ଭୁବନେଶ୍ବର: ଆଜି ବିଜେପି ସରକାରର ବିଧାନସଭା ପ୍ରଥମ ଅଧିବେଶନର ଦ୍ବିତୀୟ ଦିନ। ପ୍ରଥମ ଦିନ ଭଳି ଦ୍ବିତୀୟ ଦିନ ଆରମ୍ଭରୁ ହିଁ ସେହି ସମାନ ପରିସ୍ଥିତି। ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣା ନେଇ ଗୃହ ନାରାବାଜି କରିଛି ବିରୋଧୀ ବିଜେଡି। ପ୍ରଶ୍ନକାଳ ଆରମ୍ଭରୁ ହିଁ ହଟ୍ଟଗୋଳ ଆରମ୍ଭ କରିଛି। 


COMMERCIAL BREAK
SCROLL TO CONTINUE READING

ଆଜି ଦ୍ଵିତୀୟ ଦିନରେ ବି ସରଗରମ ହୋଇଛି ଗୃହ। ଗୃହ କାର୍ଯ୍ୟ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ରାଜ୍ୟପାଳଙ୍କ ପୁଅ ଗିରଫ ଦାବିରେ ବିରୋଧୀମାନେ ଗୃହରେ ହଙ୍ଗାମା କରିଛନ୍ତି। ବିଜେପି ସରକାର ଓଡ଼ିଆ ଅସ୍ମିତା କଥା କହୁଥିବାରୁ ଟାର୍ଗେଟ କରିଛନ୍ତି ବିରୋଧୀ । ଗୃହ କାର୍ଯ୍ୟରେ ବାଧା ଉପୁଜିବାରୁ ପ୍ରଥମେ ଦିନ ୧୧ଟା ୩୦ ଏବଂ ପରେ ୪ଟା ଯାଏଁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି। 


ସେପଟେ କିନ୍ତୁ ବିରୋଧୀ ଗାଦିରେ ବସିବା ପରେ ଏବେ ଆକ୍ରମଣାତ୍ମକ ହୋଇଉଠିଛି ବିଜେଡି। ଯାହାର ଝଲକ ଗୃହରେ ଦେଖିବାକୁ ମିଳିଥିଲା। ଅଧିବେଶନର ପ୍ରଥମ ଦିନରେ ବିରୋଧୀ ଗୃହ ତ୍ୟାଗ କରିଥିଲେ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ସିଟରୁ ଉଠି ବିଧାୟକଙ୍କ ସମେତ ରାଜ୍ୟପାଳଙ୍କ ଭାଷଣ ବେଳେ ଗୃହରୁ ଚାଲି ଯାଇଥିଲେ।