Maharashtra Floor Test: ମହାରାଷ୍ଟ୍ରର ଏକନାଥ ସିନ୍ଦେଙ୍କ ସରକାର ଆଜି ବିଧାନସଭାରେ ଫ୍ଲୋର ଟେଷ୍ଟର ସମ୍ମୁଖୀନ ହେବେ। ଗୋଟିଏ ଦିନ ପୂର୍ବରୁ ବାଚସ୍ପତି ନିର୍ବାଚନ ​​ଜିତି ସିନ୍ଦେ ସରକାର ପ୍ରଥମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କିନ୍ତୁ ସୋମବାର ସିନ୍ଦେ ସରକାରଙ୍କ ପ୍ରକୃତ ପରୀକ୍ଷା ହେବ। ଆଜିର ନିଷ୍ପତ୍ତି ପରେ, ଜୁନ୍ ୨୧ରୁ ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ଶେଷ ହେବ। ଅର୍ଥାତ୍ ବିଧାନସଭାରେ ସିନ୍ଧେ ସରକାର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ।


COMMERCIAL BREAK
SCROLL TO CONTINUE READING

ମହାରାଷ୍ଟ୍ର ବିଧାନସଭାରେ ପ୍ଲୋର ଟେଷ୍ଟ ପ୍ରକ୍ରିୟା ସୋମବାର ସକାଳ ୧୧ ଟାରୁ ଆରମ୍ଭ ହେବ। ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ସିନ୍ଦେ ସରକାର ଏକ ପ୍ରସ୍ତାବ ଆଣିବେ। ଯାହା ପରେ ଏହି ପ୍ରସ୍ତାବ ଉପରେ ମତଦାନ ହେବ। ତେବେ ବିଜେପି ନିଶ୍ଚିତ ଯେ, ସିନ୍ଦେ ସରକାର ବହୁ ସଂଖ୍ୟାରେ ବିଶ୍ୱାସ ଜିତିବ। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ, ଆମେ ୧୬୬ ଭୋଟ୍ ସହିତ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବୁ। ଟ୍ରେଷ୍ଟ ଭୋଟର ଗୋଟିଏ ଦିନ ପୂର୍ବରୁ ଅନୁଷ୍ଠିତ ବିଧାନସଭା ବାଚସ୍ପତି ନିର୍ବାଚନରେ ​​ବିଜେପି ଏବଂ ସିନ୍ଦେ ଗୋଷ୍ଠୀଙ୍କୁ ଏକ ବଡ଼ ବିଜୟ ମିଳିଛି। ଯେଉଁଥିପାଇଁ ସେମାନ ଦ୍ୱତୀୟ ପରୀକ୍ଷାକୁ ନେଇ ଆତ୍ମବିଶ୍ୱାସୀ ଅଛନ୍ତି।


Also Read; 'ସିନ୍ଦେ ପାଇଲେ ମୁଖ୍ୟମନ୍ତ୍ରୀ ପଦ, ଫଡନାଭିସଙ୍କ ଜୀବନରେ ଆସିଲା ଭୂକମ୍ପ!'


ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ନିର୍ବାଚନ ଜିତିବା ପାଇଁ ମୋଟ ୧୪୪ ଭୋଟ୍​​ ଆବଶ୍ୟକ। କିନ୍ତୁ ବିଜେପି ବିଧାୟକ ରାହୁଲ ନରଭେକର ମୋଟ ୧୬୪ ଅର୍ଥାତ୍  ଆବଶ୍ୟକ ଠାରୁ ୨୦ ଭୋଟ୍ ଅଧିକ ପାଇଛନ୍ତି। ବିରୋଧୀ ପ୍ରାର୍ଥୀ ରାଜନ ସାଲଭି ମୋଟ ୧୦୭ ଭୋଟ୍ ପାଇଥିଲେ। ବାଚସ୍ପତି ନିର୍ବାଚନ ଜିତିବା ପରେ ସିନ୍ଦେ ସରକାର ଏହାର ପ୍ରଥମ ପରୀକ୍ଷାରେ ମହା ବିକାଶ ଆଘାଡିଙ୍କୁ ଜବରଦସ୍ତ ଝଟକା ଦେଇଛି। ବିଜେପି ସମର୍ଥିତ ସିନ୍ଦେ କ୍ୟାମ୍ପ ଦାବି କରିଛି ଯେ, ସରକାର ବହୁ ସଂଖ୍ୟାରେ ଫ୍ଲୋର ଟେଷ୍ଟ ବି ବିଜୟ ହେବେ।


କୌତୁହଳର ବିଷୟ, ଏକନାଥ ସିନ୍ଦେ ଏବଂ ଉଦ୍ଧବ ଠାକରେ ଉଭୟେ ବାଚସ୍ପତି ନିର୍ବାଚନ ପଇଁ ପୃଥକ ପୃଥକ ହ୍ୱିପ ଜାରି କରିଥିଲେ। ଉଭୟ ପରସ୍ପରକୁ ହ୍ୱପ୍ ଉଲ୍ଲଂଘନ କରିଥିବା ଅଭିଯୋଗ ମଧ୍ୟ କରିଥିଲେ। ଉଦ୍ଧବ ଠାକରେଙ୍କ ଶିବିରର ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ କହିଛନ୍ତି ଯେ, ୩୯ ଜଣ ବିଧାୟକ ଦଳର ୱିପ୍ ମାନିନାହାଁନ୍ତି। ସେ ରାଜ୍ୟସଭାରୁ ଏଭଳି ବିଧାୟକଙ୍କ ଅଯୋଗ୍ୟ ଘୋଷଣା ଦାବି କରିଛନ୍ତି। ଅନ୍ୟପଟେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ଏକନାଥ ସିନ୍ଦେଙ୍କ ସ୍ଥାନରେ ଅଜୟ ଚୌଧୁରୀଙ୍କୁ ବିଧାନସଭା ଦଳର ନେତା ଭାବରେ ମନୋନୀତ କରିଛନ୍ତି।


Also Read; ଉପରାଷ୍ଟ୍ରପତି ନିର୍ବାଚନରେ ​​ବିଜେପିକୁ କାହାର ସମର୍ଥନର ନାହିଁ ଆବଶ୍ୟକତା, ଜାଣନ୍ତୁ ସମୀକରଣ


ଅନ୍ୟପଟେ, ଏକନାଥ ସିନ୍ଦେ-ବିଜେପି ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଟ୍ରଷ୍ଟ ଭୋଟର ଗୋଟିଏ ଦିନ ପୂର୍ବରୁ ଉଦ୍ଧବ ଠାକରେ ଦଳକୁ ଏକ ବଡ଼ ଝଟକା ଲାଗିଛି। ରବିବାର ରାତିରେ ମହାରାଷ୍ଟ୍ର ବିଧାନସଭାର ନବନିର୍ବାଚିତ ବାଚସ୍ପତି ରାହୁଲ ନରଭେକର, ଶିବସେନା ବିଧାୟକ ଅଜୟ ଚୌଧୁରୀଙ୍କୁ ବିଧାନସଭା ଦଳର ନେତା ପଦରୁ ହଟାଇ ଦେଇଛନ୍ତି। ବାଚସ୍ପତି ରାହୁଲ ନର୍ଭକରଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି କରାଯାଇଥିବା ଏକ ଚିଠିରେ ସିନ୍ଦେଙ୍କୁ ବିଧାନସଭା ଦଳର ନେତା ଭାବରେ ପୁନଃସ୍ଥାପିତ କରାଯାଇଛି। ସେହିପରି ଠାକରେ ଦଳର ସଦସ୍ୟ ସୁନୀଲ ପ୍ରଭାସଙ୍କୁ ହଟାଇ ସିନ୍ଦେ କ୍ୟାମ୍ପରୁ ଭରତ ଗୋଗାୱାଲେଙ୍କୁ ଶିବସେନାର ମୁଖ୍ୟ ସଚତକ ଭାବରେ ନିଯୁକ୍ତ କରାଯାଇଛି।