Shivpal Yadav on Akhilesh Yadav: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​ହୋଇଥିବା ପରାଜୟକୁ, ସହଜେ ଗ୍ରହଣ କରି ପାରୁ ନାହାଁନ୍ତି ଶିବପାଲ ଯାଦବ। ଏବେ ମଧ୍ୟ ସେ ଏହି ନିର୍ବାଚନରେ ମିଳିଥିବା ପରାଜୟ ଝଟକାକୁ  ଭୁଲି ପାରୁନାହାଁନ୍ତି। ନିର୍ବାଚନରେ ହୋଇଥିବା ପରାଜୟ ପାଇଁ ପୁତୁରା ଅଖିଲେଶ ଯାଦବଙ୍କୁ ଟାର୍ଗେଟ କରି ଆସୁଛନ୍ତି ଚାଚା  ଶିବପାଲ ଯାଦବ। ଏନେଇ ଚାଚା କହିଛନ୍ତି ଯେ ଯଦି ନିର୍ବାଚନ ସମୟରେ, ସେ ମୋତେ ଏକ ହେଲିକ୍ୟାପ୍ଟର ଦେଇଥାନ୍ତେ, ତାହେଲେ ବର୍ତ୍ତମାନ ରାଜ୍ୟରେ ସମାଜବାଦୀ ସରକାର ଗଠିତ ହୋଇଥାନ୍ତା।


COMMERCIAL BREAK
SCROLL TO CONTINUE READING

ପ୍ରଗତିଶୀଳ ସମାଜବାଦୀ ପାର୍ଟି (Pragatisheel Samajwadi Party ) ପିଏସପି ସଭାପତି (PSP President) ଶିବପାଲ ଯାଦବ (Shivpal Yadav) କହିଛନ୍ତି ଯେ ମୁଁ ବର୍ତ୍ତମାନ ଗୋଟିଏ ସିଟ ପାଇ ସନ୍ତୁଷ୍ଟ, ହେଲେ ବର୍ତ୍ତମାନ ଅଖିଳେଶ ଯାଦବ  ସରକାର ଗଠନ ନ କରି ପାରିଲେ ମୁଁ କ'ଣ କରିପାରିବି? ନିର୍ବାଚନ ସମୟରେ ଯଦି ଆମକୁ ପ୍ରତ୍ୟେକ ମଣ୍ଡଳରେ ଅତି କମରେ ଗୋଟିଏ ଆସନ ଏବଂ ପ୍ରଚାର ଲାଗି ଗୋଟିଏ ହେଲିକପ୍ଟର ଦେଇଥାନ୍ତେ, ତାହେଲେ ଆମେ ଦଳ ଲାଗି ପ୍ରତ୍ୟେକ ନିର୍ବାଚନଣ୍ଡଳୀରେ ୨୦-୩୦ ହଜାର ଭୋଟ୍ ବଢାଇ ଦେଇଥାନ୍ତୁ। ବର୍ତ୍ତମାନ ରାଜ୍ୟରେ ସମାଜବାଦୀ ସରକାର ଗଠିତ ହୋଇଥାନ୍ତା। 


ନିକଟରେ ରାଜ୍ୟର ଇଟାୱା ଜିଲ୍ଲାର ସୈଫଇ ମେଡିକାଲ ସାଇନ୍ସ  ବିଶ୍ୱବିଦ୍ୟାଳୟର ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଧର୍ମଘଟ ସମୟରେ ଶିବପାଲ ଯାଦବ ସେଠାରେ ପହଞ୍ଚିଥିଲେ। ଆନ୍ଦୋଳନ କରୁଥିବା କର୍ମଚାରୀଙ୍କ ସହ ମିଶି ଯୋଗୀ ସରକାରଙ୍କୁ ଘେରିଥିଲେ। କେବଳ ଏତିକି ନୁହେଁ ଅଖିଳେଶ ଯାଦବଙ୍କ ବିରୋଧରେ ବର୍ଷି ଶିବପାଲ ଯାଦବ କହିଥିଲେ ଯେ, ବର୍ତ୍ତମାନ ମୋତେ ସୈଫଇ ଠାରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସହ ଧର୍ମଘଟରେ ବସିବାକୁ ପଡୁଛି। ଯଦି ରାଜ୍ୟରେ ସମାଜବାଦୀ ସରକାର ଗଠିତ ହୋଇଥାନ୍ତା, ତାହେଲେ ଏଭଳି ଦିନ ଆସି ନଥାନ୍ତା। ସୈଫଇ ଡାକ୍ତରଖାନା ଅବସ୍ଥା ବିଗିଡି ଯାଉଛି। ପୂର୍ବରୁ ଏଠାକୁ ୩ ହଜାରରୁ ଅଧିକ ରୋଗୀ ଆସୁଥିଲେ। କେବଳ ଇଟାୱା ନୁହେଁ ରାଜ୍ୟର ଅନ୍ୟ ଜିଲ୍ଲାର ଲୋକେ ମଧ୍ୟ ଏଠାକୁ ଚିକିତ୍ସା ପାଇଁ ଆସୁଥିଲେ। ଏହାର ଅବସ୍ଥା ଖରାପ ହୋଇପଡି଼ବାରୁ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ଯେଉଁ ରୋଗୀ ଏଠାରେ ଭର୍ତ୍ତି ହୋଇଛନ୍ତି ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନାହିଁ।


