ED action against Sanjay Raut: ବହୁଚର୍ଚ୍ଚିତ ପାତ୍ରାଚଲ ଜମି ଦୁର୍ନୀତି ମାମଲାରେ ଦଳୀୟ ସାଂସଦ ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ବିଜେପି ବିରୋଧରେ ବର୍ଷିଛନ୍ତି ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ।


COMMERCIAL BREAK
SCROLL TO CONTINUE READING

ରବିବାର ନିଜ ବାସଭବନ ମାତୋଶ୍ରୀ ଠାରେ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ (Shiv Sena Chief Uddhav Thackeray) କହିଛନ୍ତି ସଞ୍ଜୟ ରାଉତଙ୍କୁ ଗିରଫ ମଧ୍ୟ କରାଯାଇପାରେ। ଶିବସେନା ମୁଖପତ୍ର ସାମନା (Shiv Sena Mouthpiece Saamana) ଜରିଆରେ ସେ ରୋକ-ଠୋକ ନାମରେ ଯେଉଁ ସ୍ତମ୍ଭ ଲେଖିଛନ୍ତି ତାହା ଅନେକ ପ୍ରଶ୍ନ ଉଠାଉଛି​। କେନ୍ଦ୍ର ଆଡକୁ ସୂଚାଇ ସେ କହିଛନ୍ତି ଯେ ଲାଜ ସରମ ଛାଡି ଏଭଳି କାମ କରାଯାଉଛି। ଏହା ହେଉଛି ଦମନକାରୀ ରାଜକୀୟ ନୀତି। ଯଦି ହିନ୍ଦୁତ୍ୱ (Hindutva) ବାବଦରେ କାହାର କହିବାକୁ ସାହସ ଥାଏ ତାହେଲେ ସେ ହେଉଛନ୍ତି ଶିବସେନା ସଂସ୍ଥାପକ ବାଲାସାହେବ ଠାକରେ (Shiv Sena Founder Bala Saheb Thackeray)।


ଉଦ୍ଧବ ଠାକରେ କହିଛନ୍ତି ଯେ ବର୍ତ୍ତମାନ ଆମେ ଯେତେବେଳେ କଥା ହେଉଛେ ସେତେ ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅତିଥି ହୋଇ ସଞ୍ଜୟ ରାଉତଙ୍କ ଘରେ ବସିଯାଇଛି। ଏସବୁ କଣ ​​ଚାଲିଛି। ଏହା ହେଉଛି ସବୁଠାରୁ ଭୟାଙ୍କର। ମହାରାଷ୍ଟ୍ର ରାଜ୍ୟପାଳ (Maharashtra Governor) ଭଗତ ସିଂହ କୋଶିଆରୀଙ୍କ (Bhagat Singh Koshyari) ମରାଠୀ ବିବୃତ୍ତିକୁ (Maharashtra Governor Marathi Comment) ସମାଲୋଚନା କରି ଏହାକୁ ମହାରାଷ୍ଟ୍ର ପ୍ରତି ଅପମାନ ବୋଲି କହିଛନ୍ତି ସେ। ମହାରାଷ୍ଟ୍ରର ଲୁଣ ଖାଇ ସେ ମହାରାଷ୍ଟ୍ର ସହ ନମକହାରାମି କରିଛନ୍ତି।


ନିଜ କାମ ଦ୍ୱାରା ବିଜେପି (BJP) ହିନ୍ଦୁଙ୍କୁ (Hindu) ଭାଗ କରିବାକୁ ଚାହୁଁଛି। ବିଜେପି ମରାଠୀ-ଅଣ ମରାଠୀ ବିବାଦ (Marathi-Non Marathi Conflict) ସୃଷ୍ଟି କରିବାକୁ ଚାହୁଁଛି। ସେ ପ୍ରଶ୍ନ କରିଛନ୍ତି ଯେ ବିଜେପି କାହିଁକି ଶିବସେନାକୁ ଶେଷ କରିବାକୁ ଚାହୁଁଛି? କାରଣ ଶିବସେନା ହେଉଛି ଏପରି ଏକ ସଙ୍ଗଠନ ଯିଏ ହିନ୍ଦୁ ଏବଂ ମରାଠୀଙ୍କୁ ଶକ୍ତି ପ୍ରଦାନ କରିଛି। ଯଦି ଶିବସେନା ଥରେ ଶେଷ ହୋଇଯାଏ ତାହେଲେ ମହାରାଷ୍ଟ୍ରରେ ବିଜେପି ଲାଗି ରାସ୍ତା ସଫା ହୋଇଯିବ।


Also Read: Patra Chawl Land Scam: ଗିରଫଦାରୀ ଦେବାକୁ ଇଡି଼ କାର୍ଯ୍ୟାଳୟରେ ପହଞ୍ଚିଲେ ସଞ୍ଜୟ ରାଉତ