Shiv Sena Dussehra Rally: ଦଶହରା ଅବସରରେ ମୁମ୍ବାଇ ଶିବାଜୀ ପାର୍କ ଠାରେ ଆୟୋଜିତ ହୋଇଥିବା ଦଳୀୟ ରାଲିରେ ଯୋଗ ଦେବା ଶିବ ସୈନିକଙ୍କୁ ଆହ୍ୱାନ ଦେଇଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ଦଶହରା ରାଲିରେ ଯୋଗ ଦେଇ ଶିବ ସୈନିକ ନିଜର ଉପସ୍ଥିତିକୁ ପୁନର୍ବାର ମଜବୁତ କରନ୍ତୁ ବୋଲି କହିଛନ୍ତି ଉଦ୍ଧବ ଠାକରେ। ଏନେଇ ସେ କହିଛନ୍ତି ଯେ ଶିବସେନା ପକ୍ଷରୁ ପ୍ରତିବର୍ଷ ଦଶହରା ରାଲି ପରମ୍ପରା ଉପରେ ଯେପରି କାଳିମା ନ ଲାଗେ ତାହା ଉପରେ ନଜର ରଖନ୍ତୁ ଶିବ ସୈନିକ। 


COMMERCIAL BREAK
SCROLL TO CONTINUE READING

ପ୍ରତିବର୍ଷ ମୁମ୍ବାଇ ଶିବାଜୀ ପାର୍କ (Mumbai Shivaji Park) ଠାରେ ଦଶହରା ରାଲି ଆୟୋଜନ କରିଥାଏ ଶିବସେନା (Shiv Sena Dussehra Rally)। ହେଲେ ଏଥର ମୁମ୍ବାଇ ମହାନଗର ନିଗମ (Brihanmumbai Municipal Corporation) ବିଏମସି (BMC) ଦଳକୁ ଅନୁମତି ଦେଇନଥିଲା। ଏହା ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ନା ନାହିଁ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଏହି ରାଲି ଆୟୋଜନ ଦ୍ୱାରା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା  ରହିଥିବା ସମ୍ପର୍କରେ ମୁମ୍ବାଇ ପୋଲିସ (Mumbai Police) ବିଏମସି ପାଖକୁ ଏକ ରିପୋର୍ଟ  ପଠାଇଥିଲା।


 ଅନେକ ଦିନ ଧରି ଶିବସେନା ଦଶହାର ରାଲିକୁ ନେଇ ବୟାନବାଜି  ଜାରି ରହିଥିଲା।  ଆଉ ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଥିଲେ ଦଳର ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ (Shiv Sena President Uddhav Thackeray) ଶିବସେନା ଗୋଷ୍ଠୀ (Shiv Sena Thackeray Faction) ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ (Maharashtra CM Eknath Shinde) ଶିବସେନା ଗୋଷ୍ଠୀ (Shiv Sena Shinde Faction)। 


Also Read: Maharashtra Politics: ଦଶହରା ରାଲି ଲାଗି ଆକ୍ରମଣାତ୍ମକ ପୋଷ୍ଟର ମାରି ଚର୍ଚ୍ଚାରେ ଠାକରେ ଗୋଷ୍ଠୀ


ଦଶହରା ରାଲି ଆୟୋଜନ କରିବା ଲାଗି ବିଏମସି ପକ୍ଷରୁ ଅନୁମତି ନ ମିଳିବା ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲା ଶିବସେନା। ସେପ୍ଟମ୍ବର ୨୩ ତାରିଖ ଶୁକ୍ରବାର ଏନେଇ ଦାଖଲ ହୋଇଥିବା ଆବେଦନ ଶୁଣାଣି କରି ରାଲି ଆୟୋଜନ କରିବା ଲାଗି ଅନୁମତି ଦେଇଥିଲେ ବମ୍ବେ ହାଇକୋର୍ଟ (Bombay High Court)। ମାତ୍ର ରାଲି ବେଳେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପର ନଜର ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 


ଏହି ମାମଲାରେ ବମ୍ବେ ହାଇକୋର୍ଟ ମୁମ୍ବାଇ ମହାନଗର ନିଗମକୁ ତାଗିଦ୍ କରି କହିଛନ୍ତି ଯେ ଅନେକ ବର୍ଷ ଧରି ଦଶହରା ଅବସରରେ ଏକ ବାର୍ଷିକ ରାଲି  ଆୟୋଜିତ ହୋଇଆସୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରାଲି କୌଣସି ଅଘଟଣ ଘଟିନାହିଁ। କୋର୍ଟ ନିର୍ଦ୍ଦେଶ ଆସିବା ପରେ ଦଶହରା ରାଲି ଆୟୋଜନ ପାଇଁ ଦିନ ସ୍ଥିର କରାଯାଇଛି।
 
ଦଶହରା ରାଲି ଲାଗି ବମ୍ବେ ହାଇକୋର୍ଟ ଅନୁମତି ଦେବା ପରେ ନିଜେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏବଂ ତାଙ୍କର ଦଳର କର୍ମକର୍ତ୍ତା ଶିବସୈନିକ (Shiv Sainik) ବେଶ ଉତ୍ସାହିତ ହୋଇ ଉଠିଛନ୍ତି। କୋର୍ଟ ନିଷ୍ପତ୍ତି ଆସିବା ପରେ ଶିବସେନା ଅଧ୍ୟକ୍ଷ କହିଛନ୍ତି ଯେ ରାଜ୍ୟ ସରକାର ନିଜର ଦାୟିତ୍ୱ ନିର୍ବାହ କରିବେ ବୋଲି ମୁଁ ଆଶା କରୁଛି।


ଗତ ଜୁନ ମାସରେ ଦଳରେ ହୋଇଥିବା ବିଦ୍ରୋହ ପରେ ଶିବସେନା ଠାକରେ-ସିନ୍ଦେ ଗୋଷ୍ଠୀରେ ବିଭକ୍ତ ହୋଇସାରିଛି। ପ୍ରକୃତ ଶିବସେନା କିଏ ସେ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଆଇନଗତ ଲଢେଇ ଚାଲିଛି। ଯଦିଓ ସିନ୍ଦେ ଗୋଷ୍ଠୀ ନିଜକୁ ପ୍ରକୃତ ଶିବସେନା ବୋଲି ଦାବି କରି ଆସୁଛି। ଆସନ୍ତା ୨୭ ତାରିଖରେ ଏନେଇ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ଦଳର ନିର୍ବାଚନ ପ୍ରତୀକ 'ଧନୁ-ତୀର' (Shiv Sena Election Symbol Bow and Arrow) କାହାକୁ ମିଳିବ ତାହା ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।