Amit Shah: ଅମିତ ଶାହାଙ୍କ ସୁରକ୍ଷାରେ ବଡ ତ୍ରୁଟି, କନଭୟ ଭିତରକୁ ପଶିଆସିଲା TRS ନେତାଙ୍କ କାର
Amit Shah Security Lapse: ତେଲେଙ୍ଗାନାର ହାଇଦ୍ରାବାଦରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷାରେ ତୃଟି ଦେଖିବାକୁ ମିଳିଛି। ଟିଆରଏସ ନେତା ଶ୍ରୀନିବାସ ଅମିତ ଶାହାଙ୍କ କନଭୟ ସମ୍ମୁଖରେ ତାଙ୍କ କାରକୁ ରଖିଦେଇଥିଲେ।
Amit Shah Security Lapse: ତେଲେଙ୍ଗାନାର ହାଇଦ୍ରାବାଦ (Hyderabad)ରେ ଗୃହମନ୍ତ୍ରୀ ଅମିତ ଶାହା (Home Minister Amit Shah)ଙ୍କ ସୁରକ୍ଷାରେ ତୃଟି (Security Lapse) ଦେଖିବାକୁ ମିଳିଛି। ଟିଆରଏସ ନେତା ଶ୍ରୀନିବାସ ଅମିତ ଶାହାଙ୍କ କନଭୟ ସମ୍ମୁଖରେ ତାଙ୍କ କାରକୁ ରଖିଦେଇଥିଲେ। ସୁରକ୍ଷା କର୍ମୀମାନେ ଟିଆରଏସ ନେତା ଶ୍ରୀନିବାସଙ୍କ କାରକୁ ଜବରଦସ୍ତି କରି ହଟାଇ ଦେଇଛନ୍ତି। ତେବେ ଏହାକୁ ନେଇ ବର୍ତ୍ତମାନ ଟିଆରଏସ ନେତା ଶ୍ରୀନିବାସ କହିଛନ୍ତି ଯେ, ସେ ଟେନସନରେ ଥିଲେ। କାରଟି କନଭୟ ସମ୍ମୁଖରେ ଅଟକି ଯାଇଥିଲା। ପୋଲିସ କର୍ମଚାରୀ ମାନେ ଟିଆରଏସ ନେତା ଶ୍ରୀନିବାସଙ୍କୁ ହୋପାଜତକୁ ନେଇଛନ୍ତି।
କୁହାଯାଉଛି ଯେ, ଟିଆରଏସ ନେତା ଶ୍ରୀନିବାସ (TRS Leader Srinivas) ହାଇଦ୍ରାବାଦରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ କନଭୟ ସମ୍ମୁଖରେ ତାଙ୍କ କାର ଠିଆ କରିଦେଇଥିଲେ। ଯଦିଓ ପରେ ସୁରକ୍ଷା କର୍ମୀ ମାନେ ତାଙ୍କୁ ଏବଂ ତାଙ୍କ କାରକୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ କନଭୟ ସାମ୍ନାରୁ ହଟାଇ ଦେଇଥିଲେ। ଟିଆରଏସ ନେତା ଶ୍ରୀନିବାସ କହିଛନ୍ତି ଯେ, କାରଟି ଏମିତି ଅଟକି ଯାଇଥିଲା। ମୁଁ ଚାପରେ ଥିଲି। ମୁଁ ପୋଲିସ ଅଧିକାରୀଙ୍କ ସହ କଥା ହେବି। ସେମାନେ କାରରେ ଭଙ୍ଗାରୁଜା କରିଛନ୍ତି। ମୁଁ ଚାଲିଯିବି, ଏହା ଅନାବଶ୍ୟକ ଚାପ।