ଜନ୍ମାଷ୍ଟମୀ (Janmashtami) ଅବସରରେ ଅଭିନନ୍ଦନ ଜଣାଇ ଏକ ଚିଠି ସେୟାର କରିଛନ୍ତି। ଏହି ଚିଠି ମାଧ୍ୟମରେ ସେ ବିରୋଧୀ ତଥା ଅତ୍ୟାଚାରୀଙ୍କୁ ବିନାଶ କରିବା କଥା କହିଛନ୍ତି। ସେ ଏହି ଚିଠିରେ ଲେଖିଛନ୍ତି ଯେ ସମାଜରେ ଯେତେବେଳେ ଜଣେ କଂସ (Kansa) ନିଜ ପିତାଙ୍କୁ ଅପମାନିତ କରି ପଦବୀରୁ ହଟାଇ ଦିଏ, ସେତେବେଳେ ଧର୍ମକୁ ରକ୍ଷା କରିବା ପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ (Lord Krishna) ଅବତାର ଗ୍ରହଣ କରିଥାନ୍ତି ଏବଂ ନିଜ ମାୟା ବଳରେ ଅତ୍ୟାଚାରୀଙ୍କୁ ଦଣ୍ଡିତ କରି ଧର୍ମର ପ୍ରତିଷ୍ଠା କରିଥାନ୍ତି। 


Also Read: UP Politics: ଜନ୍ମାଷ୍ଟମୀ ଶୁଭେଚ୍ଛା ଜଣାଇବା ବେଳେ କାହାକୁ କଂସ ବୋଲି କଟାକ୍ଷ କଲେ ଶିବପାଲ ଯାଦବ?


ନିଜେ ଲେଖିଥିବା ଚିଠିରେ ନିଜ ସମର୍ଥକଙ୍କଙ୍କୁ ଯଦୁବଂଶୀ (Yaduvanshi) ବୋଲି ସମ୍ବୋଧିତ କରି ଚାଚା ଶିବପାଲ କହିଛନ୍ତି ପ୍ରଗତିଶୀଳ ସମାଜବାଦୀ ପାର୍ଟି ହେଉଛି ଭଗବାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ବିଧିର ଫଳାଫଳ। ଏପରି ପରିସ୍ଥିତିରେ ଆପଣ ସମସ୍ତେ ଭଗବାନ କୃଷ୍ଣଙ୍କ ଛାୟା ଅଛନ୍ତି | ସେ ଆହୁରି ମଧ୍ୟ କହିଛନ୍ତି ଯେ ଧର୍ମର ସୁରକ୍ଷା କରିବାର ଦାୟିତ୍ୱ ଆପଣଙ୍କର ରହିଛି। ସମସ୍ତେ ଲୋକ କଲ୍ୟାଣ ପାଇଁ କାର୍ଯ୍ୟ କରନ୍ତୁ। ତାଙ୍କର ଏହି କୌତୂହଳ ପୂର୍ଣ୍ଣ ଚିଠିରୁ ଅନେକ ପ୍ରଶ୍ନ ଉଠିଛି। ସେ କାହାକୁ କଂସ ଏବଂ କାହା ଠାରୁ ଧର୍ମର ସୁରକ୍ଷା ପାଇଁ ଆହ୍ୱାନ କରୁଛନ୍ତି ତାହା ସ୍ପଷ୍ଟ ହୋଇଯାଇଛି। ଜନ୍ମାଷ୍ଟମୀ ଅବସରରେ ଅଭିନନ୍ଦନ ଜଣାଇବା ବେଳେ ଚାଚା ଶିବପାଲ ସମାଜବାଦୀ ପାର୍ଟି ଅଧ୍ୟକ୍ଷ (Samajwadi Party Chief) ପୁତୁରା ଅଖିଲେଶ ଯାଦବଙ୍କୁ (Akhilesh Yadav) କଂସ ବୋଲି କଟାକ୍ଷ କରିଛନ୍ତି।