JDU in Modi Cabinet: ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତତୃାଧିନ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବିସ୍ତାରକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଆସିଛି ବଡ଼ ଖବର। ଏଥର କ୍ୟାବିନେଟ ଫେରବଦଳ ବେଳେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ୨ ଦୁଇଟି ମନ୍ତ୍ରୀପଦ ପାଇବାକୁ ନେଉ ଆଶାବାଦୀ ହୋଇଉଠିଛି ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟରେ ସାମିଲ ଥିବା ଜେଡିୟୁ। କୋରୋନା ସଂକ୍ରମଣରୁ ମୁକ୍ତି ହୋଇ ସାରିଥିବା ନୀତୀଶ କୁମାର ସ୍ୱାଧୀନତା ଦିବସ ପରେ ନୂଆଦିଲ୍ଲୀ ଗସ୍ତ କରିବାର ସମ୍ଭାବନା ରହିଛି।


COMMERCIAL BREAK
SCROLL TO CONTINUE READING

ସ୍ୱାଧୀନତା ଦିବସ (Independence Day 2022) ଏବଂ ସ୍ୱାଧିନତାର ଅମୃତ ମହୋତ୍ସବ (Azadi Ka Amrit Mahotsav) କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ହେତୁ କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ (Union Cabinet Extension) ସ୍ଥଗିତ ରଖାଯାଇଛି। ସ୍ୱାଧୀନତା ଦିବସ ପାଳନ ପରେ ପୁଣିଥରେ ମୋଦି ସରକାରଙ୍କ କ୍ୟାବିନେଟ ବିସ୍ତାରକୁ (PM Modis Cabinet Expansion) ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। 


ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ (Bihar CM Nitish Kumar) ନେତୃତ୍ୱାଧିନ ଜେଡିୟୁ (JDU) କୋଟାରୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ଆରସିପି ସିଂହଙ୍କ (RCP Singh) ଇସ୍ତଫା ପରେ ମୋଦି ସରକାରରେ ଦଳର କୌଣସି ପ୍ରତିନିଧିତ୍ୱ ନାହିଁ। ଏଥର ନୀତୀଶ କୁମାର ତାଙ୍କ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ (JDU National President) ରାଜୀବ ରଞ୍ଜନ ଓରଫ୍ ଲଲନ ସିଂହ (Rajiv Ranjan Singh alias Lalan Singh) ଏବଂ କୌଶଲେନ୍ଦ୍ର କୁମାରଙ୍କ (Kaushalendra Kumar) ପରି ସମ୍ଭାବ୍ୟ ପ୍ରାର୍ଥୀଙ୍କ ସହ ଦୁଇଟି କ୍ୟାବିନେଟ ମନ୍ତ୍ରୀ ପଦ ଚାହୁଁଛନ୍ତି।


ଏନେଇ ମିଳିଥିବା ଖବର ଅନୁସାରେ ମୁଙ୍ଗେର ଲୋକସଭା ସାଂସଦ (Munger Lok Sabha MP) ଲଲନ ସିଂହ ନାମ ଏକ ପ୍ରକାର ସ୍ଥିର ହୋଇସାରିଛି। ଅନ୍ୟପଟେ ନାଳନ୍ଦା ଲୋକସଭା ସାଂସଦ (Nalanda Lok Sabha MP) କୌଶଲେନ୍ଦ୍ର କୁମାର କିମ୍ବା ପୂର୍ଣ୍ଣିଆ ଲୋକସଭା ସାଂସଦ (Purnia Lok Sabha MP) ସନ୍ତୋଷ କୁମାର କୁଶୱାହା (Santosh Kumar Kushwaha) ମଧ୍ୟରୁ କେହି ଜଣେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତତୃାଧିନ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇପାରନ୍ତି।      


Also Read: Bihar Politics: 'ଆରସିପି ସିଂହ ନୁହେଁ ନୀତିଶ କୁମାର ହେଉଛନ୍ତି ଆମ ନେତା'


ମୋଦୀ ସରକାରଙ୍କ ଶେଷ କ୍ୟାବିନେଟ ସମ୍ପ୍ରସାରଣ ସମୟରେ ନୀତୀଶ କୁମାର ଆରସିପି ସିଂହଙ୍କୁ ଦୁଇଟି କ୍ୟାବିନେଟ ମନ୍ତ୍ରୀ ପଦ ପାଇଁ ବିଜେପି ସହ ଆଲୋଚନା କରିବାର ଦାୟିତ୍ୱ ଦେଇଥିଲେ। ମାତ୍ର ସେତେବେଳେ ସେ ଦଳୀୟ ସ୍ୱାର୍ଥକୁ ଅଣଦେଖା କରି କେନ୍ଦ୍ରୀୟ ମନ୍ତ୍ରମଣ୍ଡଳରେ ନିଜ ପାଇଁ ଏକ ମନ୍ତ୍ରୀପଦ ହାତେଇ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ହୋଇଥିଲେ। ଗତ ଜୁଲାଇ ୬ ତାରିଖରେ ରାଜ୍ୟସଭା ସାଂସଦ କାର୍ଯ୍ୟକାଳ ଶେଷ ହେବା ପରେ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ ଆରସିପି ସିଂହ।  ନୀତୀଶ କୁମାର ତାଙ୍କୁ ଆଉ ପୁନର୍ବାର ରାଜ୍ୟସଭାକୁ ମନୋନୀତ କରିବାକୁ ମନା କରିଦେଇଥିଲେ।