Parliament Monsoon Session: ସଂସଦରେ ମୌସୁମୀ ଅଧିବେଶନ ଜାରି ରହିଥିବା ବେଳେ ଦେଶରେ ବଢୁଥିବା ଦରଦାମ ବୃଦ୍ଧି ମୁଖ୍ୟ ପ୍ରସଙ୍ଗ ଭାବେ ଉଭା ହୋଇଛି। ଦରଦାମ ବୃଦ୍ଧି ପ୍ରସଙ୍ଗକୁ ମୋଦି ସରକାରଙ୍କ ବିରୋଧରେ ସଂସଦର ଉଭୟ ଗୃହରେ ନାରାବାଜି କରୁଛନ୍ତି ବିରୋଧ ଦଳର ସାଂସଦ।  


COMMERCIAL BREAK
SCROLL TO CONTINUE READING

ସୋମବାର ଦେଶରେ ବଢୁଥିବା ଦରଦାମ ବୃଦ୍ଧି (Rise of Inflation) ପ୍ରସଙ୍ଗରେ ସଂସଦରେ (Parliament Monsoon Session) ହୋଇଥିଲା ଆଲୋଚନା। ଏହି ସମୟରେ ଟିଏମସି ସାଂସଦ କାକୋଲି ଘୋଷ (TMC MP Kakoli Ghosh) ଲୋକସଭାରେ ଏକ କଞ୍ଚା ବାଇଗଣ ଖାଇଥିଲେ। ଦରଦାମ ବୃଦ୍ଧି ବିରୋଧରେ ସେ ଏକ ଅଭିନବ ଉପାୟରେ ବିରୋଧ ପ୍ରଦର୍ଶନ କରିଥିଲେ। ଲୋକସଭାରେ କଞ୍ଚା ବାଇଗଣ ଖାଇବା ଘଟଣାରେ ପତିକ୍ରିୟା ରଖି ସେ କହିଛନ୍ତି ଯେ ଏଲପିଜି ସିଲିଣ୍ଡର ଏତେ ମହଙ୍ଗା ଯେ ବର୍ତ୍ତମାନ କେବଳ କଞ୍ଚା ପନିପରିବା ଖାଇବାକୁ ହେବ।


କଞ୍ଚା ବାଇଗଣ ଖାଇ ଦରଦାମ ବୃଦ୍ଧିକୁ ବିରୋଧ କରୁଥିବା ଟିଏମସି ସାଂସଦ କାକୋଲି ଘୋଷ ଏଲପିଜି ସିଲିଣ୍ଡର ମୂଲ୍ୟ (LPG Cylinder Price) ହ୍ରାସ କରିବାକୁ ଦାବି କରିଛନ୍ତି। ଏନେଇ ସେ କହିଛନ୍ତି ଯେ ବିଗତ କିଛି ମାସ ମଧ୍ୟରେ ଏଲପିଜି ସିଲିଣ୍ଡର ମୂଲ୍ୟ ୪ ଗୁଣା ବଢାଯାଇଛି। ପୂର୍ବରୁ ଏଲପିଜି ସିଲିଣ୍ଡର ମୂଲ୍ୟ ୬୦୦ ଟଙ୍କା ଥିଲା ଯାହା ବର୍ତ୍ତମାନ ୧୧୦୦ ଟଙ୍କା ହୋଇଛି। କଟାକ୍ଷ କରି ସେ କହିଛନ୍ତି ସରକାର ଚାହୁଁଛନ୍ତି ଯେ ଆମେ କଞ୍ଚା ପନିପରିବା ଖାଉ। ବର୍ତ୍ତମାନ ରୋଷେଇ ଗ୍ୟାସ ମୂଲ୍ୟ ଏତେ ବଢିଗଲାଣି ଯେ ଆମକୁ ଏବେ କଞ୍ଚା ପନିପରିବା ଖାଇବାକୁ ପଡ଼ିବ।


ଦରଦାମ ବୃଦ୍ଧି ବିରୋଧରେ ସେ ଲୋକସଭାରେ ଭାଷଣ ଦେବା ସମୟରେ କଞ୍ଚା ବାଇଗଣ ଖାଇ ମୋଦି ସରକାରଙ୍କୁ (Modi Govt) ବିରୋଧ କରିଛନ୍ତି। ଏନେଇ ସେ କହିଛନ୍ତି ଯେ ଦେଶରେ ଏଲପିଜି ସିଲିଣ୍ଡର ମୂଲ୍ୟ ଏତେ ମହଙ୍ଗା ହୋଇଛି ଯେ ପନିପରିବାକୁ ରାନ୍ଧି ଖାଇବା କଷ୍ଟକର ହୋଇପଡିଛି। ମୋଦି ସରକାର ଅମଳରେ ଏଲପିଜି ସିଲିଣ୍ଡର ମୂଲ୍ୟ ଏତେ ବୃଦ୍ଧି ପାଇଛି ଯେ ପନିପରିବା କଞ୍ଚା ଖାଇବାକୁ ପଡିବ। ମୁଁ କଞ୍ଚା ପନିପରିବା ଖାଇବା କଥା ଏଥିପାଇଁ କହୁଛି କାରଣ ଏଲପିଜି ସିଲିଣ୍ଡର ମୂଲ୍ୟ ୪ ଗୁଣା ବୃଦ୍ଧି ପାଇଛି।


ବର୍ତ୍ତମାନ ସମୟରେ ଗରିବ ଏବଂ ଅସହାୟ ଲୋକେ କିପରି ମହଙ୍ଗା ହୋଇଥିବା ସିଲିଣ୍ଡର କିଣି ପାରିବେ। ମୋଦି ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ଯେଉଁମାନେ କଞ୍ଚା ଖାଦ୍ୟ ଖାଇବାକୁ ଅଭ୍ୟାସ କରାଇବାକୁ ଚାହୁଁଛନ୍ତି ସେମାନଙ୍କୁ ବନ୍ଦ କରିବାକୁ ହେବ। ଏକଦା ଯେତେବେଳେ ସିଲିଣ୍ଡର ମୂଲ୍ୟ ବଢି ଯାଇଥିଲା ସେତେବେଳେ ସରକାରୀ ଦଳର ଜଣେ ନେତା ସଂସଦକୁ ଖାଲି ସିଲିଣ୍ଡର ଆଣି ଏହାର ମୂଲ୍ୟ ବୃଦ୍ଧି ପାଇଁ ବିରୋଧ କରିଥିଲେ।  ହେଲେ ଯଦି କେହି ବର୍ତ୍ତମାନ ବିରୋଧ କରନ୍ତି ତାହେଲେ ତାଙ୍କ ସ୍ୱର ଚାପି ଦିଆଯାଉଛି। ସେତେବେଳେ ସିଲିଣ୍ଡର ମୂଲ୍ୟକୁ ବିରୋଧ କରିଥିବା ନେତାଙ୍କ ମତାମତ ମୁଁ ବର୍ତ୍ତମାନ ଜାଣିବାକୁ ଚାହୁଁଛି।


Also Read: Protest Against Inflation: ବିକ୍ଷୋଭ ବେଳେ ବାହୁବଳୀ ଭଳି ସିଲିଣ୍ଡର ଉଠାଇଲେ ମହିଳା ସାଂସଦ