Maharashtra Politics: ଦଳର ବିଦ୍ରୋହୀ ବିଧାୟକଙ୍କୁ ସୁପ୍ରିମକୋର୍ଟ ଅଯୋଗ୍ୟ ଘୋଷଣା ନ କରାଯିବା ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ସରକାରର କ୍ୟାବିନେଟ ଗଠନରେ ବିଳମ୍ବ ହେବାକୁ ନେଇ ସମାଲୋଚନା କରିଛନ୍ତି ସେ।


COMMERCIAL BREAK
SCROLL TO CONTINUE READING

ଏନେଇ ସେ ଟ୍ୱିଟ୍ କରି କହିଛନ୍ତି ବାରବାଡୋସ ଭଳି ଦେଶର ଜନସଂଖ୍ୟା ହେଉଛି ୨.୫ଲକ୍ଷ ଏବଂ ସେହି ଦେଶର ମନ୍ତ୍ରୀମଣ୍ଡଳରେ ୨୭ ଜଣ ସଦସ୍ୟ ଅଛନ୍ତି। ହେଲେ ୧୨ କୋଟି ଜନସଂଖ୍ୟା ବିଶିଷ୍ଟ ମହାରାଷ୍ଟ୍ର ଭଳି ଏକ ରାଜ୍ୟକୁ ୨ ଜଣିଆ ମନ୍ତ୍ରିମଣ୍ଡଳ ସେମାନଙ୍କ ମନଇଚ୍ଛା ପରିଚାଳିତ କରୁଛନ୍ତି। ସମ୍ବିଧାନର ସମ୍ମାନ କେଉଁଠାରେ ରଖାଯାଇଛି? ଦଳର ବିଦ୍ରୋହୀ ବିଧାୟକଙ୍କୁ ସୁପ୍ରିମକୋର୍ଟ ଅଯୋଗ୍ୟ ଘୋଷଣା ନ କରାଯିବା ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ।


ଶିବସେନା ସାଂସଦ କହିଛନ୍ତି ସମ୍ବିଧାନର ଧାରା 164 (1-A) ରେ କୁହାଯାଇଛି ଯେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀଙ୍କ ସଂଖ୍ୟା ୧୨ ଜଣରୁ କମ ହେବା ଉଚିତ୍ ନୁହେଁ। ବିଗତ ଦୁଇ ସପ୍ତାହ ଧରି କେବଳ ଦୁଇ ଜଣଙ୍କ କ୍ୟାବିନେଟ୍ ଏପରି ନିଷ୍ପତ୍ତି ନେଉଛି ଯାହାର କୌଣସି ସାମ୍ବିଧାନିକ ବୈଧତା ନାହିଁ। ମାନ୍ୟବର ରାଜ୍ୟପାଳ ଏହା କ'ଣ ଘଟୁଛି? ଜୁଲାଇ ୧୮ ତାରିଖରେ ଅନୁଷ୍ଠିଚ ହୋଇଥିବା ରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ ଶେଷ ହେବା ପରେ ରାଜ୍ୟର ନୂତନ କ୍ୟାବିନେଟ ଗଠନ କରାଯାଇ ପାରେ। ବର୍ତ୍ତମାନ ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳରେ କେବଳ ୨ ଜଣ ସଦସ୍ୟ ଅଛନ୍ତି। ସେମାନେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ। ଜୁଲାଇ ୨୦ କିମ୍ବା ୨୧ ତାରିଖରେ କ୍ୟାବିନେଟ ସମ୍ପ୍ରସାରଣ ହୋଇପାରେ। 


ଗତ ରବିବାର ସେ କହିଥିଲେ ଯେ କ୍ୟାବିନେଟର ସମ୍ପ୍ରସାରଣ ଏଥିପାଇଁ ହୋଇପାରୁନାହିଁ କାରଣ ସାମ୍ବିଧାନିକ ସମସ୍ୟା ରହିଛି। କାରଣ ସିନ୍ଦେ ଗୋଷ୍ଠୀରେ ସାମିଲ ହୋଇଥିବା ଦଳ ୪୦ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ ହେବାର ଭୟ ଘାରୁଛି। ଯଦିଓ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ମାମଲା ଏବେ ସୁପ୍ରିମକୋର୍ଟରେ ବିଚରାଧିନ ରହିଛି। ଯଦି ସେମାନେ ମନ୍ତ୍ରୀ ଭାବେ ଶପଥ ନେବେ ତାହେଲେ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯିବ।


Also Read: Maharashtra Politics: ଶିବସେନା ସାଂସଦ ସଞ୍ଜୟ ରାଉତ ଦେଲେ ପରାମର୍ଶ, କହିଲେ...