Top 10 News Today: ଗୁଟଖାରୁ ମିଳିଛି ୧୦୧୨ କୋଟି ରାଜସ୍ୱ, ପଢ଼ନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2411424

Top 10 News Today: ଗୁଟଖାରୁ ମିଳିଛି ୧୦୧୨ କୋଟି ରାଜସ୍ୱ, ପଢ଼ନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today: ବର୍ତ୍ତମାନ ପର୍ଯ୍ୟନ୍ତ କଣ ରହିଛି ଦିନର ଗୁରୁତ୍ୱପୂର୍ଣ୍ଣ ଖବର ? ଜାଣିବା ପାଇଁ ପଢନ୍ତୁ

Top 10 News Today: ଗୁଟଖାରୁ ମିଳିଛି ୧୦୧୨ କୋଟି ରାଜସ୍ୱ, ପଢ଼ନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today

Headlines 01- ଦିଲ୍ଲୀର ଆମ ଆଦମୀ ପାର୍ଟି (AAP) ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଗିରଫ କରିଛି ଇଡି । ଅମାନତୁଲ୍ଲାଙ୍କୁ ପାଖାପାଖି ୬ ଘଣ୍ଟା ଜେରା ପରେ ଗିରଫ କରାଯାଇଛି । ଚାକିରି ଦୁର୍ନୀତି ମାମଲାରେ ଅଭିଯୁକ୍ତ ଦର୍ଶାଇ ଅମାନତୁଲ୍ଲାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏହି ଘଟଣାକୁ ନିନ୍ଦା କରିଛନ୍ତି ଅମାନତୁଲ୍ଲା ଖାନଙ୍କ ସମର୍ଥକ ଏବଂ ଆପର ନେତା ।

Headlines 02- ବୁଲଡୋଜର କାର୍ଯ୍ୟାନୁଷ୍ଠାନ ମାମଲା ଉପରେ ଶୁଣାଣୀ କରି କଡ଼ା ମନ୍ତବ୍ୟ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ। ଜଣେ ବ୍ୟକ୍ତି ଦୋଷୀ ହୋଇଥିଲେ ମଧ୍ୟ ଆଇନ ଅନୁଯାୟୀ ଧାର୍ଯ୍ୟ ପଦ୍ଧତି ଅନୁସରଣ ନକରି ତାଙ୍କ ଘର ଭଙ୍ଗାଯାଇ ପାରିବ ନାହିଁ। ଏହି ଭଙ୍ଗାରୁଜା କାର୍ଯ୍ୟାନୁଷ୍ଠାନ ବିରୋଧରେ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ଯେ, ସେ ଜଣେ ଅଭିଯୁକ୍ତ ଥିବାରୁ କାହାର ଘର କିପରି ଭାଙ୍ଗି ପାରିବ? ତେବେ ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଏହା କୌଣସି ଅନଧିକୃତ ନିର୍ମାଣକୁ ସୁରକ୍ଷା ଦେବ ନାହିଁ। ଜଷ୍ଟିସ ବି.ଆର. ଗୱାଇ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ଏକ ବେଞ୍ଚ ଏହି ପିଟିସନର ଶୁଣାଣି କରୁଛି।

Headlines 03- ଆର୍ମି ବେସ୍‌ରେ ଆତଙ୍କବାଦୀ ହମ୍‌ଲା । ଜାମ୍ମୁର ମିଲିଟାରୀ ଷ୍ଟେସନ ଉପରକୁ ଆତଙ୍କବାଦୀ ଗୁଳିମାଡ଼ କରିଛନ୍ତି । ସୁଞ୍ଜୱାନ ସ୍ଥିତ ମିଲିଟାରୀ ଷ୍ଟେସନର ଅତି ନିକଟରୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଫଳରେ ଜଣେ ଯବାନ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ବର୍ତ୍ତମାନ ସର୍ଚ୍ଚ ଅପରେସନକୁ କଡାକଡି କରାଯାଇଛି ।

Headlines 04- ଓଡ଼ିଶାରେ ପ୍ରତିଷ୍ଠା ହୋଇନପାରେ ହାଇକୋର୍ଟ ବେଞ୍ଚ । ଏନେଇ ବିଧାନସଭା ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତର ରଖିଛନ୍ତି । ସୁପ୍ରିମକୋର୍ଟ ଦ୍ବାରା ଏ ସଂକ୍ରାନ୍ତରେ ଆସିଥିବା ରାୟ ଅନୁଯାୟୀ ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର କୌଣସି ଯଥାର୍ଥତା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Headlines 05- ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା ‘ସୁଭ୍ରଦା’କୁ ନେଇ ଆଜି ପୁଣିଥରେ ଗୃହ ସରଗରମ ହୋଇଛି। ବିରୋଧୀ ଦଳ ସଦସ୍ୟ ଆଜି ଗୃହର ମଧ୍ୟଭାଗକୁ ଆସି ବିଭିନ୍ନ ସ୍ଲୋଗାନ ଦେବା ଦ୍ୱାରା ଅଚଳାବସ୍ଥା ସୃଷ୍ଟି  ହୋଇଥିଲା। ଏହାଦ୍ୱାରା ଗୃହର କାର୍ଯ୍ୟକୁ ବାଚସ୍ପତି ମୁଲତବୀ ଘୋଷଣା କରିଥିଲେ। ଫଳରେ ସମ୍ପୂର୍ଣ୍ଣ ପ୍ରଶ୍ନୋତ୍ତର କାଳ ବିଫଳ ହୋଇଛି। 

Headlines 06- ୧ ବର୍ଷ ମଧ୍ୟରେ ଗୁଟଖାରୁ ରାଜ୍ୟକୁ ମିଳିଥିଲା ୧୦୧୨ କୋଟି ଟଙ୍କା ରାଜସ୍ୱ । ୨୦୨୩-୨୪ରେ ଗୁଟଖାରୁ ମିଳିଥିବା ଟିକସକୁ ନେଇ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି । '୧୦୧୨.୫୬ କୋଟିର ଟିକସ ଆଦାୟ କରିଥିଲେ ରାଜ୍ୟ ସରକାର'-'୨୦୨୪-୨୫ ଜୁଲାଇ ସୁଦ୍ଧା ଆଦାୟ ହୋଇଛି ୩୫୭.୧୬ କୋଟି ଟଙ୍କା' ।

Headlines 07- ଆସନ୍ତା ୧୭ ତାରିଖରେ ପୁଣିଥରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଜନତା ମଇଦାନରେ ସୁଭଦ୍ରା ଯୋଜନା ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଟଙ୍କା ବାଣ୍ଟିବେ । ୧୭ ସୁଦ୍ଧା ଚୟନ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଟଙ୍କା ମିଳିବ ବୋଲି ରାଜ୍ୟ ବିଜେପି ସଭାପତି କହିଛନ୍ତି ।

Headlines 08- ରାଜ୍ୟରେ ଆରମ୍ଭ ହୋଇଛି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା। ଏଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ ଚିହ୍ନଟ ଅଭିଯାନ ଆରମ୍ଭ କରିବାକୁ କୁହାଯାଇଛି। ଏନେଇ ସମସ୍ତ ଜିଲ୍ଲାପାଳ ଏବଂ ଏସ୍‍ପିଙ୍କୁ ନିର୍ଦ୍ଦେଶନାମା ପଠାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଧାନସଭାରେ କହିଛନ୍ତି। ସେ କହିଛନ୍ତି, ୨୦୨୧ ମସିହା ସୁଦ୍ଧା ରାଜ୍ୟରେ ସମୁଦାୟ ୩୭୪୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ରାଜ୍ୟରେ ବସବାସ କରୁଛନ୍ତି ।

Headlines 09- ପ୍ୟାରିସ ପାରା ଅଲିମ୍ପିକ୍ସରେ କମାଲ କରିଛନ୍ତି ଭାରତୀୟ ଆଥଲେଟ୍ ନିଶାଦ କୁମାର । ଦମଦାର ପ୍ରଦର୍ଶନ କରି ଦ୍ୱିତୀୟ ପାରା ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି ନିଶାଦ । ପୁରୁଷ ଉଚ୍ଚ ଡିଆଁ ପ୍ରତିଯୋଗିତାରେ ନିଶାଦ ସିଜିନର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇ ୨.୦୪ ମିଟର ଜମ୍ପ୍ କରିଛନ୍ତି । ଆମେରିକା ଆଥଲେଟ୍ ରୋଡ୍ରିକ୍ ଟନସେଣ୍ଡ୍ ୨.୧୨ ମିଟର ଜମ୍ପ୍ କରି ସ୍ୱର୍ଣ୍ଣ ପଦକ ବିଜେତା ହୋଇଛନ୍ତି ।

Headlines 10- ବନ୍ଦ ହୋଇଛି ହୀରାକୁଦ ଡ୍ୟାମର ସମସ୍ତ ଗେଟ୍ । ଜଳ ନିଷ୍କାସିତ ହେଉଥିବା ସମସ୍ତ ୬ଟି ଗେଟ୍ ବନ୍ଦ କରିବା ପରେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୨.୩୯ ଫୁଟ୍ ରହିଛି । ଗେଟ୍ ବନ୍ଦ ହେବା ଫଳରେ ବର୍ତ୍ତମାନ ମହାନଦୀରେ ବନ୍ୟା ଆଶଙ୍କା କମିଛି ।

Also Read- Shukra Gochar 2024: ହସ୍ତା ନକ୍ଷତ୍ରରେ ଚଳନ କଲେ ଶୁକ୍ର, ଆଜିଠୁ ୩ ରାଶିର ଭଲ ଦିନ ଆରମ୍ଭ

Also Read- ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ସହ ବର୍ଷା ପ୍ରିୟଦର୍ଶିନୀ, ଭିଡିଓ ଭାଇରାଲ୍