Tripura Assembly Elections Results 2023: ପ୍ରକାଶ ପାଇଛି ତ୍ରିପୁରା ବିଧାନସଭା ନିର୍ବାଚନ ଫଳାଫଳ ୨୦୨୩। ଏଥର ରାଜ୍ୟରେ ବିଜେପି ସରକାର ଗଠନ କରୁଥିବା ନେଇ  ଜଣାପଡ଼ିଛି। ରାଜ୍ୟର ମୋଟ ୬୦ ଆସନ ମଧ୍ୟରୁ ବିଜେପି ୩୨ ଏବଂ ଏହାର ମେଣ୍ଟ ସହଯୋଗୀ ଇଣ୍ଡିଜେନିଅସ ପିପୁଲ୍ସ ଫ୍ରଣ୍ଟ ଅଫ ତ୍ରିପୁରା ଗୋଟିଏ ଆସନ ପାଇଛି। ଅନ୍ୟପଟେ କଂଗ୍ରେସ-ବାମ ମେଣ୍ଟ ୧୪ ଏବଂ ଟିପ୍ରା ମୋଥା ପାର୍ଟି ୧୩ ଆସନ ପାଇଛି। ଅନ୍ୟପଟେ ଟିଏମସି ଖାତା ଖୋଲିବାରେ ସଫଳ ହୋଇନାହିଁ। 


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ତ୍ରିପୁରା ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇସାରିଛି। ୨୦୨୩ ତ୍ରିପୁରା ବିଧାନସଭା ନିର୍ବାଚନର ପ୍ରାୟ ୯ ମାସ ପୂର୍ବରୁ ଯେଉଁଠାରେ ବିଜେପି ମୁଖ୍ୟମନ୍ତ୍ରୀ ବଦଳାଇ ଦେଇଥିଲ ସେଠାରେ ବର୍ତ୍ତମାନ ଦଳ ବିଜୟ ହାସଲ କରିଛି। ଗତ ୨୦୧୮ ତ୍ରିପୁରା ବିଧାନସଭା ନିର୍ବାଚନରେ ​​ବାମମେଣ୍ଟକୁ ଗାଦିଚ୍ୟୁତ କରି ଏକ ବଡ଼ ବିଜୟ ହାସଲ କରିଥିଲା ବିଜେପି। ଏହା ପରେ ବିପ୍ଲବ ଦେବଙ୍କୁ ତ୍ରିପୁରା ମୁଖ୍ୟମନ୍ତ୍ରୀ କରିଥିଲା ବିଜେପି। ହେଲେ ବୟାନବାଜି ଏବଂ ତାଙ୍କ ସମ୍ପର୍କରେ ଦଳ ମଧ୍ୟରେ ଥିବା ମତଭେଦ କାରଣରୁ ଗତ ବର୍ଷ ବିପ୍ଲବ ଦେବଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରୁ ହଟାଇ ଦେଇଥିଲା ବିଜେପି। ତାଙ୍କ ସ୍ଥାନରେ ମାଣିକ ସାହା ହୋଇଥିଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ। ହେଲେ ଏହି ନିଷ୍ପତ୍ତିକୁ ନିଜ ସପକ୍ଷରେ ନେବା ବିରୋଧୀ ଦଳ କଠିନ ପ୍ରୟାସ କରିଥିଲେ ମଧ୍ୟ ଏହାର ଫାଇଦା ସେମାନଙ୍କୁ ମିଳିନାହିଁ। ସମସ୍ତ ଆହ୍ୱାନ ସତ୍ତ୍ୱେ ବିଜେପି ପୁଣିଥରେ ତ୍ରିପୁରା ବିଧାନସଭା ନିର୍ବାଚନରେ ବାଜିମାତ କରି ସରକାର ଗଢିବାକୁ ଯାଉଛି। 


ତ୍ରିପୁରା ବିଧାନସଭା ନିର୍ବାଚନ ୨୦୨୩ ଫଳାଫଳ:  କେଉଁ ଦଳକୁ ମିଳିଲା କେତେ ଆସନ
--------------------------------------------------------------------------------------
ମୋଟ ଆସନ ସଂଖ୍ୟା: ୬୦
ସରକାର ଗଢିବା ଲାଗି ଆବଶ୍ୟକୀୟ ବହୁମତ ସଂଖ୍ୟା: ୩୧
ବିଜେପି: ୩୨
ସିପିଏମ: ୧୧
କଂଗ୍ରେସ: ୩
ଇଣ୍ଡିଜେନିଅସ ପିପୁଲ୍ସ ଫ୍ରଣ୍ଟ ଅଫ ତ୍ରିପୁରା: ୧
ଟିପ୍ରା ମୋଥା ପାର୍ଟି: ୧୩ 


ତ୍ରିପୁରା ପୂର୍ବରୁ ବିଜେପି ଗୁଜୁରାଟ ଏବଂ ଉତ୍ତରାଖଣ୍ଡ ଆଦି ରାଜ୍ୟ ଦ୍ୱୟରେ ମୁଖ୍ୟମନ୍ତ୍ରୀ ବଦଳାଇ ବିଧାନସଭା ନିର୍ବାଚନରେ ବାଜି ମାରିନେଇଛି। ହେଲେ ଉତ୍ତର ପ୍ରଦେଶରେ ବିଜେପି ମୁଖ୍ୟମନ୍ତ୍ରୀ ବଦଳାଇବା ଧାରା କାର୍ଯ୍ୟ କରିନଥିଲା। ଅନ୍ୟପଟେ ଚଳିତ ବର୍ଷ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ହେଲେ ଏହା ପୂର୍ବରୁ ବିଜେପି ମୁଖ୍ୟମନ୍ତ୍ରୀ ବଦଳାଇ ସାରିଛି।


୨୦୨୩ ତ୍ରିପୁରା ବିଧାନସଭା ନିର୍ବାଚନ ପୂର୍ବରୁ ବିପ୍ଲବ ଦେବଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରୁ ହଟାଇ ମାଣିକ ସାହାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା। ଯାହାର ଫାଇଦା ଦଳକୁ ୨୦୨୩ ନିର୍ବାଚନରେ ମିଳିଛି। ସେହିପରି ୨୦୨୨ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ତିରଥ ସିଂହ ରାୱତଙ୍କୁ ହଟାଇ ପୁଷ୍କର ସିଂହ ଧାମୀଙ୍କୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ କରିଥିଲା ବିଜେପି। ଯାହାର ଫାଇଦା ବିଜେପି ୨୦୨୨ ଉତ୍ତରାଖଣ୍ଡରେ ନିର୍ବାଚନରେ ଉଠାଇଥିଲା ଦଳ। ସେହିପରି ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବଜୟ ରୂପାଣୀଙ୍କୁ ହଟାଇ ଭୂପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଥିଲା ବିଜେପି। ଏହାର ଫଇଦା ୨୦୨୨ ଗୁୁୁଜୁରାଟ ନିର୍ବାଚନରେ ଉଠାଇଛି ବିଜେପି।