Union Minister Giriraj Singh: ଏନଡିଏ ମେଣ୍ଟରୁ ବାହାରି ଯିବା ପରେ ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି ବିଜେପି ନେତା। ଏହିକ୍ରମରେ ଦଳର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ପୁଣି ଥରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ନିକଟରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ନୀତୀଶ କୁମାର ହେଉଛନ୍ତି ଦେଶର ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏ ଅଷ୍ଟମ ଥର ଲାଗି ଶପଥ ନେଇଛନ୍ତି। ହେଲେ କେବେ ଥରେ ସେ ତାଙ୍କ ନିଜ ସାମର୍ଥ୍ୟ ବଳରେ ସରକାର ଗଠନ କରି ପାରିନାହାଁନ୍ତି। ସେଥିପାଇଁ ମୁଁ କହୁଛି ଯିଏ ନିଜ ସାମର୍ଥ୍ୟ ବଳରେ ମୁଖ୍ୟମନ୍ତ୍ରୀ ହୋଇ ପାରୁନାହିଁ ସେ ପ୍ରଧାନମନ୍ତ୍ରୀ କିପରି ହେବ। 


COMMERCIAL BREAK
SCROLL TO CONTINUE READING

ଆରଜେଡି ସମର୍ଥନେ ପୁଣି ଥରେ ସରକାର ଗଠନ କରିଥିବାରୁ ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରିଥିଲେ ରାଜ୍ୟର ବେଗୁସରାୟ ଲୋକସଭା ଆସନର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ଏନେଇ ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୧୦ ଲକ୍ଷ ଚାକିରି ଦେବେ ବୋଲି ପ୍ରତିଶୃତି ଦେଇଥିଲେ। ହେଲେ ପରେ ଏହାକୁ ୨୦ ଲକ୍ଷକୁ ବୃଦ୍ଧି କରିଛନ୍ତି। ହେଲେ ଚାକିରି ପାଇଁ ଟଙ୍କା କେଉଁଠୁ ଆସିବ? ସେମାନେ ସେମାନଙ୍କର ଯୋଜନା ବାବଦରେ ରଣନୀତି ପ୍ରସ୍ତୁତ  କରିବା ଆବଶ୍ୟକ।


ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ (Bihar CM Nitish Kumar) ମୁଖ୍ୟମନ୍ତ୍ରୀ ଟାର୍ଗେଟ କରି ରାଜ୍ୟର ବେଗୁସରାୟ ଲୋକସଭା ସାଂସଦ (Begusarai Lok Sabha MP) ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ (Union Minister Giriraj Singh) ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ (RJD Supremo Lalu Yadav) ପୁରୁଣା ଟ୍ୱିଟ୍ ରିଟ୍ୱିଟ କରି କହିଛନ୍ତି ଯେ ସାପ ଆପଣଙ୍କ ଘରେ ପ୍ରବେଶ କରିଛି। ଏହି ଟ୍ୱିଟ୍ ଗତ ୨୦୧୭ ବର୍ଷରେ ହୋଇଥିଲା। ଯେତେବେଳେ ନୀତୀଶ କୁମାର ମହାମେଣ୍ଟରୁ (Bihar Grand Alliance) ଅଲଗା ହୋଇ ଯାଇଥିଲେ। ଏହା ପରେ ଲାଲୁ  ଯାଦବ ଟ୍ୱିଟ୍ କରି କହିଥିଲେ ଯେ ନୀତୀଶ କୁମାର ହେଉଛନ୍ତି ଜଣେ ସାପ। ଯେପରି ସାପ କାତି ଏହାର କାତି ଛଡାଇ ଥାଏ ଠିକ ସେପରି ନୀତୀଶ କୁମାର ରାଜନୀତିରେ କାତି ଛାଡିଥାନ୍ତି। ସାପ ଯେପରି ପ୍ରତି ୨ ବର୍ଷରେ ଥରେ ଏହାର କାତି ଛଡାଇ ନୂଆ ଚମଡା ଧାରଣ କରିଥାଏ ଠିକ ସେପରି ନୀତିଶ କୁମାର ନିଜର ସହଯୋଗୀ ବଦଳାଇଥାନ୍ତି।


Also Read: Union Minister Giriraj Singh: 'ବିହାର ରାଜନୀତିର ନୀତିଶ କୁମାର ହେଉଛନ୍ତି ଜଣେ ସାପ'


 


କେବଳ ସେତିକି ନୁହେଁ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ନୀତୀଶ କୁମାରଙ୍କୁ କଟାକ୍ଷ କରି ତାଙ୍କୁ ପଲ୍ଟୁ ରାମ ବୋଲି କହିଥିଲେ। ଏନେଇ ସେ କହିଛନ୍ତି  ଆମେ ସବୁବେଳେ ମେଣ୍ଟ ଧର୍ମ ପାଳନ କରିଆସିବା ସହ ମେଣ୍ଟର ସମ୍ମାନ ରକ୍ଷା କରିଆସିଛୁ। ଯେତେବେଳେ ଆମର ୪୩ ଜଣ ବିଧାୟକ ଥିଲେ ଏବଂ ସେମାନଙ୍କ ପାଖେ ୩୬ ଜଣ ବିଧାୟକ ଥିଲେ ହେଲେ ତଥାପି ଆମେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଛୁ। ନିଜ ଦଳ ବିଜେପି ସହ ମେଣ୍ଟ ଭାଙ୍ଗିଥିବାରୁ ଜେଡିୟୁ ନେତା ନୀତିଶ କୁମାରଙ୍କୁ ସମାଲୋଚନା କରି କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ହେବାକୁ ତାଙ୍କର ଇଚ୍ଛା ତାଙ୍କୁ ଏହି ମେଣ୍ଟ ଭାଙ୍ଗିବାକୁ ବାଧ୍ୟ କରିଛି। ବିଗତ ୪ ଦଶନ୍ଧି ଧରି ତାଙ୍କର ରାଜନୈତିକ ଜୀବନରେ ଜେଡିୟୁ ନେତା ତାଙ୍କର ଅନେକ ସହଯୋଗୀ ବଦଲାଇଛନ୍ତି। ମୁଁ ଏକଥାକୁ ନେଇ ଦୁଃଖିତ ନୁହେଁ ଯେ ବିହାର ରାଜନୀତିରେ ବିଜେପି-ଜେଡିୟୁ ମେଣ୍ଟ ଆଉ ନାହିଁ। ବିଜେପି କାହା ପାଖେ ଆତ୍ମ ସମର୍ପଣ କରେନାହିଁ। ଦଳ ସର୍ବଦା ଏହାର ସିଦ୍ଧାନ୍ତ ସାମ୍ନାରେ ଆତ୍ମସମର୍ପଣ କରେ। ବିଜେପି ଉପରେ କେହି ପ୍ରଶ୍ନ ଉଠାଇ ପାରିବେ ନାହିଁ ଯେ ଦଳ ମେଣ୍ଟ ଧର୍ମ ପାଳନ କରିନାହିଁ।