରାମର୍ଶ ଦେଇଥିଲେ ନିର୍ବାଚନ ଆୟୋଗ
ବୁଧବାର ଦିନ ଦଳର ନାମ ଭାବରେ ଶରଦ ପାୱାର ନିର୍ବାଚନ ଆୟୋଗଙ୍କୁ ପରାମର୍ଶ ଦେଇଥିବା ତିନୋଟି ବିକଳ୍ପ ହେଉଛି, "ଜାତୀୟତାବାଦୀ କଂଗ୍ରେସ ପାର୍ଟି ଶରଦ ପାୱାର", "ଜାତୀୟତାବାଦୀ କଂଗ୍ରେସ ପାର୍ଟି ଶରଦ ଚନ୍ଦ୍ର ପାୱାର" ଏବଂ "ଜାତୀୟତାବାଦୀ କଂଗ୍ରେସ ପାର୍ଟି ଶରଦ ରାଓ ପାୱାର। " ଏହା ସହିତ ଶରଦ ପାୱାର ନିର୍ବାଚନ ପ୍ରତୀକ ରୂପେ ବର ଗଛ, ଉଦୟ ହେଉଥିବା ସୂର୍ଯ୍ୟ ଏବଂ କପ୍ ପ୍ଲେଟ୍ ଆଦି ବିକଳ୍ପ ଦେଇଥିଲେ।


ଆପଣଙ୍କୁ କହିରଖୁଛୁ ଯେ ଫେବୃଆରୀ ୬ ତାରିଖ ମଙ୍ଗଳବାର ଅଜିତ ପାୱାରଙ୍କ ଗୋଷ୍ଠାୀକୁ ପ୍ରକୃତ ଏନସିପି ଘୋଷଣା କରିଥିଲେ। ଏହା ପରେ ଫେବୃଆରୀ ୭ ତାରିଖ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ଶରଦ ପାୱାରଙ୍କୁ ତାଙ୍କ ଦଳର ନାମ ଏବଂ ନିର୍ବାଚନ ପ୍ରତୀକ ପାଇଁ ବିକଳ୍ପ ଦେବାକୁ କହିଥିଲେ।


ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତୁତ ହେଉଛି ଶରଦ ପାୱାରଙ୍କ ଦଳ
ସୁପ୍ରିମକୋର୍ଟ ଠାରେ ନିର୍ବାଚନ ଆୟୋଗର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାକୁ ଶରଦ ପାୱାର ଦଳ ପ୍ରସ୍ତୁତ ହେଉଛନ୍ତି। ଅନ୍ୟପକ୍ଷରେ ଅଜିତ ପାୱାର ଦଳ ମଧ୍ୟ ସୁପ୍ରିମକୋର୍ଟ ଠାରେ ଏକ ଆବେଦନ ଦାଖଲ କରିଛି। ଯଦି ଶରଦ ପାୱାରଙ୍କ ଦଳ ତାଙ୍କୁ ପ୍ରକୃତ ଏନସିପି ଘୋଷଣା କରାଯିବାକୁ ନେଇ ନିର୍ବାଚନ ଆୟୋଗ ଆଦେଶକୁ ଚ୍ୟାଲେଞ୍ଜ କରନ୍ତି, ତାହେଲେ ତାଙ୍କର ପକ୍ଷ ରଖିବାକୁ ସୁପ୍ରିମକୋର୍ଟ ଠାରେ ଅନୁରୋଧ କରିଛନ୍ତି ଅଜିତ ପାୱାରଙ୍କ ଗୋଷ୍ଠୀ।


ପାୱାର ବନାମ ପାୱାର ଲଢେଇରେ କେଉଁଠି ଖୁସି ଆଉ କେଉଁଠି ଦୁଖ
ଗୋଟିଏ ପଟେ ନିର୍ବାଚନ ଆୟୋଗ ନିଷ୍ପତ୍ତି ଆସିବା ପରେ ଅଜିତ ପାୱାରଙ୍କ ଗୋଷ୍ଠୀର ସମର୍ଥକ ଉତ୍ସବ ପାଳନ କରୁଛନ୍ତି। ଅନ୍ୟପଟେ ଶରଦ ପାୱାରଙ୍କ ଗୋଷ୍ଠୀର ସମର୍ଥକ ଏହାକୁ ବିରୋଧ କରୁଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ ଅନୁଯାୟୀ ବୁଧବାର ପୁଣେ ଏବଂ ଏହାର ଆଖପାଖ ଅଞ୍ଚଳରେ ଶରଦ ପାୱାରଙ୍କ ସମର୍ଥକ କଳା ରିବନ ପିନ୍ଧି ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି।


ଶରଦ ପାୱାର ୧୯୯୯ ମସିହାରେ କଂଗ୍ରେସ ଠାରୁ ଅଲଗା ହୋଇ "ଜାତୀୟତାବାଦୀ କଂଗ୍ରେସ ପାର୍ଟି ନାମରେ ଏକ ନୂଆ ଦଳ ଗଢିଥିଲେ। ଗତ ବର୍ଷ ଜୁଲାଇ ମାସରେ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ତାଙ୍କର ୮ ସମର୍ଥକ ବିଧାୟକଙ୍କ ସହ ବିଜେପି ସମର୍ଥିତ ଏକନାଥ ସିନ୍ଦେ ନେତୃତ୍ୱାଧିନ ସରକାରରେ ଯୋଗ ଦେଇଥିଲେ।