କୋରୋନା ସଙ୍କଟ ବେଳେ ଦିଲ୍ଲୀ ବାହାରେ ଅମିତ ଶାହା, ଚାରି ଦିନରେ ବୁଲିବେ ୧୨ ଜିଲ୍ଲା
କୋରୋନାର ତୃତୀୟ ଲହର ଆଶଙ୍କା ଓ ଓମିକ୍ରୋନ ଆତଙ୍କ ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଚାରି ଦିନ ପାଇଁ ଉତ୍ତର ପ୍ରଦେଶ ଗସ୍ତ କରୁଛନ୍ତି। ସେ ଆସନ୍ତା ୬ ଦିନ ମଧ୍ୟରେ ଚାରି ଦିନ ଉତ୍ତର ପ୍ରଦେଶ ଓ ଦୁଇ ଦିନ ଦିଲ୍ଲୀରେ ରହିବେ।
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ବିଜେପି ଏକ ରାଜ୍ୟବ୍ୟାପୀ ଜନ ବିଶ୍ୱାସ ଯାତ୍ରା କରୁଛନ୍ତି। ଏହି ପର୍ଯ୍ୟାୟରେ ୨୬ ଡିସେମ୍ବର ରବିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଚାରି ଦିନିଆ ୟୁପି ଗସ୍ତ କରୁଛନ୍ତି। ପ୍ରଥମ ଦିନରେ କାସଗଞ୍ଜରେ ସାଧାରଣ ସଭାକୁ ସମ୍ବୋଧିତ କରିବେ।
ଶନିବାର ଉତ୍ତର ପ୍ରଦେଶରେ ବିଜେପିର ସହ-ଗଣମାଧ୍ୟମ ଦାୟିତ୍ୱରେ ଥିବା ହିମାଂଶୁ ଦୁବେଙ୍କ ଦ୍ୱାରା ପ୍ରକାଶିତ ଏକ ବିବୃତ୍ତି ଅନୁଯାୟୀ, ଅମିତ ଶାହା (Amit Shah) ଜନ ବିଶ୍ୱାସ ଯାତ୍ରା ସମୟରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଦୁବେ କହିଛନ୍ତି ଯେ, ଶାହା ଡିସେମ୍ବର ୨୬ରେ ମଧ୍ୟାହ୍ନ ୧୨ଟା ସମୟରେ କାସଗଞ୍ଜର ବାରହା ପୃଥ୍ୱୀ ମୈଦାନରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବେ ଏବଂ ଏହା ପରେ ଅପରାହ୍ନ ୨ଟାରେ ସେ ଜାଲାଉନର GIC ଗ୍ରାଉଣ୍ଡରେ ସାଧାରଣ ସଭାକୁ ସମ୍ବୋଧିତ କରିବେ।
Also Read: 'ଗୋମାଂସ ଖାଇବା ପାପ ନୁହେଁ'
କୋରୋନାର ତୃତୀୟ ଲହର ଆଶଙ୍କା ଓ ଓମିକ୍ରୋନ ଆତଙ୍କ ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଚାରି ଦିନ ପାଇଁ ଉତ୍ତର ପ୍ରଦେଶ ଗସ୍ତ କରୁଛନ୍ତି। ସେ ଆସନ୍ତା ୬ ଦିନ ମଧ୍ୟରେ ଚାରି ଦିନ ଉତ୍ତର ପ୍ରଦେଶ ଓ ଦୁଇ ଦିନ ଦିଲ୍ଲୀରେ ରହିବେ। ଉତ୍ତର ପ୍ରଦେଶରେ କେବଳ ଦୁଇ ଦିନ ରାତ୍ରି ବିଶ୍ରାମ କାର୍ଯ୍ୟକ୍ରମ ଥିବାବେଳେ ଅନ୍ୟ ଦିନ ଗୁଡିକରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ଏହି ସମୟରେ ୧୨ଟି ଜିଲ୍ଲା ବୁଲିବେ ଡିସେମ୍ବର ୨୬, ୨୮, ୩୦ ଏବଂ ୩୧ ଡିସେମ୍ବରରେ ଏକାଧିକ କାର୍ଯ୍ୟକ୍ରମ ରହିଛି। ତେବେ ଆସନ୍ତୁ ଜାଣିବା ଅମିତ ଶାହାଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ବିଷୟରେ..
୨୬ ଡିସେମ୍ବର - କାସଗଞ୍ଜ / ଜାଲାଉନ୍
୨୭ ଡିସେମ୍ବର- ଦିଲ୍ଲୀ
୨୮ ଡିସେମ୍ବର- ଲକ୍ଷ୍ନୌ, ହରଦୋଇ, ଭଦୋହି, ବାରଣାସୀ
୨୯ ଡିସେମ୍ବର- ଦିଲ୍ଲୀ
୩୦ ଡିସେମ୍ବର- ମୋରାଦାବାଦ / ଉନ୍ନାଓ / ଲକ୍ଷ୍ନୌ (ରାତ୍ରି ଯାପନ)
୩୧ ଡିସେମ୍ବର-ଗୋରଖପୁର / ସନ୍ଥକବୀରନଗର / ବରେଲି (ରାତ୍ରି ଯାପନ)