CM Yogi 2007 hate speech case, ନୂଆଦିଲ୍ଲୀ: ୧୫ ବର୍ଷ ପୁରୁଣା ମାମଲାରେ ପଡିଲା ପୂର୍ଣ୍ଣଚ୍ଛେଦ। ନିଜ ବିଦାୟ ଦିନରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦେଇଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନଭି ରମଣା। ୨୦୦୭ ହେଟ୍ ସ୍ପିଚ୍ ମାମଲାରେ ଯୋଗୀ ଆଦିତ୍ୟନାଥଙ୍କୁ ଆଶ୍ୱସ୍ତି ମିଳିଛି। ଆଲ୍ଲାବାଦ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଦାଏର ପିଟିସନକୁ କୋର୍ଟ ଖାରଜ କରିଛନ୍ତି। ଏହି ମାମଲାରେ ଯାଞ୍ଚ ପାଇଁ କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ନଥିବା କୋର୍ଟ ଅନୁଭବ କରିଛି।


COMMERCIAL BREAK
SCROLL TO CONTINUE READING

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନଭି ରମଣାଙ୍କ ନେତୃତ୍ୱାଧିନ ତିନି ଜଣିଆ ବ୍ୟାଞ୍ଚରେ ୨୦୦୭ ହେଟ୍ ସ୍ପିଚ୍ ମାମଲା ଥିଲା। ବ୍ୟାଞ୍ଚରେ ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ସିଟି ରବିକୁମାର ଥିଲେ। ଶୁକ୍ରବାର ଏହି ମାମଲାକୁ କୋର୍ଟ ଖାରଜ କରିଦେଇଛନ୍ତି। ତଦନ୍ତ ପାଇଁ ଉପଯୁକ୍ତ ଆଇନଗତ କାରଣ ନଥିବାରୁ ମାମଲାକୁ ଖାରଜ କରାଯାଇଥିବା ସିଜେଆଇ କରିଛନ୍ତି। ୨୦୧୮ରେ ପରଭେଜ ପରୱାଜ ଓ ଅନ୍ୟମାନେ ଆଲ୍ଲାବାଦ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ। ତେବେ ସୁପ୍ରିମକୋର୍ଟ, ହାଇକୋର୍ଟଙ୍କ ରାୟକୁ ସଂରକ୍ଷିତ ରଖିଛନ୍ତି।


Also Read: UP road accident: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ OSD ମୃତ, ପତ୍ନୀ ଗୁରୁତର


 


୨୦୧୮ ଫେବୃଆରୀରେ ଆଲ୍ଲାବାଦ ହାଇକୋର୍ଟ କହିଥିଲେ ଯେ, ଯୋଗୀ ଆଦିତ୍ୟନାଥଙ୍କ ୨୦୦୭ ହେଟ୍ ସ୍ପିଚ ମାମଲାର ତଦନ୍ତ ପ୍ରକ୍ରିୟା କିମ୍ବା ନିଷ୍ପତି ନେବାରେ କୌଣସି ତୃଟି ହୋଇନାହିଁ। ଏହା ପୂର୍ବରୁ ପ୍ରମାଣ ଅଭାବରୁ ଉତ୍ତର ପ୍ରଦେଶ ସରକାର ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ମନା କରିଦେଇଥିଲେ। କିନ୍ତୁ ମାମଲାକୁ ସୁପ୍ରିମକୋର୍ଟ (Supreme Court) ଯାଏଁ ଟଣା ଯାଇଥିଲା। ଆଉ ନିଜ କାର୍ଯ୍ୟକାଳର ଶେଷ ଦିନରେ ସିଜେଆଇ ଏନଭି ରମଣା ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ୨୬ ଅଗଷ୍ଟ ୨୦୨୨ ଅର୍ଥାତ ଆଜି ସିଜେଆଇ ରମଣା ଅବସର ନେଉଛନ୍ତି।


ବୁଧବାର ଉତ୍ତର ପ୍ରଦେଶ (Uttar Pradesh) ସରକାରଙ୍କ ତରଫରୁ ବରିଷ୍ଠ ଓକିଲ ମୁକୁଲ ରୋହତଗି, ସୁପ୍ରିମକୋର୍ଟରେ କହିଥିଲେ ଯେ, ଏହି ଘଟଣାରେ କିଛି ବାକି ନାହିଁ ଏବଂ ସିଡିକୁ CFSL ନିକଟକୁ ପଠାଗଲା, ଯାହା ଦ୍ୱାରା ତାହା ବଦଳି ଯାଇଛି। ଏହି ଆବେଦନରେ ଉଠାଯାଇଥିବା ପ୍ରସଙ୍ଗ ହାଇକୋର୍ଟଙ୍କ ଦ୍ୱାରା ବିଚାର ହୋଇସାରିଛି ବୋଲି କହି ସେ କହିଥିଲେ।  ରୋହତଗି କହିଥିଲେ ଯେ, ଆପଣ ୧୫ ବର୍ଷ ପୂର୍ବେ ମରି ଯାଇଥିବା ଘୋଡାକୁ ପିଟି ପାରିବେ ନାହିଁ କାରଣ ସେହି ବ୍ୟକ୍ତି ଆଜି ମୁଖ୍ୟମନ୍ତ୍ରୀ।


Also Read: CJI NV Ramana retires today: ଭାଙ୍ଗିଲେ ସୁପ୍ରିମକୋର୍ଟର ଏହି ରେକର୍ଡ, ଛାଡିଲେ ଅଧିକ-ଶୁଣାଇଲେ


୨୦୦୭ ମସିହାରେ ଯୋଗୀ ଆଦିତ୍ୟନାଥ (Yogi Adityanath) ସାଂସଦ ଥିବା ବେଳେ ଗୋରଖପୁରରେ ହେଟ୍ ସ୍ପିଚ୍ ଦେଇଥିବା ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ଏତଲା ମଧ୍ୟ ଦିଆଯାଇଥିଲା। ଯୋଗୀ ଆଦିତ୍ୟନାଥ ହିଂସାତ୍ମକ ଭାଷଣ ଦେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ତିକ୍ତତା ବଠାଉଥିବା କିଛି ଲୋକ କହିଥିଲେ। ଅପରି କି ଯୋଗୀଙ୍କ ଭାଷଣ ପରେ ସେହି ଦିନ ଗୋରଖପୁରର ବିଭିନ୍ନ ସ୍ଥାନରେ ହିଂସା ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି।