ଏହି ନେତାମାନଙ୍କୁ ରାଜ୍ୟସଭାକୁ ପଠାଇବ କଂଗ୍ରେସ, ଉପର ଗୃହରେ ଦଳର ବଢ଼ିବ ଆସନ!
Rajya Sabha Election 2022: ସୂତ୍ରରୁ ପ୍ରକାଶ ଯେ, ଚିଦାମ୍ବରମ୍ ତାଙ୍କ ରାଜ୍ୟ ତାମିଲନାଡୁରୁ ରାଜ୍ୟସଭାରେ ପହଞ୍ଚିବାକୁ ଆଶା କରୁଛନ୍ତି । ସେ ଡିଏମକେ ନେତା ତଥା ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ମଧ୍ୟ ଭେଟିଛନ୍ତି । ତେବେ ଏହା ମଧ୍ୟ ଆଲୋଚନା ହୋଇଛି ଯେ ରାହୁଲ ଗାନ୍ଧୀଙ୍କ ଟିମ୍ କଂଗ୍ରେସର ଡାଟା ବିଶ୍ଳେଷଣ ବିଭାଗର ମୁଖ୍ୟ ପ୍ରବୀଣ ଚକ୍ରବର୍ତ୍ତୀଙ୍କୁ ତାମିଲନାଡୁରୁ ରାଜ୍ୟସଭାକୁ ପଠାଇବାକୁ ଯାଉଛି ।
ନୂଆଦିଲ୍ଲୀ: Rajya Sabha Election 2022: ଆସନ୍ତା ମାସରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ କଂଗ୍ରେସ (Congress) ୧୧ଟି ଆସନ ହାସଲ କରିପାରେ । ଏଥିପାଇଁ ପି ଚିଦାମ୍ବରମ୍ (P Chidambaram) ଓ ଜୟରାମ ରମେଶ (Jairam Ramesh) ଙ୍କ ସମେତ ଅନେକ ନେତା ରେସରେ ଅଛନ୍ତି । ଯଦି କଂଗ୍ରେସକୁ ୧୧ଟି ଆସନ ମିଳିବ, ତେବେ ରାଜ୍ୟସଭା (Rajya Sabha) ରେ ଦଳର ସଦସ୍ୟଙ୍କ ସଂଖ୍ୟା ୩୩ ହୋଇଯିବ, ଯାହା ବର୍ତ୍ତମାନ ୨୯ ରହିଛି । ସୂତ୍ରରୁ ପ୍ରକାଶ ଯେ ଗୁଲାମ ନବୀ ଆଜାଦ (Ghulam Nabi Azad), ଆନନ୍ଦ ଶର୍ମା (Anand Sharma), ମୁକୁଲ ୱାସନିକ (Mukul Wasnik), ରଣଦୀପ ସିଂ ସୁର୍ଜେୱାଲା (Randeep Surjewala), ଅଜୟ ମାକନ (Ajay Maken) ଏବଂ ରାଜୀବ ଶୁକ୍ଲା (Rajeev Shukla) ଙ୍କ ସମେତ ବହୁ ବରିଷ୍ଠ ନେତା ରାଜ୍ୟସଭା ପାଇଁ ଆଶାବାଦୀ ଅଛନ୍ତି ।
ଶେଷ ହେଉଛି ଏସବୁ ନେତାଙ୍କ କାର୍ଯ୍ୟକାଳ
ପି ଚିଦାମ୍ବରମ୍ (ମହାରାଷ୍ଟ୍ର), ଜୟରାମ ରମେଶ (କର୍ଣ୍ଣାଟକ), ଅମ୍ବିକା ସୋନି (ପଞ୍ଜାବ), ବିବେକ ତନଖା (ମଧ୍ୟ ପ୍ରଦେଶ), ପ୍ରଦୀପ ତମ୍ଟା (ଉତ୍ତର ପ୍ରଦେଶ), କପିଲ ସିବଲ (ଉତ୍ତର ପ୍ରଦେଶ) ଏବଂ ଛାୟା ବର୍ମା (ଛତିଶଗଡ) ଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି । ସେପଟେ ସମାଜବାଦୀ ପାର୍ଟିର ସମର୍ଥନରେ ସିବଲ ବୁଧବାର ମଧ୍ୟ ଉତ୍ତର ପ୍ରଦେଶରୁ ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ କହିଛନ୍ତି ଯେ, ସେ ମେ' ୧୬ରେ କଂଗ୍ରେସରୁ ଇସ୍ତଫା ଦେଇସାରିଥିଲେ ।
ବର୍ତ୍ତମାନର ଗଣିତ ଅନୁଯାୟୀ କଂଗ୍ରେସ ରାଜସ୍ଥାନରୁ ୩ଟି, ଛତିଶଗଡରୁ ୨ଟି, ମହାରାଷ୍ଟ୍ର, କର୍ଣ୍ଣାଟକ, ହରିୟାଣା ଏବଂ ମଧ୍ୟପ୍ରଦେଶରୁ ଗୋଟିଏ ଆସନ ପାଇପାରେ । ଯଦି ତାମିଲନାଡୁର ଶାସକ ଡିଏମକେ ଓ ଝାଡଖଣ୍ଡର ଜେଏମଏମ ପ୍ରତ୍ୟେକ ଗୋଟିଏ ଆସନ ଦିଅନ୍ତି, ତେବେ କଂଗ୍ରେସ ଆଉ ଦୁଇଟି ଆସନ ପାଇପାରେ ।
ଏହା ବି ପଢ଼ନ୍ତୁ:-କ୍ଷମତା ପରିବର୍ତ୍ତନ ପାଇଁ ଇମ୍ରାନଙ୍କ 'ଆଜାଦୀ ମାର୍ଚ୍ଚ': ପାକିସ୍ତାନରେ ଗୃହଯୁଦ୍ଧ ପରି ପରିସ୍ଥିତି, ଜଳୁଛି ରାଜଧାନୀ
ଏହା ବି ପଢ଼ନ୍ତୁ:-ସଙ୍କଟରେ ସବୁଠୁ ବଡ଼ ସାମରିକ ମେଣ୍ଟ! ଏହି ୨ ଦେଶ ବାହାନାରେ ନାଟୋ ଠାରୁ ପ୍ରତିଶୋଧ ନେଉଛି ତୁର୍କୀ
ଏହା ବି ପଢ଼ନ୍ତୁ:-ପ୍ରତିଦିନ ପିଅନ୍ତୁ କାକୁଡି ପାଣି, ମିଳିବ ଏସବୁ ଜବରଦସ୍ତ ଲାଭ
ସୂତ୍ରରୁ ପ୍ରକାଶ ଯେ, ଚିଦାମ୍ବରମ୍ ତାଙ୍କ ରାଜ୍ୟ ତାମିଲନାଡୁରୁ ରାଜ୍ୟସଭାରେ ପହଞ୍ଚିବାକୁ ଆଶା କରୁଛନ୍ତି । ସେ ଡିଏମକେ ନେତା ତଥା ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ମଧ୍ୟ ଭେଟିଛନ୍ତି । ତେବେ ଏହା ମଧ୍ୟ ଆଲୋଚନା ହୋଇଛି ଯେ ରାହୁଲ ଗାନ୍ଧୀଙ୍କ ଟିମ୍ କଂଗ୍ରେସର ଡାଟା ବିଶ୍ଳେଷଣ ବିଭାଗର ମୁଖ୍ୟ ପ୍ରବୀଣ ଚକ୍ରବର୍ତ୍ତୀଙ୍କୁ ତାମିଲନାଡୁରୁ ରାଜ୍ୟସଭାକୁ ପଠାଇବାକୁ ଯାଉଛି ।
ଯଦି କର୍ଣ୍ଣାଟକରୁ ରମେଶଙ୍କ ପ୍ରାର୍ଥୀପତ୍ର ଅନୁମୋଦନ ହୁଏ, ତେବେ ଏହା ରାଜ୍ୟସଭାରେ ତାଙ୍କର ଚତୁର୍ଥ କାର୍ଯ୍ୟକାଳ ହେବ । ଉଲ୍ଲେଖଥାଉ କି, ସୁର୍ଜେୱାଲାଙ୍କୁ ମଧ୍ୟ କର୍ଣ୍ଣାଟକର ରାଜ୍ୟସଭା ପାଇଁ ପ୍ରାର୍ଥୀ ଭାବରେ ଦେଖାଯାଉଛି ।