ଗୌହାଟୀ: ଦିନକୁ ଦିନ ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ଜଟିଳରୁ ଜଟିଳ ହେବାରେ ଲାଗିଛି। ଆସାମର ରାଜଧାନୀରେ ଶିବସେନାର ବିଦ୍ରୋହୀ ମନ୍ତ୍ରୀ ଏକନାଥ ସିନ୍ଧେ ଶକ୍ତି ପ୍ରଦର୍ଶନ କରିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସପକ୍ଷରେ ମାତ୍ର ୧୩ ଜଣ ବିଧାୟକ ଥିବା କୁହାଯାଉଛି। ଏହାରି ଭିତରେ ସିନ୍ଧେ ଓ ତାଙ୍କ ସମର୍ଥକ ଥିବା ହୋଟେଲ ଆଗରେ ତୃଣମୃଳ କଂଗ୍ରେସ ବିରୋଧ ପ୍ରଦର୍ଶନ କରିଛି।


COMMERCIAL BREAK
SCROLL TO CONTINUE READING

ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟରେ ମମତା ବାନାର୍ଜୀଙ୍କ ଏଣ୍ଟ୍ରୀ ହୋଇଛି। ଶିବସେନା (Shivsena) ର ବିଦ୍ରୋହୀ ବିଧାୟକମାନେ ଅଶ୍ରୟ ନେଇଥିବା ଗୌହାଟୀର ହୋଟେଲ ଆଗରେ ଶହ ଶହ ଟିଏମସି କର୍ମୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଗୁରୁବାର ଆସାମ ୟୁନିଟର ଟିଏମସି ଅଧ୍ୟକ୍ଷଙ୍କ ରିପୁନ ବୋରାଙ୍କ ନେତୃତ୍ୱରେ ବିଜେପି ବିରୋଧରେ ଏହି ପ୍ରଦର୍ଶନ ଓ ନାରାବାଜୀ କରାଯାଇଛି। କିଛି ପ୍ରଦର୍ଶନକାରୀଙ୍କୁ ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି।


Also Read: କାମ ଦେଲାନି ଉଦ୍ଧବ ଠାକରେଙ୍କ ଇମୋସନାଲ କାର୍ଡ: ଆଉ ୭ ବିଧାୟକ ପହଞ୍ଚିଲେ ଗୁଆହାଟୀ


ତୃଣମୂଳ କଂଗ୍ରେସ (TMC) ଦାବି କରିଛି ଯେ, ଏଠାରେ ବିଧାୟଙ୍କ ବେପାର ହେଉଛି, ତାହାକୁ ରୋକାଯାଉ। ମହାରାଷ୍ଟ୍ରର ଉଦ୍ଧବ ସରକାର (Uddhav Thackeray) କୁ ଭାଙ୍ଗିବା ପାଇଁ ବିଜେପି ସରକାର ନିଜର ସମସ୍ତ ପୁଞ୍ଜିର ବ୍ୟବହାର କରୁଛି। ବର୍ତ୍ତମାନ ଆସାମ ଭୟଙ୍କର ବନ୍ୟା ବିପର୍ଯ୍ୟୟର (Assam Flood) ସାମନା କରୁଛି। ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାର ଲାଗିଛି। କିନ୍ତୁ ସରକାର ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ନ ଦେଇ ରାଜନୀତିରେ ବୁଡିଛନ୍ତି।


 



ସେପଟେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାରୀ ଆବାସ ବର୍ଷାକୁ ଛାଡି ମାତୃଶ୍ରୀକୁ ସ୍ଥାନାନ୍ତର ହୋଇଛନ୍ତି। ଆଦିତ୍ୟ ଠାକରେ (Aditya Thackeray) ତାଙ୍କ ଟ୍ୱିଟରୁ ମନ୍ତ୍ରୀ ଶବ୍ଦ ହଟାଇଛନ୍ତି। ଉଦ୍ଧବ ପୂର୍ବରୁ ସ୍ପଷ୍ଟ କରିଛନ୍ତି ଯେ, ସେ ଉଭୟ ମୁଖ୍ୟମନ୍ତ୍ରୀ ଓ ଶିବସେନା ମୁଖ୍ୟ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ। କିନ୍ତୁ କୌଣସି ଶିବ ସୈନିକ ଆସି ତାଙ୍କୁ ଇସ୍ତଫା ପାଇଁ କୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଠାକରେ (Maharastra CM) କହିଛନ୍ତି।