ନୂଆଦିଲ୍ଲୀ: ବିଜେପି ଯୁବ ମୋର୍ଚ୍ଚା ନେତା ତଜିନ୍ଦର ପାଲ ସିଂ ବାଗଗାଙ୍କୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଆଶ୍ୱସ୍ତି ମିଳିଛି। ତାଙ୍କୁ ୧୦ ତାରିଖ ପୂର୍ବରୁ ଗିରଫ କରାଯାଇ ପାରିବ ନାହିଁ। ମୋହାଲି କୋର୍ଟ ଦ୍ୱାରା ଜାରି ଜାମିନ ବିହୀନ ଗିରଫ ପରୱାନାକୁ ଶନିବାର ରାତିରେ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଏହାର ଶୁଣାଣୀ କରି ମୋହାଲି କୋର୍ଟଙ୍କ ନିର୍ଦ୍ଦେଶକୁ ହାଇକୋର୍ଟ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।


COMMERCIAL BREAK
SCROLL TO CONTINUE READING

ବାଗଗା ଶନିବାର ଦିନ ମୋହଲି କୋର୍ଟ (Mohali Court) ଙ୍କ ଦ୍ୱାରା ଜାରି ହୋଇଥିବା ଜାମିନ ବିହୀନ ୱାରେଣ୍ଟକୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ (Punjab and Hariyana High Court) ରେ ଚ୍ୟାଲେଞ୍ଜ କରିଥିଲେ। ରାତିରେ ହାଇକୋର୍ଟର ଜଷ୍ଟିସ ଅନୁପ ଚିତାକରା ଏହି ମାମଲାର ଶୁଣାଣି କରିଛନ୍ତି। ଜଷ୍ଟିସ ଚିତାକରା ମୋହଲି କୋର୍ଟଙ୍କ ଆଦେଶକୁ ସ୍ଥଗିତ ରଖିବା ସହ ପଞ୍ଜାବ ସରକାରଙ୍କୁ ନୋଟିସ ଜାରି କରି ଜବାବ ତଲବ କରିଛନ୍ତି। ଶନିବାର ରାତି ପ୍ରାୟ ୧୨ଟାରେ ଜଷ୍ଟିସ ଅନୁପ ଚିତାକରା ତାଙ୍କ ବାସଭବନରେ ବାଗଗାଙ୍କ ପିଟିସନର ଶୁଣାଣି କରିଛନ୍ତି। ବାଗଗା ପାଇଁ ହାଜର ହୋଇଥିବା ବରିଷ୍ଠ ଓକିଲ ଚେତନ ମିତ୍ତଲ ଏବଂ ଅନିଲ ମେହେତା ଏହି ସମଗ୍ର ମାମଲା କେବଳ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ବୋଲି କହିଥିଲେ। 


Also Read: Cyclone Updates: ସକ୍ରିୟ ହେଉଛି ଗଭୀର ଅବପାତ, ଆଜି ବାତ୍ୟାର ରୂପ ନେବ


ବିଜେପି ନେତା (BJP Leader) ଙ୍କ ଓକିଲ କହିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଯେଉଁ ଭିଡିଓ ପାଇଁ ବାଗଗା ବିରୋଧରେ ଏଫଆଇଆର ଦାଖଲ କରାଯାଇଛି ତାହା ଏକ ବିକୃତ ଢଙ୍ଗରେ ଉପସ୍ଥାପିତ ହୋଇଛି। ହାଇକୋର୍ଟଙ୍କୁ କୁହାଯାଇଥିଲା ଯେ, ଏହି ପ୍ରସଙ୍ଗରେ ବାଗଗାଙ୍କ ବିରୋଧରେ ହାଇକୋର୍ଟରେ ଦୁଇଟି ଆବେଦନ ବିଚାରାଧୀନ ଅଛି, ଯାହା ଆସନ୍ତା ୧୦ ତାରିଖରେ ଶୁଣାଣି ହେବ। ଏହାପୂର୍ବରୁ ମୋହାଲି କୋର୍ଟ, ପୋଲିସକୁ ବାଗଗାକୁ ଗିରଫ କରି ମେ ୨୩ ତାରିଖ ସୁଦ୍ଧା କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶନିବାର ସକାଳେ ପଞ୍ଜାବ ପୋଲିସ ମୋହାଲିରେ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ଏବଂ ବାଗଗା ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫଆଇଆର କପି ଏବଂ ତାଙ୍କୁ ଦିଲ୍ଲୀରେ ଗିରଫ କରିବା ସମୟରେ କରାଯାଇଥିବା ଭିଡିଓଗ୍ରାଫି ଉପସ୍ଥାପନ କରିଥିଲେ।


ଅଦାଲତଙ୍କୁ କୁହାଯାଇଥିଲା ଯେ, ମୋହାଲିରେ ତଜିନ୍ଦର ପାଲ ସିଂ ବାଗଗାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫଆଇଆରକୁ ନେଇ ତାଙ୍କୁ ପାଞ୍ଚୋଟି ନୋଟିସ ପଠାଯାଇଥିଲା। କିନ୍ତୁ ସେ ଏହି ଘଟଣାରେ ଉପସ୍ଥିତ ହୋଇନଥିଲେ। ପୋଲିସର ଯୁକ୍ତି ଶୁଣିବା ପରେ ବାଗଗାଙ୍କ ବିରୋଧରେ କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ। ଅନ୍ୟପକ୍ଷରେ, ତେଜିନ୍ଦର ସିଂ ବାଗଗାଙ୍କୁ ଗିରଫ କରାଯିବା ପରେ ଦିଲ୍ଲୀ ପୋଲିସ ମୁକ୍ତ କରିବା ମାମଲାରେ ପଞ୍ଜାବ ସରକାର ହାଇକୋର୍ଟରେ ଆବେଦନ କରିଛନ୍ତି। ସେଥିରେ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସକୁ ଅଭିଯୁକ୍ତ କରାଯାଇଛି। ଏହା ସହିତ ଦିଲ୍ଲୀର ଜନକପୁରୀର ଏବଂ ହରିୟାଣାର ଥାନେସର ଥାନାର ସିସିଟିଭି ଫୁଟେଜ ସଂରକ୍ଷଣ କରାଯିବା ଉଚିତ ବୋଲି କୁହାଯାଇଛି।


ପଞ୍ଜାବ ପୋଲିସ ଟିମକୁ ବେଆଇନ ଭାବେ ବନ୍ଧକ ରଖାଯାଇଥିବା ଅଭିଯୋଗରେ ଶୁକ୍ରବାର ଦିନ ପଞ୍ଜାବ ସରକାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ପିଟିସନରେ ଏବେ ଦିଲ୍ଲୀ ପୋଲିସକୁ ପାର୍ଟି କରିବାକୁ ଦାବି କରାଯାଇଛି। ତେବେ ଶୁକ୍ରବାର ହାଇକୋର୍ଟରେ ଦିଲ୍ଲୀ ପୋଲିସ ଏହାର ଉତ୍ତର ଦାଖଲ କରିଛି। ପଞ୍ଜାବ ସରକାର କହିଛନ୍ତି ଯେ, ହରିୟାଣାର ଜନକପୁରୀ ଏବଂ ଥାନେସର ସଦର ପୋଲିସ ଷ୍ଟେସନରେ ସେମାନଙ୍କ ପୋଲିସ ବନ୍ଧକ ରଖାଯାଇଥିଲା। ଏହାକୁ ନିଶ୍ଚିତ କରିବା ପାଇଁ ଉଭୟ ପୋଲିସ ଷ୍ଟେସନର ସିସିଟିଭି ଫୁଟେଜକୁ ସଂରକ୍ଷଣ କରାଯିବା ଆବଶ୍ୟକ। ପଞ୍ଜାବ ସରକାର ଦେଇଥିବା ଆବେଦନ ପରେ ହାଇକୋର୍ଟ ଏହି ମାମଲାର ଶୁଣାଣିକୁ ମଙ୍ଗଳବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।


Also Read: ବିଜେପି ନେତା Tajinder Pal Singh Bagga ଗିରଫ


ସୂଚନାଯୋଗ୍ୟ, ମଇ ୧୦ରେ ତଜିନ୍ଦର ପାଲ ସିଂ ବାଗଗାଙ୍କର ଆଉ ଏକ ପିଟିସନର ଶୁଣାଣି ହେବ। ସେଥିରେ ସେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା FIR କୁ ଚ୍ୟାଲେଞ୍ଜ କରିଛନ୍ତି। ଯେଉଁଥିରେ ହାଇକୋର୍ଟ ବାଗଗାଙ୍କୁ ଇଣ୍ଟର୍ମ ସେକ୍ୟୁରିଟି ପ୍ରଦାନ କରି ଏପ୍ରିଲ ୮ରେ ତାଙ୍କୁ ଗିରଫ କରିବା ପୂର୍ବରୁ ନୋଟିସ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏପ୍ରିଲ ପହିଲାରେ ସାଇବର ପୋଲିସ ଷ୍ଟେସନରେ ବାଗାଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇଥିଲା। ପ୍ରାୟ ୨୫ଦିନ ପୂର୍ବେ ଏହି ମାମଲା ମୋହାଲି ଜିଲ୍ଲା ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ଉତ୍ତେଜନାମୂଳକ ବୟାନ ଦେବା, ସମାଜରେ ଘୃଣାଭାବ ସୃଷ୍ଟି କରିବା ଏବଂ ଧମକ ଦେବା ଅଭିଯୋଗରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା।


ଲୋକପ୍ରିୟ ଚଳଚ୍ଚିତ୍ର ‘କାଶ୍ମୀର ଫାଇଲ’ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିବୃତ୍ତି ଉପରେ ବାଗଗା ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ମୋହାଲି ଡିଏସପି ସୁଖନାଜ ସିଂ କହିଛନ୍ତି ଯେ, ମୋହାଲି ଜିଲ୍ଲା କୋର୍ଟରେ ଏହି ପିଟିସନ ଦାଖଲ କରାଯାଇଛି। ଦିଲ୍ଲୀର ଘଟଣା ପରେ ସମସ୍ତ ତଥ୍ୟ କୋର୍ଟରେ ରଖାଯାଇଥିଲା। ଏହା ପରେ ତେଜିନ୍ଦର ପାଲ ସିଂ ବାଗଗାଙ୍କୁ ଗିରଫ ୱାରେଣ୍ଟ ଜାରି କରାଯାଇଛି। ତେବେ ଶୁକ୍ରବାର ବାଗଗାଙ୍କୁ ଦିଲ୍ଲୀରୁ ଗିରଫ କରିବା ପରେ ପଞ୍ଜାବ ପୋଲିସ ମୋହାଲି ନେଉଥିଲା। କିନ୍ତୁ କରୁକ୍ଷେତ୍ରରେ ତାଙ୍କୁ ହରିୟାଣା ପୋଲିସ ଅଟକାଇଥିଲା। ପରେ କୁରୁକ୍ଷେତ୍ରରୁ ବାଗଗାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି।