ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ବିଭିନ୍ନ ଦଳ ପକ୍ଷରୁ ଜାରି ରହିଛି ନିର୍ବାଚନ ପ୍ରଚାର। ନିର୍ବାଚନ ଲାଗି ଆୟୋଜିତ ହେଉଥିବା ଦଳୀୟ ରାଲି ଅଥବା ସଭା ସମିତିକୁ ସମ୍ବୋଧନ କରିବା ବେଳେ ସୀମା ଟପିଯାଉଛନ୍ତି ବିଭିନ୍ନ ଦଳ ପକ୍ଷରୁ ନିର୍ବାଚନ ଲଢୁଥିବା ଦଳୀୟ ନେତା। ସେମାନଙ୍କ ଦ୍ୱାରା ବିଭିନ୍ନ ସମୟରେ ଦିଆଯାଉଥିବା ଭାଷଣକୁ ନେଇ ସୃଷ୍ଟି ହେଉଛି ବିବାଦ। ସଦ୍ୟ ରାଜ୍ୟର ସିଦ୍ଧାର୍ଥନଗର ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ଉଦାହରଣ।  


COMMERCIAL BREAK
SCROLL TO CONTINUE READING

ଜିଲ୍ଲାର ଡୁମରିୟାଗଞ୍ଜ ଆସନରୁ (Domariyaganj Assembly Constituency) ନିର୍ବାଚନ ଲଢୁଥିବା ବିଜେପି ବିଧାୟକ (BJP MLA) ରାଘବେନ୍ଦ୍ର ପ୍ରତାପ ସିଂହଙ୍କ (Raghvendra Pratap Singh) ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ କହୁଛନ୍ତି "ଯେଉଁ ହିନ୍ଦୁ ମୋତେ ଭୋଟ ନଦେବେ ସେମାନଙ୍କ ଶରୀରରେ ବହୁଛି ମୁସଲମାନ ରକ୍ତ"। 


Also Read: 'ଦଙ୍ଗା କର କିମ୍ବା ଗୋଇଠା ମାର ଅଥବା ଜୋତ ମାର ହେଲେ କୌଣସି ପରିସ୍ଥିତିରେ ପ୍ରାର୍ଥୀଙ୍କୁ ଜିତାଅ'


ଭାଇରାଲ ଭିଡି଼ଓରେ ବିଧାୟକ କହୁଛନ୍ତି କ'ଣ କୌଣସି ମୁସଲମାନ ମୋତେ ଭୋଟ୍ ଦେବ? ମନେରଖନ୍ତୁ ଯଦି କୌଣସି ଗ୍ରାମର ହିନ୍ଦୁ ଅପର ପକ୍ଷକୁ ସମର୍ଥନ କରନ୍ତି ତାହେଲେ ସେମାନଙ୍କ ଶରୀରରେ ବହୁଛି ମୁସଲମାନ ରକ୍ତ। ସେମାନେ ଦେଶଦ୍ରୋହୀ। ଏଥର ବିଧାନସଭା ନିର୍ବାଚନ ଲଢୁଥିବା ଡୁମରିୟାଗଞ୍ଜ ବିଧାୟକ ରାଘବେନ୍ଦ୍ର ପ୍ରତାପ ସିଂହ ହିନ୍ଦୁ ଯୁବା ବାହିନୀ ପ୍ରଭାରୀ ରହି ସାରିଛନ୍ତି।


Also Read: UP Election 2022: BJP ବିଧାୟକଙ୍କୁ ମହଙ୍ଗା ପଡି଼ଲା ନିର୍ବାଚନ ପ୍ରଚାର


ପୁଣି ଥରେ ଚେତାବନୀ ଦେଇ ବୁଝାଇ ଦେବାକୁ ଚାହେଁ ଯେ ରାଘବେନ୍ଦ୍ର ପ୍ରତାପ ସିଂହ କିଏ? ଯଦି ଆପଣ ମୋ ସହ ବିଶ୍ୱାସଘାତକତା କରନ୍ତି ତାହେଲେ ଚଳିବ। ମୁଁ ଅପମାନ ସହିନେବି। ଯଦି ଆପଣ ମୋତେ ଅପମାନିତ କରନ୍ତି ମୁଁ ଅପମାନ ସହିନେବି। ହେଲେ ଯଦି ହିନ୍ଦୁ ସମାଜକୁ ଅପମାନିତ କରିବାକୁ ଚେଷ୍ଟା କରଯାଏ ତାହେଲେ ମୁଁ ସେମାନଙ୍କୁ ବର୍ବାଦ କରିଦେବି। ଯଦି ଜଣେ ହିନ୍ଦୁ ବାଳିକା ମୁସଲିମ ବାଳକ ସହ ପଳାୟନ କରେ ତାହେଲେ ଏଭଳି ଘଟଣାରେ ମଧ୍ୟସ୍ଥତା କରିବାକୁ ଆଗ ବାହାରି ଆସିଥାନ୍ତି ହିନ୍ଦୁ। 


Also Read: 'ମୋ ସ୍ତ୍ରୀ ହେଉଛି ସୁନ୍ଦର ଆଉ ମୁଁ କରୁଛି କାଣ୍ଡ'


ମୁଁ ଏହି ପ୍ରସଙ୍ଗରେ ମତ ରଖି ଏହା କହିଥିଲି। ହେଲେ ପୁରା ଭାଷଣ ଏପରି ନଥିଲା। କାରଣ କିଛି ଲୋକ ମୋ ଭାଷଣରୁ କୌଣସି ଶବ୍ଦକୁ ହଟାଇ ଦେଇପାରନ୍ତି କିମ୍ବା ଯୋଡ଼ି ପାରନ୍ତି। କାରଣ ୫ ଦିନ ପୂର୍ବେ ମୁଁ ଏକଥା କହିଥିଲି। ମୁଁ ମୋ କଥାରୁ ହଟୁନାହିଁ। ଅତୀତକୁ ତୁଳନା କରି ମୁଁ ଏହା କହିଥିଲି। ଏପରି କଥା କହି କାହାକୁ ଧମକ ଦେବା ମୋର ଉଦ୍ଦେଶ୍ୟ ନଥିଲା। କ'ଣ କେହି ଧମକ ଦେଇ ଡୁମରିୟାଗଞ୍ଜ ଆସନରୁ ନିର୍ବାଚନ ଜିତିପାରିବ? ଯେଉଁଠି ପ୍ରାୟ ୧. ୭୩ ଲକ୍ଷ ମୁସଲିମ ମତଦାତା ଅଛନ୍ତି।