ନୂଆଦିଲ୍ଲୀ: UP Assembly Election 2022: ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ସମସ୍ତ ରାଜନୈତିକ ଦଳ ଜୋରସରରେ ପ୍ରସ୍ତୁତି ଲାଗିଛନ୍ତି । ଏହାସହ ରାଜନେତାଙ୍କ ଦଳ ବଦଳ ପର୍ବ ଆରମ୍ଭ ହୋଇସାରିଛି । ବନ୍ଦାୟୁ, ବିଲ୍ସିରୁ ବିଜେପି ବିଧାୟକ ରାଧା କୃଷ୍ଣ ଶର୍ମା (BJP MLA Radha Krishna Sharma) ସମାଜବାଦୀ ପାର୍ଟି (Samajwadi Party) ରେ ଯୋଗ ଦେଇଛନ୍ତି । ଏନେଇ SP ଟ୍ୱିଟ କରି ସୂଚନା ଦେଇଛି ।


COMMERCIAL BREAK
SCROLL TO CONTINUE READING

ସମାଜବାଦୀ ପାର୍ଟି (Samajwadi Party) ଟ୍ୱିଟରରେ ଲେଖିଛନ୍ତି ଯେ, "ମାନ୍ୟବର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ପ୍ରତି ବିଶ୍ୱାସ ବ୍ୟକ୍ତ କରି ବନ୍ଦାୟୁ, ବିଲ୍ସୀ ବିଜେପି ବିଧାୟକ ଶ୍ରୀ ରାଧା କୃଷ୍ଣ ଶର୍ମା ଜୀ ସମାଜବାଦୀ ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି । ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ ଓ ଶୁଭେଚ୍ଛା ।" ଏଠାରେ କହି ରଖୁଛୁ ଯେ, ଗତ ସପ୍ତାହରେ ବହରାଇଚରୁ ବର୍ତ୍ତମାନର ବିଜେପି ବିଧାୟକ ମାଧୁରୀ ବର୍ମା ମଧ୍ୟ ଏସପିରେ ଯୋଗ ଦେଇଥିଲେ ।


ଏହା ବି ପଢ଼ନ୍ତୁ:-ଭାରତୀୟ ରେଲୱେ କଲା ବଡ଼ ଘୋଷଣା, ଏହି ଲୋକମାନେ କରିପାରିବେନି ଟ୍ରେନରେ ଯାତ୍ରା


ଏହା ବି ପଢ଼ନ୍ତୁ:-କଂଗ୍ରେସରେ ଯୋଗଦେବେ ସୋନୁ ସୁଦଙ୍କ ଭଉଣୀ ମାଲଭିକା, ଏହି ଆସନରୁ ଲଢ଼ିବେ ନିର୍ବାଚନ!


ଏହା ବି ପଢ଼ନ୍ତୁ:-ଆଜିଠୁ ମୋଦି ସରକାର ବିକୁଛନ୍ତି ଶସ୍ତା ସୁନା, ଜାନୁଆରୀ ୧୪ ଯାଏ କିଣିବାର ସୁଯୋଗ


ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ପୁଣି ବୃଦ୍ଧି: ଦିନକରେ ଚିହ୍ନଟ ହେଲା ପ୍ରାୟ ୧ ଲକ୍ଷ ୮୦ ହଜାର ମାମଲା, ଆଖି ବୁଜିଲେ ଏତିକି ସଂକ୍ରମିତ


 


ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ଫେବୃଆରୀ ୧୦ରେ ପ୍ରଥମ ପର୍ଯ୍ୟାୟର ମତଦାନ ହେବ, ଫେବୃଆରୀ ୧୪ରେ ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ପ୍ରଦେଶରେ ମତଦାନ ହେବ ଏହାସହ ପଞ୍ଜାବରେ ଗୋଟିଏ ପର୍ଯ୍ୟାୟ, ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟ, ଗୋଆରେ ଗୋଟିଏ ପର୍ଯ୍ୟାୟ ମତଦାନ ଶେଷ ହେବ । ଫେବୃଆରୀ ୨୦ରେ ଉତ୍ତର ପ୍ରଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଫେବୃଆରୀ ୨୩ରେ ଉତ୍ତର ପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଫେବୃଆରୀ ୨୭ରେ ଉତ୍ତର ପ୍ରଦେଶର ପଞ୍ଚମ ପର୍ଯ୍ୟାୟ ଓ ମଣିପୁରର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ ।


ମାର୍ଚ୍ଚ ୩ରେ ଉତ୍ତର ପ୍ରଦେଶରେ ଷଷ୍ଠ ପର୍ଯ୍ୟାୟ ଓ ମଣିପୁରର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ମାର୍ଚ୍ଚ ୭ରେ ଉତ୍ତର ପ୍ରଦେଶର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହେବ । ମାର୍ଚ୍ଚ ୧୦ରେ ଫଳାଫଳ ଆସିବ ।