ଏଠାରେ ଜଣାଇ ଦେଉଛୁ ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ହାଇଦ୍ରାବାଦ ଗସ୍ତରେ ଅଛନ୍ତି। ଏଠାରେ 'ହାଇଦ୍ରାବାଦ ମୁକ୍ତି ଦିବସ'ରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଅମିତ ଶାହା କହିଛନ୍ତି ଯେ, ଯଦି ସର୍ଦ୍ଦାର ପଟେଲ ନଥାନ୍ତେ ତେବେ ହାଇଦ୍ରାବାଦକୁ ମୁକ୍ତ କରିବାକୁ ଆହୁରି ଅନେକ ବର୍ଷ ଲାଗିଥାନ୍ତା। ସେ କହିଛନ୍ତି ଯେ, ସର୍ଦ୍ଦାର ପଟେଲ ଜାଣିଛନ୍ତି ଯେ, ଯଦି ନିଜାମଙ୍କ ରଜାକର ମାନଙ୍କୁ ପରାସ୍ତ କରାନଯାଇଛି ସେପର୍ଯ୍ୟନ୍ତ ଆଖଣ୍ଡ ଭାରତର ସ୍ୱପ୍ନ ସାକାର ହେବ ନାହିଁ।
ଅମିତ ଶାହା କହିଛନ୍ତି ଯେ, ଏତେ ବର୍ଷ ପରେ ଏହି ଭୂଖଣ୍ଡର ଲୋକମାନଙ୍କ ଇଚ୍ଛା ଥିଲା ଯେ, ସରକାରଙ୍କ ଭାଗିଦାରୀରେ 'ହାଇଦ୍ରାବାଦ ମୁକତି ଦିବସ' ପାଳନ କରାଯାଉ। କିନ୍ତୁ ଦୁର୍ଭାଗ୍ୟର କଥା ଯେ, ଏଠାରେ ୭୫ ବର୍ଷ ପରେ ମଧ୍ୟ ଶାସକ, ଭୋଟ୍ ବ୍ୟାଙ୍କ ରାଜନୀତି କାରଣରୁ ଏହି ଦିବସ ପାଳନ କରିବାକୁ ସାହସ ଜୁଟାଇ ପାରିନାହାନ୍ତି। ନିର୍ବାଚନ ଏବଂ ବିରୋଧ ପ୍ରଦର୍ଶନ ସମୟରେ ମୁକ୍ତି ଦିବସ ପାଳନ କରିବାକୁ ଅନେକ ପ୍ରତିଶୃତି ଦିଅନ୍ତି, କିନ୍ତୁ କ୍ଷମତାକୁ ଆସିଲା ପରେ ସେମାନେ ଡର ଯୋଗୁଁ ପ୍ରତିଶ୍ରୁତି ଫେରାଇ ନିଅନ୍ତି।
ତେବେ ଏଠାରେ ରାଜନୈତିକ ଦୃଷ୍ଟିକୋଣକୁ ଛାଡି ଯଦି ଜଣେ ହାଇ ପ୍ରୋଫାଇଲ୍ ମନ୍ତ୍ରୀଙ୍କ ସୁରକ୍ଷା ବିଷୟରେ ଆଲୋଚନା କରିବା ଏହା ନିଶ୍ଚିତ ଭାବେ ଏକ ସମ୍ବେଦନଶୀଳ ପ୍ରସଙ୍ଗ। କିଛି ମାସ ତଳେ ମଧ୍ୟ ଏପରି ଏକ ସୁରକ୍ଷା ତ୍ରୁଟି ଜନିତ ସମସ୍ୟା ଦେଖିବାକୁ ମିଳିଥିଲା ପଞ୍ଜାବରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାକୁ ଯାଉଥିବା ବେଳେ ହଠାତ୍ ସେ ଯାଉଥିବା ରାସ୍ତା ଉପରେ କିଛି ଲୋକ ଆନ୍ଦୋଳନ କରିବା ଆରମ୍ଭ କରିଥିଲେ। ସେତେବେଳେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଭଳି ନେତାଙ୍କ ସୁରକ୍ଷାକୁ ନେଇ ଦେଶରେ ଅନେକ ହଇଚଇ ସୃଷ୍ଟି ହୋଇଥିଲା। ବିଜେପି ସେତେବେଳର କଂଗ୍ରେସ ସରକାରଙ୍କୁ ଦୋଷ ଲଦିବା ସହ ପୋଲିସର କାର୍ଯ୍ୟକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠାଇଥିଲେ।