Union Minister Giriraj Singh: 'ବିହାର ରାଜନୀତିର ନୀତିଶ କୁମାର ହେଉଛନ୍ତି ଜଣେ ସାପ'
Advertisement
Article Detail0/zeeodisha/odisha1297330

Union Minister Giriraj Singh: 'ବିହାର ରାଜନୀତିର ନୀତିଶ କୁମାର ହେଉଛନ୍ତି ଜଣେ ସାପ'

Bihar Mahagathbandhan Govt:   ଏନଡିଏ ମେଣ୍ଟରୁ ବାହାରି ଯାଇ ଆରଜେଡି ସମର୍ଥନରେ ଦ୍ୱିତୀୟ ଥର ପାଇଁସରକାର ଗଠନ କରିବା ପରେ ଜେଡିୟୁ ନେତା ନୀତିଶ କୁମାରଙ୍କୁ ବିରୋଧରେ ବର୍ଷିଛି ବିଜେପି। 

Union Minister Giriraj Singh:  'ବିହାର ରାଜନୀତିର ନୀତିଶ କୁମାର ହେଉଛନ୍ତି ଜଣେ ସାପ'

Giriraj Singh taegets NItish Kumar: ବିହାର ରାଜନୀତିରେ ଏବେ କ୍ଷମତା ପରିବର୍ତ୍ତନ ହେବା ପରେ ବିଭିନ୍ନ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ବୟାନବାଜି। ଏନଡିଏ ମେଣ୍ଟରୁ ବାହାରି ଯାଇ ଆରଜେଡି ସମର୍ଥନରେ ଦ୍ୱିତୀୟ ଥର ପାଇଁସରକାର ଗଠନ କରିବା ପରେ ଜେଡିୟୁ ନେତା ନୀତିଶ କୁମାରଙ୍କୁ ବିରୋଧରେ ବର୍ଷିଛି ବିଜେପି। ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ତଥା ବିହାର ବିଜେପିର ଚର୍ଚ୍ଚିତ ନେତା ଗିରିରାଜ ସିଂହ ଆରଜେଡି ଅଧ୍ୟକ୍ଷ ଲାଲୁ ଯାଦବଙ୍କୁ ତାଙ୍କର ୫ ବର୍ଷର ପୁରୁଣା ଟ୍ୱିଟ ବାବଦରେ ମନେ ପକାଇ ଦେଇଛନ୍ତି। ଏହି ଟ୍ୱିଟ ଜରିଆରେ ଲାଲୁ ଯାଦବ ନୀତୀଶ କୁମାରଙ୍କୁ ମହାମେଣ୍ଟ ଛାଡିବା ପରେ ସାପ ବୋଲି କହିଛନ୍ତି। ଗିରିରାଜ ସିଂହ ଲାଲୁ ଯାଦବଙ୍କ ଏହି ଟ୍ୱିଟ ରିଟ୍ୱିଟ କରି ଲେଖିଛନ୍ତି ଯେ "ସାପ ଆପଣଙ୍କ ଘରେ ପ୍ରବେଶ କରିଛି। "

 ବିହାର ମହାଗଠବନ୍ଧନ ସରକାରରେ (Bihar Mahagathbandhan Govt) ନୀତୀଶ କୁମାର (Nitish Kumar) ମୁଖ୍ୟମନ୍ତ୍ରୀ (Bihar CM) ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ରାଜ୍ୟର ବେଗୁସରାୟ ଲୋକସଭା ସାଂସଦ (Begusarai Lok Sabha MP) ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ (Union Minister Giriraj Singh) ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ (RJD Supremo Lalu Yadav) ପୁରୁଣା ଟ୍ୱିଟ୍ ରିଟ୍ୱିଟ କରି କହିଛନ୍ତି ଯେ ସାପ ଆପଣଙ୍କ ଘରେ ପ୍ରବେଶ କରିଛି। ଏହି ଟ୍ୱିଟ୍ ଗତ ୨୦୧୭ ବର୍ଷରେ ହୋଇଥିଲା। ଯେତେବେଳେ ନୀତୀଶ କୁମାର ମହାମେଣ୍ଟରୁ (Bihar Grand Alliance) ଅଲଗା ହୋଇ ଯାଇଥିଲେ। ଏହା ପରେ ଲାଲୁ  ଯାଦବ ଟ୍ୱିଟ୍ କରି କହିଥିଲେ ଯେ ନୀତୀଶ କୁମାର ହେଉଛନ୍ତି ଜଣେ ସାପ। ଯେପରି ସାପ କାତି ଏହାର କାତି ଛଡାଇ ଥାଏ ଠିକ ସେପରି ନୀତୀଶ କୁମାର ରାଜନୀତିରେ କାତି ଛାଡିଥାନ୍ତି। ସାପ ଯେପରି ପ୍ରତି ୨ ବର୍ଷରେ ଥରେ ଏହାର କାତି ଛଡାଇ ନୂଆ ଚମଡା ଧାରଣ କରିଥାଏ ଠିକ ସେପରି ନୀତିଶ କୁମାର ନିଜର ସହଯୋଗୀ ବଦଳାଇଥାନ୍ତି।

Also Read: Bihar Politics: ଏନଡିଏ ମେଣ୍ଟ ଭାଙ୍ଗିବା ପରେ ଜେଡ଼ିୟୁ ବିରୋଧରେ ବର୍ଷିଲା ବିଜେପି

ଅନ୍ୟପଟେ ଗତ ୨୦୧୭ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦି (PM Modi) କରିଥିବା ଟ୍ୱିଟ ଉପରେ ରିଟିଟ୍ୱ କରି ଜବାବ ରଖିଛି ଆରଜେଡି। ଗତ ୨୦୧୭ ବର୍ଷରେ ଆରଜେଡି ସହ ମେଣ୍ଟ ଭାଙ୍ଗି ଯେତେବେଳେ ନୀତୀଶ ଏନଡିଏ ମେଣ୍ଟରେ ଯୋଗଦେଲେ ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି କହିଛନ୍ତି ଯେ ଦେଶର ଭବିଷ୍ୟତ ଏବଂ ବିହାର ଲାଗି ରାଜନୈତିକ ମତଭେଦ ଠାରୁ ଉପରକୁ ଆସିବାର ସମୟ। ଏହାର ଜବାବ ରଖି  ଆରଜେଡି ପକ୍ଷରୁ "ହଁ ସାର୍, ବିହାର ଏହା କରୁଛି। କେନ୍ଦ୍ର ତଥା ରାଜ୍ୟରେ ବିଜେପି ମନ୍ତ୍ରୀ ମଇଳା ବିସ୍ତାର କରିଥିଲେ। ଦୁର୍ଗନ୍ଧ କରିସାରିଥିଲେ। ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଗଣତନ୍ତ୍ରର ମାତା ବିହାର  ବିଶେଷ ଭାବେ ନିଷ୍ପତ୍ତି ନେଉଛି। ଯାହା ବର୍ତ୍ତମାନ ଦେଶ ଏବଂ ସମୟର ଚାହିଦା।"

 

 

Alsio Read: Nitish Kumar: ବିହାର ରାଜନୀତିରେ ପଟ୍ଟ ବଦଳାଇବାରେ ମାହିର ନୀତିଶ କୁମାର

ଅଷ୍ଟମ ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନୀତିଶ କୁମାର ବିଜେପି ବିରୋଧରେ ଜୋରଦାର ବର୍ଷିଥିଲେ। ସେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ନାଁ ନ ନେଇ ଟାର୍ଗେଟ କରି କହିଛନ୍ତି ଯେ ୨୦୧୪ ନିର୍ବାଚନରେ ଜିତିଥିଲେ। ହେଲେ ସେ ଆସନ୍ତା ୨୦୨୪ ନିର୍ବାଚନ ଉପରେ ଧ୍ୟାନ ଦିଅନ୍ତୁ। ବିଜେପି (BJP) ସହ ମେଣ୍ଟ ଭାଙ୍ଗିବା ବାବଦରେ ପ୍ରତିକ୍ରିୟା ରଖି ନୀତୀଶ କୁମାର କହିଛନ୍ତି ଯେ ଗତ ଦେଢ଼ ମାସ ଧରି ଆମର କୌଣସି ବାର୍ତ୍ତାଳାପ ହେଉ ନଥିଲା। ଯାହା ଘଟୁଥିଲା ତାହା ଭୁଲ ଥିଲା। ଗତ ୨୦୨୦ ବିହାର ନିର୍ବାଚନରେ ​​ଜେଡିୟୁ (JDU) ବିଜେପି ସହିତ ଯିବା କାରଣରୁ କ୍ଷତି ସହିଥିଲା।

Also Read: Bihar Politics: ରାଜନୈତିକ ସଂକଟ ମଧ୍ୟରେ ଚର୍ଚ୍ଚାରେ ରହିଛି ଏକ ଫୋନ କଲ

ନୀତିଶ କୁମାର କହିଛନ୍ତି ଯେ ଆମ ଦଳର ସମସ୍ତ ଲୋକ କହୁଥିଲେ ଯେ ବିଜେପି ଛାଡି ଦିଅ। ସେଥିପାଇଁ ଆମେ ଏହି ନିଷ୍ପତ୍ତି ନେଇଛୁ। ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବି ସମ୍ପର୍କରେ ସେ କହିଛନ୍ତି ଯେ ଏସବୁ ଛାଡିଦିଅ। କିଛି ଲୋକ ଅନୁଭବ କରୁଛନ୍ତି ଯେ ବିରୋଧୀ ଦଳ ସମାପ୍ତ ହେବ। ଆମେ ମଧ୍ୟ ବିରୋଧ କରି ଆସିଛୁ । ସାରା ଦେଶରେ ବୁଲାବୁଲି କରି ବିରୋଧିଙ୍କୁ ମଜବୁତ କରିବା ପ୍ରଶ୍ନରେ ନୀତିଶ କୁମାର କହିଛନ୍ତି, "ଆମେ ଆଗକୁ ସବୁକିଛି କରିବୁ। ଆମେ ଚାହୁଁ ଯେ ସମଗ୍ର ବିରୋଧୀ ଏକଜୁଟ ହୋଇ ଆଗକୁ ବଢନ୍ତୁ ଏବଂ ଯୋଜନା ପ୍ରସ୍ତୁତ କରନ୍ତୁ। ଆମେ ତାଙ୍କୁ ସମର୍ଥନ କରିଥିଲୁ। ହେଲେ ଜେଡିୟୁକୁ ହଟାଇବା ପାଇଁ ବିଜେପି ପକ୍ଷରୁ ଉଦ୍ୟମ କରାଯାଇଥିଲା। ସେଥିପାଇଁ ଆମେ ପୁରୁଣା ସ୍ଥାନକୁ ଗଲୁ। ଯେତେବେଳେ ବାଜପେୟୀ ଏବଂ ମୋଦିଙ୍କ ମଧ୍ୟରେ ରହିଥିବା ପାର୍ଥକ୍ୟ ବାବଦରେ ପଚରାଗଲା ସେତେବେଳେ ନୀତିଶ କୁମାର କହିଥିଲେ ଯେ ସେ ମୋତେ ବହୁତ ଭଲ ପାଉଥିଲେ। ଆମେ ତାଙ୍କୁ ଭୁଲି ପାରିବୁ ନାହିଁ। ସେତେବେଳେ ଏହା ଅନ୍ୟ ଏକ ବିଷୟ ଥିଲା। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ସେହି ସମୟର ଲୋକଙ୍କର ଯେଉଁ ଭଲପାଇବା ଥିଲା, ତାହା ଭୁଲିହେବ ନାହିଁ। ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପର କିଛି କହିବାକୁ ଚାହୁଁନାହିଁ।