ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ମୁଣ୍ଡପିଛା ଋଣ ହାର ସବୁଠାରୁ କମ୍‍। ଭାରତର ୨୮ ରାଜ୍ୟ ଭିତରେ ଏହା ସର୍ବନିମ୍ନ ବୋଲି ବିଧାସଭାରେ ଉପସ୍ଥାପନ ହୋଇଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି। ବିଧାୟମ ମାନସ ଦତ୍ତଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏହା କୁହାଯାଇଛି। 


COMMERCIAL BREAK
SCROLL TO CONTINUE READING

ଏହି ତଥ୍ୟ ଅନୁସାରେ ରାଜ୍ୟରେ ଏବେ ସମୁଦାୟ ଋଣଭାର ହେଉଛି ୯୬ହଜାର ୩୧୦ କୋଟି ୪୦ ଲକ୍ଷ। ସମୁଦାୟ ଜନସଂଖ୍ୟାକୁ ଦେଖିଲେ ପ୍ରତ୍ୟେକ ରାଜ୍ୟବାସୀଙ୍କ ଉପରେ ଋଣ ବୋଝ ଅର୍ଥାତ୍‍ ମୁଣ୍ଡପିଛା ଋଣ ଭାର ହେଉଛି ୨୦ ହଜାର ୭୩୬ ଟଙ୍କା। ଦେଶର ଅନ୍ୟ ୨୭ ରାଜ୍ୟକୁ ତୁଳନା କଲେ ଓଡ଼ିଶା ସବୁ ରାଜ୍ୟଠାରୁ ଏ କ୍ଷେତ୍ରରେ ଉନ୍ନତ ସ୍ଥାନରେ ରହିଛି। 


୨୮ଟି ରାଜ୍ୟ ଭିତରୁ ସର୍ବାଧିକ ମୁଣ୍ଡପିଛା ଋଣ ଭାର ରହିଛି  ସିକ୍କିମବାସୀଙ୍କ ଉପରେ । ଏଠାରେ ମୁଣ୍ଡପିଛା ଋଣଭାର ହେଉଛି ୨ଲକ୍ଷ ୫୮ ହଜାର ୮୨୫ କୋଟି। ଏହା ତଳକୁ ରହିଛି ଗୋଆ। ଏଠାରେ ମୁଣ୍ଡପିଛା ଋଣ ଭାର ହେଉଛି ୨ଲକ୍ଷ ୩୧ ହଜାର ୭୨୩ ଟଙ୍କା। ତୃତୀୟ ବୃହତ ମୁଣ୍ଡପିଛା ଋଣ ହାର ରହିଛି ଅରୁଣାଚଳ ପ୍ରଦେଶ। ଏହି ପାହାଡ଼ିଆ ରାଜ୍ୟର ପ୍ରତିଟି ବାସିନ୍ଦାଙ୍କ ମୁଣ୍ଡ ଉପରେ ୧ଲକ୍ଷ ୪୪ ହଜାର ୨୬୧ ଟଙ୍କାର ଋଣ ରହିଛି।  ହରିୟାଣା, ପଞ୍ଜାବ, ତାମିଲନାଡ଼ୁ, କେରଳ, ମିଜୋରାମ, ତେଲେଙ୍ଗାନା ପ୍ର୍ରଭୃତି ରାଜ୍ୟ୍ୟରେ ମୁଣ୍ଡପିଛା ହାର ଏକ ଲକ୍ଷରୁ ଅଧିକ ଟଙ୍କା ରହିଛି। ବିହାରରେ ମୁଣ୍ଡପିଛା ଋଣ ହାର ୨୫ ହଜାର ୨୦୬ ଟଙ୍କା ରହିଥିବା ବେଳେ,  ଉତ୍ତର ପ୍ରଦେଶରେ ୩୨ହଜାର ୬୩୭, ଝାଡ଼ଖଣ୍ଡରେ ୩୩୨୮୦ ଟଙ୍କା ମୁଣ୍ଡପିଛା ଋଣ ଭାର ରହିଛି। 


ଓଡ଼ିଶା ମୁଣ୍ଡ ଉପରେ ଥିବା ୯୬ ହଜାର ୩୧୦ କୋଟି ଟଙ୍କା ଋଣ ସରକାର ୮ଟି ଭିନ୍ନ ଭିନ୍ନ ସୂତ୍ରରୁ ଉଠାଇଛନ୍ତି। ଭାରତର ସରକାରଙ୍କଠାରୁ ୨୧ହଜାର ୮୦୮ କୋଟି ଟଙ୍କା ଋଣ ଉଠାଇଥିବା ବେଳେ ଜାତୀୟ ସ୍ୱଳ୍ପ ସଞ୍ଚୟ ପାଣ୍ଠିରୁ ୪୬୬୦.୩୧ କୋଟି, ଖୋଲାବଜାରରୁ ୧୬ ହଜାର ୪୦୧ କୋଟି ୩୨ ଲକ୍ଷ, ନାବାର୍ଡରୁ ୧୯ ହଜାର ୨୯୮ କୋଟି ୭୯  ଳକ୍ଷ, ସାଧାରଣ ବୀମା ନିଗମରୁ ୬୦ ଲକ୍ଷ ଏବଂ ଗ୍ରାମ୍ୟ ବିଦ୍ୟୁତିକରଣ ନିଗମରୁ ୧୦ହଜାର ୫୪୨ କୋଟି ଟଙ୍କାର ଋଣ ଉଠାଇଛନ୍ତି।


Also Read- Top 10 News Today: ଗୁଟଖାରୁ ମିଳିଛି ୧୦୧୨ କୋଟି ରାଜସ୍ୱ, ପଢ଼ନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର


Also Read- Shukra Gochar 2024: ହସ୍ତା ନକ୍ଷତ୍ରରେ ଚଳନ କଲେ ଶୁକ୍ର, ଆଜିଠୁ ୩ ରାଶିର ଭଲ ଦିନ ଆରମ୍ଭ